ଶାଢ଼ିକୁ ଷ୍ଟାଇଲିଶ୍‌ ଲୁକ୍‌ ଦିଏ ଡିଜାଇନର ବ୍ଲାଉଜ୍‌


ଶାଢ଼ିକୁ ଏମିତିରେ ପାରମ୍ପରିକ ଭାରତୀୟ ପୋଷାକ ବୋଲି କୁହାଯାଏ। କିନ୍ତୁ ଅଳ୍ପ କେତେକ ଷ୍ଟାଇଲ୍‌ ଏକ୍ସପେରିମେଣ୍ଟ କରି ଆପଣ ଏହି ଏଥନିକ୍‌ ଆଉଟ୍‌ଫିଟ୍‌ରେ ମଧ୍ୟ ବହୁତ ଷ୍ଟାଇଲିଶ୍‌ ଦେଖାଯିବେ। ଶାଢ଼ିକୁ ଷ୍ଟାଇଲିଶ୍‌ କରିବା ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ବ୍ଲାଉଜ୍‌ର ରହିଛି। ଶାଢ଼ି ସହିତ ଆପଣ ନିଜ ବ୍ଲାଉଜ୍‌ ଷ୍ଟାଇଲ୍‌କୁ ମଧ୍ୟ ବହୁତ ସାବଧାନତାର ସହ ଚୟନ କରାଯିବା ଉଚିତ। ଚାଲନ୍ତୁ ଜାଣିବା ଏପରି କେତେକ ବ୍ଲାଉଜ୍‌ ଡିଜାଇନ୍‌ ସମ୍ପର୍କରେ ଯାହାକୁ ଆପଣ ଶାଢ଼ି ସହିତ ଟ୍ରାଏ କରିପାରିବେ।

ଫୁଲ୍‌ ସ୍ଲିଭ୍‌ଡ୍‌ ବ୍ଲାଉଜ୍‌
ଯଦି ଆପଣ ଶାଢ଼ିକୁ କିଛି ମାତ୍ରାରେ ଫର୍ମାଲ୍‌ ଲୁକ୍‌ ଦେବାକୁ ଚାହୁଛନ୍ତି, ତେବେ ଫୁଲ୍‌ ସ୍ଲିଭ୍‌ଡ ବ୍ଲାଉଜ୍‌ ଆପଣଙ୍କୁ ସାହାଯ୍ୟ କରିବ। ଏପରିକି ଆପଣ ଶାଢ଼ି ସହିତ ବେଲ୍ଟ ମଧ୍ୟ ବ୍ୟବହାର କରିପାରିବେ।

ଶର୍ଟ ଷ୍ଟାଇଲ୍‌ ବ୍ଲାଉଜ୍‌
ଶର୍ଟ ଷ୍ଟାଇଲ୍‌ ବ୍ଲାଉଜ୍‌ ଦୀର୍ଘ ଦିନ ଯାଏ ଟ୍ରେଣ୍ଡରେ ରହିଛି। ଏହି ବ୍ଲାଉଜ୍‌ ସହିତ ଆପଣ ଶାଢ଼ିକୁ ଫର୍ମାଲ ଓ ଗ୍ରେସ୍‌ଫୁଲ୍‌ ଭାବେ ପିନ୍ଧି ପାରିବେ।

ପଫ୍‌ ସ୍ଲିଭ୍‌ଡ୍‌ ଶର୍ଟ ବ୍ଲାଉଜ୍‌
ଶର୍ଟ ବ୍ଲାଉଜ୍‌ ପୂର୍ବରୁ ଟ୍ରେଣ୍ଡରେ ଥିଲା। ଏବେ ଏହାକୁ ଆହୁରି ଷ୍ଟାଇଲିଶ୍‌ କରିବା ଲାଗି ଡିଜାଇନର୍ସ ଏଥିରେ ପଫ୍‌ ମଧ୍ୟ ଯୋଡ଼ି ଦେଇଛନ୍ତି।

ଟ୍ରାଡିସ୍‌ନାଲ ବ୍ଲାଉଜ୍‌

ବ୍ଲାଉଜ୍‌ର ଟ୍ରାଡିସ୍‌ନାଲ ଷ୍ଟାଇଲ୍‌ କେବେ ବି ପୁରୁଣା ଫ୍ୟାଶନ୍‌ ହୋଇ ନ ଥାଏ। ଟ୍ରାଡିସ୍‌ନାଲ ବ୍ଲାଉଜ୍‌ ସହିତ ଆପଣଙ୍କ ଶାଢ଼ି ବହୁତ ଗ୍ରେସ୍‌ଫୁଲ୍‌ ଲୁକ୍‌ ଦେଇଥାଏ।

ରଫଲ୍ସ ବ୍ଲାଉଜ୍‌
ରଫ୍‌ଲ୍ସ କାହାକୁ ବା ପସନ୍ଦ ନୁହେଁ। କାଜୁଆଲ ଟପ୍‌ ହେଉ ବା ରୟାଲ ବ୍ଲାଉଜ୍‌, ପ୍ରତ୍ୟେକ ପ୍ରକାରର ଆଉଟ୍‌ଫିଟ୍‌ରେ ରଫ୍‌ଲ ମାନି ଥାଏ। ଆପଣ ଚାହିଲେ ଶାଢ଼ି ସହିତ ରଫ୍‌ଲ୍ସ ବ୍ଲାଉଜ୍‌ ମଧ୍ୟ ପିନ୍ଧିପାରିବେ।

ଲେୟର୍ଡ ସ୍ଲିଭ୍‌ସ ବ୍ଲାଉଜ୍‌
ଲେୟର୍ଡ ସ୍ଲିଭ୍‌ସ ବ୍ଲାଉଜ୍‌ର ଏକ ନୂଆ ଓ ହଟ୍‌କେ ଷ୍ଟାଇଲ୍‌ ଅଟେ। କୌଣସି ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ଏହି ଷ୍ଟାଇଲ୍‌ ବ୍ଲାଉଜ୍‌ ଟ୍ରାଏ କରନ୍ତୁ, ଦେଖିବେ ସମସ୍ତେ ଆପଣଙ୍କୁ ଦେଖିବାରେ ଲାଗିବେ। ବଲିଉଡ୍‌ ଅଭିନେତ୍ରୀ ଶିଳ୍ପାଙ୍କୁ ଏହି ଷ୍ଟାଇଲ୍‌ ବ୍ଲାଉଜ୍‌ରେ ଦେଖିବାକୁ ମିଳିଥାଏ।

ଅଫ୍‌ ଶୋଲ୍ଡର ଲୋ ନେକ୍‌ ବ୍ଲାଉଜ୍‌
ଅଫ୍‌ ଶୋଲ୍ଡର ଲୋ ନେକ୍‌ ବ୍ଲାଉଜ୍‌ରେ ଆପଣଙ୍କ କଲାର ବୋନ୍‌ ନଜର ଆସିଥାଏ। ଏହା ଆପଣଙ୍କ ଶାଢ଼ି ଲୁକ୍‌କୁ ଆହୁରି ସୁନ୍ଦର କରିଦେବ।

ସ୍ପାଗେଟ୍ଟି ଷ୍ଟାଇଲ୍‌ କଲାର୍ଡ ବ୍ଲାଉଜ୍‌
କିଛି ଦିନ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ତାଙ୍କର ଫିଲ୍ମ ପ୍ରମୋସନ ସମୟରେ ଏହି ଫ୍ୟୁଜନ୍‌ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ଲୁକ୍‌ କେବଳ ସୁନ୍ଦର ନ ଥିଲା, ବିଲ୍‌କୁଲ୍‌ ହଟକେ ଥିଲା। ଆପଣ ମଧ୍ୟ ଏଭଳି ବ୍ଲାଉଜ୍‌ ଟ୍ରାଏ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ