ନାରୀ ଶକ୍ତିର କମାଲ: ୨୦୦ ମହିଳା ମିଶି ଚଳାଉଛନ୍ତି ଏହି ଫ୍ୟାକ୍ଟ୍ରି


ଯେଉଁ ସ୍ଥାନରେ ମହିଳାମାନେ ମିଳିମିଶି କାମ କରନ୍ତି, ସେମାନେ କେବଳ ସେହି ସ୍ଥାନକୁ ସ୍ବତନ୍ତ୍ର କରି ନ ଥାନ୍ତି, ବରଂ ସେହି ସ୍ଥାନର ନାମ ମଧ୍ୟ ଉଜ୍ବଳ କରିଥାନ୍ତି। ସେମାନଙ୍କୁ ସାହସ, ସାଥ୍‌ ଓ ସ୍ବାଧୀନତା ଦେଉଥିବା ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି। ତାମିଲନାଡ଼ୁର କୋଏମ୍ବାଟୁରସ୍ଥିତ କନିୟୁର ଗାଁକୁ ମଧ୍ୟ ସେଠାକାର ମହିଳାମାନେ ସ୍ବତନ୍ତ୍ର କରି ଦେଇଛନ୍ତି। ଏହି କାମ ପାଇଁ ସେମାନଙ୍କୁ ଏକ କମ୍ପାନୀ ସାହାଯ୍ୟ କରିଛି। ଏହି କମ୍ପାନୀର ଏକ ଫ୍ୟାକ୍ଟ୍ରିରେ କେବଳ ମହିଳାମାନେ କାମ କରୁଛନ୍ତି। ଏହି କାମ କରି ମହିଳାମାନେ କେବଳ କମ୍ପାନୀକୁ ସମ୍ଭାଳୁ ନାହାନ୍ତି, ନିଜେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ମହିଳା ମିଶନ୍‌ ଅଧୀନରେ ମିଳିଛି କାମ
କିର୍ଲୋସ୍କର ବ୍ରଦର୍ସ ଲିମିଟେଡ୍‌ କମ୍ପାନୀ, ଯାହାର ଫ୍ୟାକ୍ଟ୍ରିରେ ଛୋଟ ପମ୍ପ ତିଆରି କରାଯାଏ। ଏହି ଫ୍ୟାକ୍ଟ୍ରିର ବିଶେଷତ୍ବ ହେଉଛି ଏଥିରେ ହେଉଥିବା ପ୍ରତ୍ୟେକ କାମ ମହିଳାଙ୍କ ଦ୍ବାରା ନିରୀକ୍ଷଣ କରାଯାଉଛି। ମହିଳା ମିଶନ ୨୦ ଅଧୀନରେ ଏହି ଫ୍ୟାକ୍ଟ୍ରି ୨୦୧୦ରେ ସ୍ଥାପନ କରାଯାଇଥିଲା। ଛୋଟ ପମ୍ପର ବ୍ୟବହାର ମହିଳାମାନେ ଅଧିକ କରୁଥିବାରୁ ଏହି କାମ ପାଇଁ ମହିଳାମାନଙ୍କୁ ରଖାଯାଇଥିଲା। ଏହି ଫ୍ୟାକ୍ଟ୍ରିରେ କାମ କରୁଥିବା ୨୦୦ ମହିଳା ପମ୍ପକୁ ଯୋଡ଼ିବା ଲାଗି ୧୭ରୁ ୨୫ ସେକେଣ୍ଡ ସମୟ ନେଇ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି। ଏହି ରେକର୍ଡ କାରଣରୁ କମ୍ପାନୀ ନିଜ ନୀତିରେ ପରିବର୍ତ୍ତନ କରିବା ସହିତ ଫ୍ୟାକ୍ଟ୍ରିରେ ଅଧିକରୁ ଅଧିକ ମହିଳାଙ୍କୁ କାମ କରିବାକୁ ସୁଯୋଗ ଦେଉଛି।

୨୦୦ ମହିଳା ଓ ଗୋଟିଏ ମିଶନ୍‌
ଫ୍ୟାକ୍ଟ୍ରିରେ ପାଖାପାଖି ୨୦୦ ମହିଳା କର୍ମଚାରୀ କାମ କରୁଛନ୍ତି। ସମସ୍ତ ମହିଳା ଏକ ୟୁନିଟ୍‌ ଭଳି କାମ କରୁଛନ୍ତି। ଏହା ଏକ ନିଆର ପ୍ରଚେଷ୍ଟା ହୋଇଥିବାରୁ ଏହି ଫ୍ୟାକ୍ଟ୍ରି ଦେଖିବା ଲାଗି ଲୋକେ ଏଠାକୁ ଆସିଥାନ୍ତି। କିନ୍ତୁ ମହିଳାମାନେ ତାଙ୍କୁ କେହି ଦେଖୁଛନ୍ତି, ସେଥିପ୍ରତି ଧ୍ୟାନ ନ ଦେଇ ନିଜ କାମ କରିବାରେ ଲାଗିଛନ୍ତି।

ସ୍ଥାନୀୟ ଓ ୟଙ୍ଗ ମହିଳା ଅଧିକ

ଫ୍ୟାକ୍ଟ୍ରିରେ କାମ କରୁଥିବା ମହିଳାଙ୍କ ମଧ୍ୟରେ ଅଧିକାଂଶ ମହିଳା ୨୫ରୁ ୩୦ ବର୍ଷ ବୟସର ଅଟନ୍ତି। ଅଧିକାଂଶ ମହିଳା ସ୍ଥାନୀୟ ଅଞ୍ଚଳର ଅଟନ୍ତି, ଯେଉଁମାନେ ଫ୍ୟାକ୍ଟ୍ରିରେ କାମ କରି ନିଜ ପରିବାରକୁ ଆର୍ଥିକ ସହାୟତା କରିପାରୁଛନ୍ତି। ଏହି ମହିଳାମାନଙ୍କୁ କୌଣସି ତାଲିମ୍‌ ଦିଆଯାଉ ନ ଥିଲେ ମଧ୍ୟ ଏଠାକୁ ଆସି କାମ କରିବା ପରେ ସେମାନେ ନିଜ କାମରେ ପାରଙ୍ଗମ ହୋଇଯାଆନ୍ତି। ଛୋଟ ଛୋଟ ସ୍ତରରେ ମହିଳାମାନେ ମିଳିମିଶି ଫ୍ୟାକ୍ଟ୍ରିର କାମକୁ ସହଜରେ କରି ନିଅନ୍ତି।

ବର୍ଷରେ ୮ରୁ ୯ ଲକ୍ଷ ପମ୍ପ

ଅଧିକାଂଶ ମହିଳା ଶିଫ୍ଟ ଅନୁସାରେ କାମ କରନ୍ତି। ଏମାନେ ୧୪ରୁ ୧୭ ପ୍ରକାରର ଛୋଟ ପମ୍ପ ତିଆରି କରିବାକୁ ପସନ୍ଦ କରନ୍ତି। କମ୍ପାନୀର ମୋଟ୍‌ ଟର୍ଣ୍ଣଓଭର ୧୩୨ କୋଟି ଟଙ୍କା ଅଟେ। ଦୁଇଟି ଶିଫ୍ଟରେ କାମ କରି ମହିଳାମାନେ ୮ରୁ ୯ ଲକ୍ଷ ପମ୍ପ ତିଆରି କରିଥାଆନ୍ତି। ଅର୍ଥାତ୍‌ ପ୍ରତ୍ୟେକ ମାସରେ ମହିଳାମାନେ ଏହି ଫ୍ୟାକ୍ଟ୍ରିରେ ୭୦ରୁ ୮୦ ହଜାର ପମ୍ପ ତିଆରି କରିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।