କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିୱାଲୀ ଉପହାର: ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା


ଆଗାମୀ ଦିୱାଲୀ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାର ଉପହାର ଘୋଷଣା କରିଛନ୍ତି। ବୁଧବାର କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଗତ ଜୁଲାଇ ମାସରୁ ଏହା ପିଛିଲା ଭାବେ ଲାଗୁ ହେବ ଓ ଏହାଦ୍ବାରା ପାଖାପାଖି ୧ କୋଟି ୧୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ ଉପଭୋକ୍ତା ଉପକୃତ ହେବେ ବୋଲି ଜଣାପଡ଼ିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯିବା ପରେ କର୍ମଚାରୀମାନଙ୍କୁ ଅକ୍ଟୋବର ଦରମା ବର୍ଦ୍ଧିତ ଆକାରରେ ମିଳିବାର ସମ୍ଭାବନା ରହିଛି।

ଏଥିସହ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୨ ପ୍ରତିଶତରୁ ବୃଦ୍ଧି ପାଇ ୧୭ ପ୍ରତିଶତରେ ପହଞ୍ଚିଛି। ଏହି ବୃଦ୍ଧି ଫଳରେ ରାଜକୋଷ ଉପରେ ପାଖାପାଖି ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ମୋଦି ସରକାର ଦ୍ବିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ହାସଲ କରିବା ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍‌ରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବିଶେଷ କିଛି ଘୋଷଣା କରି ନ ଥିବାରୁ ବର୍ତ୍ତମାନର ମହଙ୍ଗା ଭତ୍ତା ବୃଦ୍ଧି କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ନିଶ୍ଚିତ ଭାବେ ହସ ଫୁଟାଇପାରିବ। ସୂଚନାଯୋଗ୍ୟ ଯେ ମୁଦ୍ରାସ୍ଫୀତି ଅନୁସାରେ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧିର ମୁକାବିଲା ପାଇଁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯାଇଆସୁଛି। ବିଶ୍ବରେ ଭାରତ ସହ ପାକିସ୍ତାନ ଓ ବାଂଲାଦେଶ ତିନିଟି ଦେଶ, ଯେଉଁଠାରେ ସରକାରୀ କର୍ମଚାରୀଙ୍କ ସକାଶେ ଏହି ବନ୍ଦୋବସ୍ତ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।