ମହମ୍ମଦ ଶମୀ ରିଭର୍ସ ସୁଇଂରେ ମାଷ୍ଟର: ରୋହିତ ଓ କମିନ୍ସ


ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ୨୦୩ ରନ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ଶମୀଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ରୋହିତ ଶର୍ମା ଉଚ୍ଚ ପ୍ରଶଂସା କରିଛନ୍ତି। ଟେଷ୍ଟ କ୍ୟାରିଅରରେ ପଞ୍ଚମ ଥର ପାଇଁ ୫ ୱିକେଟ୍‌ ସଫଳତା ପାଇଥିବା ମହମ୍ମଦ ଶମୀ ଅନ୍ତିମ ଦିନରେ ଏକ ଡେଡ୍‌ ପିଚ୍‌ରୁ ଯେପରି ଭାବେ ରିଭର୍ସ ସୁଇଂ ଜରିଆରେ ୫ ୱିକେଟ୍‌ ନେଲେ ତାହା ବାସ୍ତବିକ ବଡ଼ ସଫଳତା ବୋଲି ରୋହିତ କହିଛନ୍ତି। ଶମୀଙ୍କ ରିଭର୍ସ ସୁଇଂ ବିନା ଅନ୍ତିମ ଦିନରେ ମ୍ୟାଚ୍‌ ଜିତିବା ସମ୍ଭବ ନ ଥିଲା ବୋଲି ରୋହିତ କହିଛନ୍ତି।

ରୋହିତ ଆହୁରି କହିଛନ୍ତି ଯେ ଶମୀ ପ୍ରଥମ ଥର ପାଇଁ ରିଭର୍ସ ସୁଇଂର ଚମକ ଦେଖାଇ ନାହାନ୍ତି, ପୂର୍ବରୁ ମଧ୍ୟ ଆମେ ଶମୀଙ୍କ ପାଖରେ ଏହି ଦକ୍ଷତା ଦେଖିଥିଲୁ। ବିଶେଷକରି ବିଶାଖାପାଟଣାରେ ଶମୀଙ୍କ ସହ ୱିକେଟ କିପର ରିଦ୍ଧିମାନ ଶାହଙ୍କ ଯୋଡ଼ି ମଧ୍ୟ ଆମକୁ ମ୍ୟାଚ୍‌ ଜିତିବାରେ ଅଧିକ ସହାୟତା ପ୍ରଦାନ କଲା ବୋଲି ରୋହିତ କହିଛନ୍ତି। ସ୍ଲୋ ପିଚ୍‌ରେ ବଲ ରିଭର୍ସ ସୁଇଂ ହେଲେ କିପିଂ କରିବା ଏତେ ସହଜ କଥା ନୁହେଁ। ମାତ୍ର ଶମୀ ଓ ଶାହଙ୍କ ମଧ୍ୟରେ ପୂର୍ବରୁ ଘରୋଇ କ୍ରିକେଟ ଖେଳରୁ ଉତ୍ତମ ସମନ୍ବୟ ଥିବାରୁ ଏହା ଆମ ପାଇଁ ବେଶୀ ଉପଯୋଗୀ ହେଲା ବୋଲି ରୋହିତ କହିଛନ୍ତି।

କେବଳ ରୋହିତ ନୁହନ୍ତି ଅଷ୍ଟ୍ରେିଲିଆର ଫାଷ୍ଟ ବୋଲର ପ୍ୟାଟ୍ କମିନ୍ସ ମଧ୍ୟ ଶମୀଙ୍କ ରିଭର୍ସ ସୁଇଂକୁ ତାରିଫ କରିଛନ୍ତି। ବିଶାଖାପାଟଣା ଟେଷ୍ଟର ଅନ୍ତିମ ଦିନରେ ମନ୍ଥର ପିଚ୍‌ରେ ସ୍ପିନରଙ୍କୁ ସଫଳତା ମିଳୁ ନଥିଲା ବେଳେ ଶମି ତାଙ୍କର ଚମତ୍କାର ରିଭର୍ସ ସୁଇଂ ଜରିଆରେ ୪ ଥର ଷ୍ଟମ୍ପ୍‌ ହିଟ୍‌ କରିବା ସହ କାଗିସୋ ରାବଡ଼ାଙ୍କ କଟ ବିହାଇଣ୍ଡ କରାଇ ୫ ୱିକେଟ ସଫଳତା ବାସ୍ତବିକ ପ୍ରଶଂସନୀୟ। ଏପରିକି ଯଶପ୍ରୀତ ବୁମ୍‌ରାଙ୍କ ଠାରୁ ଶମୀ ଟେଷ୍ଟ ମ୍ୟାଚ୍‌ରେ ଦ୍ବିତୀୟ ଇଂନିସ ସଫଳତା ପାଇବାରେ ଆଗରେ ବୋଲି କମିନ୍ସ କହିଛନ୍ତି। କାରଣ ୨୦୧୮ ପରଠାରୁ ଶମୀ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଇନିଂସରେ ୩ୟ ଥର ପାଇଁ ୫ ୱିକେଟ୍‌ ସଫଳତା ପାଇଛନ୍ତି ବୋଲି କମିନ୍ସ ସ୍ପଷ୍ଟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ