ସୁପରଷ୍ଟାର ସୁପରମ୍ୟାନ ସୁପରହିଟ୍‌

ହ୍ୟାଣ୍ଡସମ ହ୍ରିତିକଙ୍କ ‘ୱାର’ ମାତ୍ର ୩ ଦିନରେ ୧୦୦ କୋଟି କ୍ଲବରେ ସାମିଲ

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ସୁପରଷ୍ଟାର ଭାବେ ହ୍ରିତିକ ରୋଶନଙ୍କୁ ସଭିଏଁ ଜାଣନ୍ତି। ବିଶେଷକରି ‘କ୍ରିଶ୍‌’ ସିରିଜର ଅଭୂତପୂର୍ବ ସଫଳତା ପରେ ତାଙ୍କୁ ଏହି ମାନ୍ୟତା ମିଳିଛି। କେବଳ ଏତିକି ନୁହେଁ, ହ୍ରିତିକ ତାଙ୍କ ବିଭିନ୍ନ ଚରିତ୍ରକୁ ନେଇ ବେଶ୍‌ ପରୀକ୍ଷା ନିରୀକ୍ଷା କରିଛନ୍ତି। ଆଉ ସଫଳ ମଧ୍ୟ ହୋଇଛନ୍ତି। ଏହିକ୍ରମରେ ‘ସୁପର ୩୦’ରେ ତାଙ୍କ ଅଭିନୟ ଦର୍ଶକ ତଥା ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ୧୦୦ କୋଟିର ମଧ୍ୟ ବ୍ୟବସାୟ କରିପାରିଥିଲା। ଏହାପରେ ଏବେ ତାଙ୍କ ଅଭିନୀତ ହାଇ ଅକ୍ଟେନ ଆକ୍ସନ ଫିଲ୍ମ ‘ୱାର’ ମାତ୍ର ତିନିଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି। ଖାସ ଏଥିପାଇଁ ସାରା ବିଶ୍ବରେ ତାଙ୍କୁ ସଫଳତାର ଶ୍ରେୟ ଦେବା ନିମନ୍ତେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି।

ଅତୀତରେ ହ୍ରିତିକ ବିଭିନ୍ନ ଚରିତ୍ରରେ ଅଭିନୟ କରି ସୁପରହିଟ୍‌ ଫିଲ୍ମସବୁ ଦେଇପାରିଛନ୍ତି। ଚଳିତ ବର୍ଷ ତାଙ୍କର ‘ସୁପର ୩୦’ ଓ ଏବେ ‘ୱାର’ ବକ୍ସ ଅଫିସରେ ୧୦୦ କୋଟିର ସଫଳ ବ୍ୟବସାୟ ମଧ୍ୟ କରିପାରିଛି। ଫଳରେ ସେ ପ୍ରଶଂସକ ଓ ସମୀକ୍ଷକଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସେହିପରି ପୂର୍ବରୁ ‘ଅଗ୍ନିପଥ’, ‘କ୍ରିଶ୍‌-୩’, ‘ବ୍ୟାଙ୍ଗବ୍ୟାଙ୍ଗ’ ମଧ୍ୟ ସୁପରହିଟ୍‌ ଚଳଚ୍ଚିତ୍ର ଭାବେ ବକ୍ସ ଅଫିସରେ ନିଜ କ୍ଷମତା ସାବ୍ୟସ୍ତ କରିପାରିଛି। ‘ସୁପର ୩୦’ରେ ପ୍ରଖ୍ୟାତ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ରରେ ହ୍ରିତିକଙ୍କ ଅଭିନୟ ଏବଂ ଏବେ ‘ୱାର’ରେ ଏଜେଣ୍ଟ କବିର ଭାବେ ତାଙ୍କ ଆବିର୍ଭାବ ହ୍ରିତିକଙ୍କ ବିବିଧତାକୁ ଦର୍ଶାଉଛି। ‘କହେନା ପ୍ୟାର ହୈ’ ଠାରୁ ଆରମ୍ଭ କରି ‘କ୍ରିଶ’, ‘ଧୂମ’ ବାଟଦେଇ ‘ୱାର’ ପର୍ଯ୍ୟନ୍ତ ସୁପରଷ୍ଟାର ସୁପରମ୍ୟାନ ହ୍ରିତିକଙ୍କ ଯାତ୍ରା ଯେ ବେଶ୍‌ ରୋମାଞ୍ଚକର ରହିଛି, ଏଥିରେ ସନ୍ଦେହ ନାହିଁ।

ଅନୁରୂପ ଭାବେ ‘ୱାର’ ଫିଲ୍ମରେ ହ୍ରିତିକଙ୍କ ସହ ଟାଇଗର ଶ୍ରଫଙ୍କ ଅଭିନୟକୁ ମଧ୍ୟ ଭୁରିଭୁରି ପ୍ରଶଂସା କରାଯାଇଛି। ଟାଇଗର ତାଙ୍କ ଆଦର୍ଶ ହ୍ରିତିକଙ୍କ ସମ୍ମୁଖରେ ଜବରଦସ୍ତ ଅଭିନୟ କରିଥିବାରୁ ତାଙ୍କୁ ଏଥିପାଇଁ ମଧ୍ୟ ଶ୍ରେୟ ଦିଆଯାଉଛି। ପ୍ରଥମେ ସମୀକ୍ଷକମାନେ ଏହି ‘ୱାର’ ଫିଲ୍ମରେ ବିଷୟବସ୍ତୁ ସେତେଟା ଉଚ୍ଚକୋଟିର ନ ଥିବା କହିଥିବା ବେଳେ, ହାଇଅକ୍ଟେନ ଆକ୍ସନ କଥା କିନ୍ତୁ ଉଲ୍ଲେଖ କରିଥିଲେ। ଏହି ଜବରଦସ୍ତ ଆକ୍ସନ ଲାଗି ଫିଲ୍ମଟି ଖୁବ୍‌ କମ୍‌ ଦିନରେ ଯୁବପିଢ଼ିଙ୍କ ପ୍ରିୟଭାଜନ ହୋଇପାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ