ଆଜି ମା’ଙ୍କ ମହାଷ୍ଟମୀ ପୂଜା: ଓଡ଼ିଶା ଉତ୍ସବମୁଖର


ଭୁବନେଶ୍ୱର: ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଦୁର୍ଗା। ଷଷ୍ଠୀ ରାତିରୁ ପୂଜା ଆରମ୍ଭ ହୋଇଛି। ସମସ୍ତ ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯାଉଛି। ମା’ ଦୁର୍ଗାଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ସମଗ୍ର ପୁରପଲ୍ଲୀ। ଆଜି ମଣ୍ଡପରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଉଛି। ମହିଷମର୍ଦିନୀ ଦୁର୍ଗାଙ୍କ ପାରମ୍ପାରିକ ରୀତି ନୀତି ଆରମ୍ଭ ହୋଇଛି। ସମସ୍ତ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’। ଏପଟେ ଜମିଛି ଉତ୍ସବ ଓ ଉତ୍ସାହର ପଟୁଆର। ପୂଜା ମଣ୍ଡପକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ଆଖି ପାଉ ନ ଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜାରେ ଉଲ୍ଲସିତ ହୋଇଛି ମନ। ସେପଟେ ରାସ୍ତାଘାଟ ଆଲୁଅରେ ବିଛେଇ ହୋଇ ହୋଇଛି। ଅନ୍ୟପଟେ ଦେବୀ ପୀଠରେ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ପୀଠରେ ହେଉଛି ମା’ଙ୍କ ଷୋଡ଼ଶ ପୂଜା ଉପଚାର।

ଆଜି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା । ଆଖି ପାଉ ନ ଥିବା ତୋରଣ ଓ ମଣ୍ଡପରେ ମାଆଙ୍କ ଆବାହନ ସହ ମହାଷ୍ଟମୀ ପୂଜାରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଛୁଟିଛି ପୂଜା ମଣ୍ଡପକୁ। ଲକ୍ଷାଧିକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ ପୂଜା ଦେଖିବାକୁ ଭିଡ ଜମାଉଛନ୍ତି। ମାଆଙ୍କ ବିଶ୍ୱରୂପ ଓ ବେଶଭୂଷା ଦେଖିବାକୁ ଶ୍ରଦ୍ଧାଳୁ ଆତୁର ରହିଛି। ଆଖି ଝଲସା ଆଲୋକମାଳାରେ ସଜା ହୋଇଛି ସାରା ଓଡିଶାର ପୂଜା ପେଣ୍ଡାଲ। ରାଜଧାନୀ ଭୁବନେଶ୍ୱରର ସହିଦ ନଗରରେ ଚାନ୍ଦି ମେଢ ସାଙ୍ଗକୁ ମାଆଙ୍କ ସୁନା ମୁକୁଟ ଦେଖିବାକୁ ପ୍ରବଳ ଭିଡ ଜମୁଛି। ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପରେ ଚାନ୍ଦି ମେଢ ଦେଖିବାକୁ ମିଳିଛି। ଭୁବନେଶ୍ୱରର ୧୭୧ଟି ସ୍ଥାନରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି। ସେପଟେ କଟକ ସହରର ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠରେ ମାଆଙ୍କ ଆରାଧନା କରାଯାଉଛି। କଟକରେ ପ୍ରାୟ ୧୬୫ଟି ମଣ୍ଡପରେ ମାଆଙ୍କ ଆରାଧନା କରାଯାଉଛି। ପୁରୀରେ ମଧ୍ୟ ବେଶ ଧୁମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା। ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣମାନ କରାଯାଇଛି।

ସେପଟେ ପୀଠରେ ଆଜି ମାଆଙ୍କ ନବମୀ ପୂଜା। ଶନିବାର ରାଜ୍ୟର ସମସ୍ତ ଶକ୍ତିପୀଠରେ ଜଗତଜନନୀଙ୍କ ମହାଷ୍ଟମୀ ପୂଜା କରାଯାଇଛି। କଟକର କଟକ ଚଣ୍ଡି, ଯାଜପୁରର ମାଆ ବିରଜା ଏବଂ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ଷୋଡଶ ଉପଚାରରେ ପୂଜା ଚାଲିଛି। କଟକ ଚଣ୍ଡି ମନ୍ଦିରକୁ ଫୁଲରେ ସୁନ୍ଦର ଭାବେ ସଜା ଯାଇଛି। ନବରାତ୍ର ପୂଜା ସମୟରେ ଚଣ୍ଡିଙ୍କର ଭିନ୍ନଭିନ୍ନ ବେଶ କରାଯାଇଥାଏ। ମହାଷ୍ଟମୀରେ ଚଣ୍ଡିଙ୍କୁ ମହାକାଳୀ ବେଶରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ସେହିପରି ସକାଳୁ ସକାଳୁ ବୈତରଣୀ ନଦୀରୁ ଜଳ ଆସିବା ପରେ ମାଆ ବିରଜାଙ୍କ ମହାସ୍ନାନ କରାଯାଇଥିଲା।

ପରେ ନୀତି ଅନୁସାରେ ପୂଜା ବିଦ୍ଧି କରାଯାଉଛି । ଦେବୀ ଶାରଳାଙ୍କ ପୀଠରେ ମୁଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶାରଦୀୟ ପାର୍ବଣ ପୂଜା ବିଦ୍ଧି ସମାପନ ହୋଇଛି। ବିଳମ୍ବିତ ରାତ୍ରିରେ ଶକ୍ତି ପୀଠରେ ସନ୍ଧି ପୂଜା କରାଯାଇଛି। ଶ୍ରଦ୍ଧାଳୁମାନେ ଶାରଳାଙ୍କ ଦର୍ଶନ କରିବା ସହ ଉତ୍ପାଦିତ ନୂତନ ଶସ୍ୟରେ ପ୍ରସ୍ତୁତ ଭୋଗ ମାଆଙ୍କ ପାଖରେ ଲାଗି କରିଛନ୍ତି। ମହାଷ୍ଟମୀରେ ଶକ୍ତି ସ୍ୱରୁପିଣୀଙ୍କ ପାଦ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ଶକ୍ତି ପୀଠ ମାନଙ୍କରେ ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ