ପିଏମ୍‌ସି ବ୍ୟାଙ୍କ୍‌ ଦୁର୍ନୀତି ମାମଲା: ଜବତ ସମ୍ପତ୍ତିରେ ୧୨ ବିଳାସପୂର୍ଣ୍ଣ କାର୍‌


ମୁମ୍ବାଇ: ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ ହେବା ସହ ଶୁକ୍ରବାର ଏକାଧିକ ପ୍ରତିଷ୍ଠାନ ଉପରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଇଡି ପକ୍ଷରୁ ୧୨ଟି ବିଳାସପୂର୍ଣ୍ଣ କାର୍‌ ମଧ୍ୟ ସାମିଲ୍‌ ରହିଥିବା ଜଣାପଡ଼ିଛି। ହାଉସିଂ ଡେଭଲପ୍‌ମେଣ୍ଟ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଲିମିଟେଡ୍‌ (ଏଚ୍‌ଡି୍ଆଇଏଲ୍‌) ସହ ସଂଶ୍ଳିଷ୍ଟ ଥିବା ମୁମ୍ବାଇର ୬ଟି ସ୍ଥାନରେ ଚଢ଼ାଉ କରାଯିବା ପରେ ଏହିସବୁ ଗାଡ଼ିକୁ ଜବତ କରାଯାଇଛି। ଏହିସବୁ ବିଳାସପୂର୍ଣ୍ଣ କାର୍‌ରେ ୬ କୋଟି ଟଙ୍କା ମୂଲ୍ୟର ଦୁଇଟି ରୋଲ୍ସ ରୟେସ୍‌ କାର୍‌ ସହ ୨ କୋଟି ଟଙ୍କା ମୂଲ୍ୟର ବେଣ୍ଟ୍‌ଲି କଣ୍ଟିନେଣ୍ଟାଲ୍‌ ଜିଟି କାର୍‌ ମଧ୍ୟ ରହିଛି। ଏହିସବୁ କାର୍‌ର ବ୍ୟବହାର ଏଚ୍‌ଡିଆଇଏଲ୍‌ର ପ୍ରମୋଟର୍‌ ରାକେଶ ୱଧାୱନ୍‌ ଓ ତାଙ୍କ ପୁଅ ସରଙ୍ଗ ବ୍ୟବହାର କରୁଥିଲେ। ରୋଲ୍ସ ରୟେସ୍‌ ଓ ବେଣ୍ଟ୍‌ଲି କଣ୍ଟିନେଣ୍ଟାଲ୍‌ ଜିଟି ବ୍ୟତୀତ ଏହି ବିଳାସପୂର୍ଣ୍ଣ କାର୍‌ ମଧ୍ୟରେ ଦୁଇଟି ରେଞ୍ଜ୍‌ ରୋଭର୍ସ, ଗୋଟିଏ ମର୍ସିଡିଜ୍‌ ବେଞ୍ଜ୍‌ ଓ ଗୋଟିଏ ମର୍ସିଡିଜ୍‌ ବେଞ୍ଜ୍‌ ମଧ୍ୟ ରହିଥିବା ଜଣାପଡ଼ିଛି।

ୱାଧାୱନ୍‌ ଆଭିଜାତ୍ୟପୂର୍ଣ୍ଣ ଜୀବନଯାପନ କରିବା ସହ ଅଧିକାଂଶ ସମୟରେ ବଡ଼ ବଡ଼ ପାର୍ଟିରେ ଯୋଗ ଦେଇଆସୁଥିଲେ। ସେ ପିଏମ୍‌ସି ବ୍ୟାଙ୍କ୍‌ରୁ ପାଖାପାଖି ସାଢ଼େ ୬ ହଜାର କୋଟି ଟଙ୍କାର ୠଣ ନେଇଥିଲେ ମଧ୍ୟ ଏହାକୁ ପଇଠ କରିବାର ନାଁ ଗନ୍ଧ ଧରୁ ନ ଥିଲେ। ଚଳିତ ସପ୍ତାହର ପ୍ରାରମ୍ଭରେ ଏଚ୍‌ଡିଆଇଏଲ୍‌ର ପ୍ରମୋଟର୍‌ମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପୋଲିସ୍‌ ହେପାଜତରେ ରହିବାକୁ ପଡ଼ିବ। ୱଧାୱନ୍‌ ବ୍ୟାଙ୍କ୍‌ର ବରିଷ୍ଠ ଅଧିକାରୀଙ୍କ ସହ ମିଶି ଏତେ ବଡ଼ ପରିମାଣର ଠକେଇ କରିଥିବା କୁହାଯାଉଛି। ମୁମ୍ବାଇ ପୋଲିସ୍‌ର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍‌ଲ୍ୟୁ) ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଇଡି ମନି ଲଣ୍ଡରିଂ ଅଭିଯୋଗ ଦାଏର୍‌ କରିଛି। ଏହି ଦୁର୍ନୀତି ମାମଲାରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପିଏମ୍‌ସି ବ୍ୟାଙ୍କ୍‌ର ବହିଷ୍କୃତ ପରିଚାଳନା ନିର୍ଦେଶକ ଜୟ ଥୋମାସ୍‌ଙ୍କୁ ମଧ୍ୟ ଗିରଫ କରାଯାଇସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ