କଟକ-ଭୁବନେଶ୍ୱରରେ ରାତି ୧୨ଟା ଯାଏ ଚାଲିବ ମେଲୋଡ଼ି


ଭୁବନେଶ୍ୱର: ଆଜି ମହାମାୟାଙ୍କ ମହାଅଷ୍ଟମୀ ପୂଜା। ଏଥିପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟାପକ ଗ୍ରହଣ କରାଯାଇଛି। ତେବେ ଚଳିତବର୍ଷ ପୂଜାକୁ ରଙ୍ଗୀନ କରିବା ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକରେ ରାତି ୧୦ଟା ପରିବର୍ତ୍ତେ ୧୨ଟା ଯାଏ ଚାଲିବ ମେଲୋଡି ଓ ଡ୍ୟାନ୍ସ। ଏହାସହ ଲାଉଡ ସ୍ପିକର୍ ରାତି ୧୨ଟା ଯାଏ ମଧ୍ୟ ବାଜି ପାରିବ। ଏନେଇ ଆଜି ଦ୍ୱୈତନଗରୀ ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ୩୦ ପ୍ଲାଟୁନ୍‌ ଓ କଟକରେ ୬୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହାଛଡ଼ା ଭୁବନେଶ୍ୱରରେ ୨୦୦୦ରୁ ଅଧିକ ସ୍ପଶାଲ୍‌ ପୋଲିସ୍‌ ଅଫିସର ମୁତୟନ ହୋଇଛନ୍ତି। ପୂଜା ସମୟରେ ସହର ଭିତରେ ଭାରୀଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଚଳିତବର୍ଷ ଭୁବନେଶ୍ୱରରେ ୫ଟି ଜାଗାରେ ରାବଣ ପୋଡ଼ି ଆୟୋଜନ କରାଯିବ। ସୂଚନାରୁ ପ୍ରକାଶ, ପୂର୍ବରୁ ରାତି ୧୦ଟା ଯାଏ ମେଲୋଡି ଓ ଲାଉଡ ସ୍ପିକର୍ ବଜାଇବା ନିୟମ ଥିଲା। ଶାରଦୀୟ ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ