ମବ୍‌ ଲିଚିଙ୍ଗ ଅଭିଯୋଗକାରୀ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ


କିଛି ଦିନ ପୂର୍ବରୁ ବଲିଉଡ୍‌ର କେତେକ ସେଲିବ୍ରିଟି ଦେଶରେ ବଢ଼ି ଚାଲିଥିବା ମବ୍‌ ଲିଚିଙ୍ଗ ଘଟଣା ଉପରେ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ପତ୍ର ଲେଖିଥିଲେ। ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ ଅନୁରାଗ କଶ୍ୟପ, ଅପର୍ଣ୍ଣା ସେନ୍‌, ଶ୍ୟାମ ଭେନେଗଲ, ଶୁଭା ମୁଦ୍ରୁଳ ଭଳି ବଡ଼ ବଡ଼ କଳାକାର ମଧ୍ୟ ସାମିଲ୍‌ ଥିଲେ। ଏବେ ଏହି ସେଲିବ୍ରିଟିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରାଯାଇଛି। ଏହି ସେଲିବ୍ରିଟିଙ୍କ ବିରୋଧରେ ଦୁଇ ମାସ ପୂର୍ବରୁ ଓକିଲ ସୁଧୀର କୁମାର ଓଝା ଏକ ଯାଚିକା ଦାଏର କରିଥିଲେ। ଯାହାକୁ ନେଇ ଏବେ ଚିଫ୍‌ ଜୁଡିସିଆଲ ମ୍ୟାଜିଷ୍ଟ୍ରେଟ୍‌ଙ୍କ ନିର୍ଦେଶରେ ଏଫ୍‌ଆଇଆର୍‌ ଦାଏର କରାଯାଇଛି। 

ନିଜ ଯାଚିକାରେ ଓଝା ଅଭିଯୋଗ କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ପତ୍ର ଲେଖିଥିବା ସେଲିବ୍ରିଟିମାନେ ଦେଶର ଛବିକୁ କ୍ଷତି ପହଞ୍ଚାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା କରାଯାଇଥିବା ଉତ୍ତମ କାମକୁ ଖରାପ ବୋଲି ଦର୍ଶାଇ ବିଚ୍ଛିନ୍ନତାବାଦୀଙ୍କ ଶକ୍ତିକୁ ସମର୍ଥନ କରୁଛନ୍ତି। ପୋଲିସ ପକ୍ଷରୁ କୁହାଯାଇଛି ଯେ ଏହି ସେଲିବ୍ରିଟିଙ୍କ ବିରୋଧରେ ଦେଶଦ୍ରୋହ, ଉପଦ୍ରବ ସ୍ପ୍ରେଡ୍‌ କରିବାକୁ ଚେଷ୍ଟା କରିବା, ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଭଳି ଧାରାରେ ରିପୋର୍ଟ ଦାଏର କରାଯାଇଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇ ମାସରେ ସେଲିବ୍ରିଟିମାନେ ଏହି ଖୋଲା ପତ୍ର ପିଏମ୍‌ ମୋଦିଙ୍କୁ ଲେଖିଥିଲେ। ଦେଶରେ ଅଳ୍ପସଂଖ୍ୟକ ଓ ଦଳିତଙ୍କ ବିରୋଧରେ ବଢ଼ୁଥିବା ଲଚିଙ୍ଗ ଘଟଣାକୁ ତୁରନ୍ତ ରୋକିବା ପାଇଁ ଖୋଲା ପତ୍ରରେ ଲେଖାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ