ଘରେ ଏପରି ତିଆରି କରନ୍ତୁ ହ୍ୟାଣ୍ଡ ସାନିଟାଇଜର


ଆପଣ ହୁଏତ ଅଧିକ ସଫା ସୁତୁରା ରହୁଥିବା ବ୍ୟକ୍ତି ହୋଇ ନ ପାରନ୍ତି। କିନ୍ତୁ ଯେତେବେଳେ ଆପଣ ପରିବେଶରେ ଥିବା ଧୁଳି ଓ କୀଟାଣୁ ଅନୁଭବ ହୋଇଥାଏ, ଆପଣ ତୁରନ୍ତ ନିଜ ସାନିଟାଇଜର ବାହାର କରି ବ୍ୟବହାର କରିଥାନ୍ତି।

ଅଭ୍ୟାସ ବଦଳିବା ସହିତ ସାବୁନ, ପାଣି ବ୍ୟବହାର କରିବା ପୁରୁଣା ପଦ୍ଧତି ଉପରେ ନିର୍ଭର କରିବା କମ୍‌ ହେବାରେ ଲାଗିଛି। ଏହାର ସ୍ଥାନ ଏବେ ହ୍ୟାଣ୍ଡ ସାନିଟାଇଜର ନେଇଛି। ଏହା ହାଇଜେନିକ୍‌ ହେବା ସହିତ ସାଙ୍ଗରେ ନେବା ଆଣିବା କରିବା ମଧ୍ୟ ସହଜ ହୋଇଥାଏ। ଏହି ହ୍ୟାଣ୍ଡ ସାନିଟାଇଜର ଗୋଟିଏ ଥରରେ କୀଟାଣୁ ମଧ୍ୟ ନଷ୍ଟ କରିଦିଏ ବୋଲି କୁହାଯାଏ। ଯଦିଓ ଅଧିକାଂଶ ସାନିଟାଇଜରରେ ଆଲକହଲ ରହିଥାଏ, ଯାହା ସମ୍ବେଦନଶୀଳ ଚର୍ମକୁ ସୁଟ୍‌ କରି ନ ଥାଏ। ଯଦି ଆପଣଙ୍କୁ ମଧ୍ୟ ବଜାରରେ ବିକ୍ରି ହେଉଥିବା ହ୍ୟାଣ୍ଡ ସାନିଟାଇଜରରେ କିଛି ସମସ୍ୟା ହେଉଛି, ତେବେ ଆପଣ ଘରେ ସହଜରେ ଏହା ତିଆରି କରିପାରିବେ।

ଘରେ ହ୍ୟାଣ୍ଡ ସାନିଟାଜର ତିଆରି କରିବା ଲାଗି ପ୍ରଥମେ ଆପଣଙ୍କୁ ପେପରମିଣ୍ଟ, ନିମ୍ବ କିମ୍ବା ଲବଙ୍ଗ ଭଳି ଏସେସନାଲ ଅଏଲ୍‌ର, ୱିଚ୍‌ ହାଜେଲ୍‌, ଏଲୋଭେରା ଓ ଏକ ଛୋଟ ବଟଲର ଆବଶ୍ୟକତା ରହିଛି। ପ୍ରଥମେ ଏକ ପାତ୍ରରେ ୨ରୁ ୩ ଚାମଚ ଏଲୋଭେରା ଜେଲ୍‌ ନିଅନ୍ତୁ। ଏଥିରେ ୱିଚ୍‌ ହାଜେଲ୍‌ରୁ କିଛି ବୁନ୍ଦା ଓ ଏସେସ୍‌ନାଲ ଅଏଲ୍‌ ପକାନ୍ତୁ। ବ୍ୟାକ୍ଟେରିଆ ନଷ୍ଟ କରୁଥିବା ମାଇଲ୍ଡ ଏସେସନାଲ ଅଏଲ୍‌ ହ୍ୟାଣ୍ଡ ସାନିଟାଇଜର ପାଇଁ ଉତ୍ତମ। ଏହି ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାନ୍ତୁ। ଏହା ଭଲ ଭାବେ ମିଶିଗଲା ପରେ ବୋତଲକୁ ଢାଳନ୍ତୁ। ଏହାର ସ୍ପ୍ରେ ସଲ୍ୟୁସନ୍‌ ତିଆରି କରିବା ଲାଗି ଡିଷ୍ଟିଲ୍ଟ କିମ୍ବା ଫିଲ୍ଟର୍ଡ ୱାଟର ମଧ୍ୟ ମିଶାଇପାରିବେ।

ହ୍ୟାଣ୍ଡ ସାନିଟାଇଜର ସୁବିଧାଜନକ, କିନ୍ତୁ ଏହାକୁ ଠିକ୍‌ ଭାବେ ବ୍ୟବହାର କରିବା ଉଚିତ। ୨ ବୁନ୍ଦା ସାନିଟାଇଜର ନେଇ ହାତ ପାପୁଲିରେ ଚାରିଆଡ଼କୁ ଘଷନ୍ତୁ। ଏହାକୁ ଶୁଖିବା ଯାଏ ଅପେକ୍ଷା କରନ୍ତୁ। ଯଦି ଅଧିକ ସାନିଟାଇଜର ଲାଗିଯାଏ, ତେବେ ଏହାକୁ ଧୁଅନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ