ଏବେ ବି ରହିଛି ବାପୁଙ୍କ ଚଷମାର ଟ୍ରେଣ୍ଡ


୨ ଅକ୍ଟୋବରରେ ଜାତିର ପିତା ମୋହନଦାସ କରମ ଚାନ୍ଦ ଗାନ୍ଧିଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ମହାତ୍ମା ଗାନ୍ଧିଙ୍କ ନିଆରା ଚିନ୍ତାଧାରା ଏବେ ବି ଲୋକଙ୍କ ହୃଦୟରେ ବସି ରହିଛି। ସତ୍ୟ ଓ ଅହିଂସା ବଳରେ ଦେଶକୁ ସ୍ବାଧୀନ କରିଥିବା ବାପୁଙ୍କ ଛବି କେବଳ ଭାରତୀୟଙ୍କୁ ନୁହେଁ, ବିଦେଶୀଙ୍କୁ ମଧ୍ୟ ପ୍ରଭାବିତ କରି ଚାଲିଛି। ଆଜି ବି ଖଦୀ, ଧୋତି କିମ୍ବା ଚରଖା ଦେଖିବା ମାତ୍ରେ ଲୋକଙ୍କୁ ସର୍ବପ୍ରଥମେ ବାପୁ ମନେପଡ଼ନ୍ତି। ସେହିପରି ବାପୁଙ୍କ ଚଷମାର ଟ୍ରେଣ୍ଡ ଆଜି ପର୍ଯ୍ୟନ୍ତ ଫ୍ୟାଶନ୍‌ ବଜାରରେ ନିଜ ଆସନ ଜମାଇ ରଖିଛି।

ରାଉଣ୍ଡ ପ୍ଲେନ୍‌ ଗ୍ଲାସ୍‌ ଓ କାନ ଉପରକୁ ପତଳା ଫ୍ରେମ୍‌ ଗାନ୍ଧିଜୀଙ୍କ ଚଷମାକୁ ମନେପକାଏ। କିନ୍ତୁ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ଏଭଳି ଚଷମା ବଲିଉଡ୍‌ରୁ ଆରମ୍ଭ କରି ସାରା ବିଶ୍ବର ବଡ଼ ବଡ଼ ବ୍ୟକ୍ତିତ୍ବ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚଷମାର ଡିଜାଇନ୍‌ ଓ ଫ୍ରେମ୍‌ ପାଖାପାଖି ଏକା ଭଳି। ଅନେକ ସାମ୍ବାଦିକ ସମ୍ମିଳନୀରେ କୋହଲି ନିଜର ଏହି ଚଷମାରେ ନଜର ଆସିଥିବା ଦେଖିବାକୁ ମିଳିଥାଏ।

ହଲିଉଡ୍‌ ଫିଲ୍ମ ‘ହ୍ୟାରି ପୋଟ୍ଟର’ର ମୁଖ୍ୟ ଚରିତ୍ରକୁ ପ୍ରଶଂସକମାନେ କିପରି ଭାବେ ଭୁଲିଯିବେ? ଗାନ୍ଧିଜୀଙ୍କ ଏହି ଚଷମାର ଡିଜାଇନ୍‌ ପ୍ରତ୍ୟେକ ଦଶକରେ ଟ୍ରେଣ୍ଡ କରୁଛି, ଏହାର ପ୍ରମାଣ ହ୍ୟାରି ପୋଟ୍ଟରଙ୍କ ଚଷମା। ଫିଲ୍ମ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଯାଦୁ ଏବେ ବଲିଉଡ୍‌ ପ୍ରଶଂସକଙ୍କ ହୃଦୟ ଓ ମସ୍ତିଷ୍କରେ ଛାଇ ହୋଇ ରହିଛି। ଆୟୁଷ୍ମାନଙ୍କ କାଜୁଆଲ ଚଷମା ମଧ୍ୟ ଗାନ୍ଧିଜୀଙ୍କ ଚଷମାରୁ କପି ହୋଇଥିବା ଦେଖାଯାଉଛି। ଟେକ୍ନୋଲୋଜି ଜଗତର କମ୍ପାନୀ ଆପ୍ପଲର ପୂର୍ବତନ ସିଇଓ ଷ୍ଟିଭ୍‌ ଜବ୍‌ସଙ୍କ ଚଷମା ମଧ୍ୟ ଗାନ୍ଧିଜୀଙ୍କ ଚଷମା ସହିତ ବହୁତ ମାତ୍ରାରେ ମେଳ ଖାଉଥିବା ଦେଖିବାକୁ ମିଳିଥାଏ। ବ୍ରିଟେନ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଓ ସଙ୍ଗୀତକାର ଜନ୍‌ ଲେନନ୍‌ଙ୍କ ଚଷମା ଡିଜାଇନ୍‌ ମଧ୍ୟ ଅବିକଳ ଗାନ୍ଧିଜୀଙ୍କ ଚଷମା ଭଳି ହୋଇଛି।

ବଜାରରେ ଏଭଳି ଅନେକ ଚଷମା ଉପଲବ୍ଧ ହେଉଛି, ଯାହା ବାପୁଙ୍କ ଚଷମା ସହିତ ମେଳ ଖାଉଛି। କିନ୍ତୁ ଯୁବପିଢ଼ିକୁ ଆକର୍ଷିତ କରିବା ଲାଗି ଏହାକୁ କିଛି ମାତ୍ରାରେ ମୋଡିଫାଏ କରାଯାଇଛି। ଅର୍ଜୁନ୍‌ କପୁର ମଧ୍ୟ ଏଭଳି ଚଷମା ପିନ୍ଧିଥିବା ଦେଖିବାକୁ ମିଳିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ