ଚମିକିଲେ ମିନାକ୍ଷୀ, ପିରିୟଡିକ୍‌ ଟେବଲ୍‌ରେ କଲେ ବିଶ୍ବ ରେକର୍ଡ


ଭାରତର ମହିଳାମାନେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ନୂଆ ରେକର୍ଡ କରି ଦେଶର ନାମ ଉଜ୍ଜ୍ବଳ କରିବାରେ ଲାଗିଛନ୍ତି। ମୁମ୍ବାଇରେ ରହୁଥିବା ପ୍ରଫେସର ମିନାକ୍ଷୀ ଅଗ୍ରୱାଲ ରସାୟନ ବିଜ୍ଞାନର ପିରିୟଡିକ ଟେବଲ୍‌ର ୧୧୮ ତତ୍ତ୍ବକୁ ସବୁଠାରୁ କମ୍‌ ସମୟରେ ଆରେଞ୍ଜ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମାତ୍ର ୨ ମିନିଟ୍‌ ୪୯ ସେକେଣ୍ଡରେ ମିନାକ୍ଷୀ ଏହା ସମ୍ପୂର୍ଣ୍ଣ କରି ରେକର୍ଡ କରିପାରିଥିବାବେଳେ ପୂର୍ବରୁ ହଂକଂଠାରେ ପାକିସ୍ତାନର ହାଫିଜ୍‌ ଖୁର୍ମ ଶହଜାଦ ୩ମିନିଟ୍‌ ୧୫ ସେକେଣ୍ଡର କରିଥିବା ଏହି ରେକର୍ଡକୁ ଭାଙ୍ଗିଛନ୍ତି। ଏଥସହିତ ଏହି ରେକର୍ଡ କରିବାରେ ସେ ବିଶ୍ବର ପ୍ରଥମ ମହିଳା ପାଲଟିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ପ୍ରତ୍ୟେକ ଥର ପୁରୁଷଙ୍କ ଦ୍ବାରା ହାସଲ କରାଯାଉଥିଲା।

ଆଗରୁ ଥିଲା ପ୍ରାକ୍ଟିସ୍‌

ପ୍ରଫେସର ମିନାକ୍ଷୀ ଇଣ୍ଟରନେଟ୍‌ରୁ ପିରିୟଡିକ୍‌ ଟେବଲ ରେକର୍ଡ ସମ୍ପର୍କରେ ସୂଚନା ପାଇଥିଲେ। ଏହାପୂର୍ବରୁ ସେ ହଜାରରୁ ଊର୍ଦ୍ଧ୍ବ ଥର ଟେବଲ ତିଆରି କରି ପ୍ରାକ୍ଟିସ୍‌ କରିଥିଲେ। ତେଣୁ ଏହାକୁ ଆରେଞ୍ଜ କରିପାରିବେ ବୋଲି ଭାବିଥିଲେ। କେବଳ ସେତିକି ନୁହେଁ, ୧୯୯୯ ମସିହାରୁ ସେ ଟେବଲ୍‌କୁ ପୂରା ମନେ ମଧ୍ୟ ରଖିଛନ୍ତି। ଏହି ନୂଆ ରେକର୍ଡ ହାସଲ କରିବା ପରେ ପ୍ରଫେସର ମିନାକ୍ଷୀଙ୍କୁ ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍ଡ ରେକର୍ଡର ଜଜ୍‌ ଋଷି ନାଥ ପ୍ରମାଣପତ୍ର ଦେଇଥିଲେ। ପିରିୟଡିକ୍‌ ଟେବଲ୍‌ରେ ରସାୟନିକ ତତ୍ତ୍ବକୁ ତାହାର ସମାନ ବିଶେଷତ୍ବ ହିସାବରେ ଗୋଟିଏ ଟେବଲ୍‌ରେ ଦର୍ଶାଇଥାଏ। ଏଥିରେ ତତ୍ତ୍ବକୁ ଆଟମିକ୍‌ ନମ୍ବରର ବଢ଼ୁଥିବା କ୍ରମ ଅନୁସାରେ ସଜା ଯାଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ