ଏହି ନବରାତ୍ରୀରେ ପ୍ରିୟଙ୍କାଙ୍କଠାରୁ ନିଅନ୍ତୁ ପାରମ୍ପରିକ ଡ୍ରେସିଙ୍ଗ ଟିପ୍ସ


ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚେପ୍ରା ଏବେ ଭାରତରେ ଅଛନ୍ତି। ସେ ନିଜର ନୂଆ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏବେ ନବରାତ୍ରୀ ଆରମ୍ଭ ହୋଇଯାଇଛି। ଏପରିସ୍ଥଳେ ପ୍ରିୟଙ୍କା ମଧ୍ୟ ପାରମ୍ପରିକ ପୋଷାକରେ ନଜର ଆସୁଛନ୍ତି।

ରେଡ୍‌ ପୋଲ୍‌କା ଡଟ୍‌ସ ଶାଢ଼ିରେ ପ୍ରିୟଙ୍କା
ଯଦି ଆପଣ ରେଗୁଲାର ଶାଢ଼ି ପିନ୍ଧୁ ନାହାନ୍ତି, ତେବେ ଅତିକମ୍‌ରେ ପର୍ବପର୍ବାଣୀରେ ଶାଢ଼ି ପିନ୍ଧିପାରିବେ। ପ୍ରିୟଙ୍କାଙ୍କୁ କିଛି ଦିନ ତଳେ ହ୍ବାଇଟ୍‌ ଓ ରେଡ୍‌ ରଙ୍ଗର ପୋଲ୍‌କା ଡଟ୍‌ସ ଶାଢ଼ିରେ ଦେଖିବାକୁ ମିଳିଥିଲା। ଧଳା ରଙ୍ଗର ଏହି ପ୍ଲେନ୍‌ ଶାଢ଼ିରେ ଲାଲ୍‌ ରଙ୍ଗର ପୋଲ୍‌କା ଡଟ୍‌ସ ରହିଛି। ଏହି ଶାଢ଼ି ସହିତ ପ୍ରିୟଙ୍କା ପ୍ଲେନ୍‌ ରେଡ୍‌ ଫୁଲ୍‌ ସ୍ଲିଭ୍‌ସ ବ୍ଲାଉଜ୍‌, ଜୁଡ଼ା, କାନରେ ବଡ଼ ବଡ଼ ଇଅରରିଙ୍ଗସ୍‌ ଓ ମଥାରେ ଛୋଟ ବିନ୍ଦି ସହିତ ମ୍ୟାଚ୍‌ କରି ପିନ୍ଧିଥିଲେ।

ବ୍ଲାକ୍‌ ଫ୍ଲୋରାଲ ଶାଢ଼ିର ଯାଦୁ

ଶାଢ଼ି କଥା ଉଠିଲେ, କେହି ଫ୍ଲୋରାଲ ଶାଢ଼ିକୁ କିପରି ଭୁଲି ଯିବେ। ଏବେ ଫ୍ଲୋରାଲ ପାର୍ଟନ ଖୁବ୍‌ ଟ୍ରେଣ୍ଡରେ ରହିଛି। ଏକ ଟିଭି ରିଅଲିଟି ଶୋ’ରେ ନିଜ ଫିଲ୍ମର ପ୍ରମୋସନ କରିବାକୁ ଗଲାବେଳେ ପ୍ରିୟଙ୍କା ଏକ କଳା ରଙ୍ଗର ଫ୍ଲୋରାଲ ଶାଢ଼ି ପିନ୍ଧିଥିଲେ। ନିଜର ଏହି ଲୁକ୍‌ ସହିତ ପ୍ରିୟଙ୍କା କେଶ ଖୋଲା ରଖିଥିଲେ। ଏହା ସହିତ ସ୍ଲିଭ୍‌ଲେସ୍‌ ବ୍ଲାଉଜ୍‌, କଳା ରଙ୍ଗର ପ୍ଲେନ୍‌ ଚୁଡ଼ି, କାମନରେ ଛୋଟ ରାଉଣ୍ଡ ଇଅରରିଙ୍ଗସ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ।

ହେଭି କାମ ହୋଇଥିବା ଅଫ୍‌ ହ୍ବାଇଟ୍‌ ଶାଢ଼ି

ଫିଲ୍ମ ପ୍ରମୋସନ ସହିତ ଜଡ଼ିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଅଫ୍‌ ହ୍ବାଇଟ୍‌ ହେଭି କାମ ହୋଇଥିବା ଶାଢ଼ି ପିନ୍ଧିଥିଲେ। ଏଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ପ୍ରିୟଙ୍କା ଏହି ସମୟରେ କେଶ ଖୋଲା ରଖିଥିଲେ। କାନରେ ଛାଟ ଇଅରରିଙ୍ଗସ୍‌, ଗଳାରେ ମଙ୍ଗଳସୂତ୍ର ଓ ହାତରେ ଗୋଲ୍ଡେନ୍‌ ରଙ୍ଗର ଘଡ଼ି ପିନ୍ଧିଥିବା ପ୍ରିୟଙ୍କାଙ୍କ ଏହି ଲୁକ୍‌ ପାର୍ବଣ ପାଇଁ ଏକଦମ୍‌ ପରଫେକ୍ଟ ଅଟେ।

ପିଙ୍କ୍‌ ଅନାରକଲି ସୁଟ୍‌
ଯଦି ଆପଣ ମଧ୍ୟ ପିଙ୍କ୍‌ କଲର ପସନ୍ଦ କରନ୍ତି, ତେବେ ପ୍ରିୟଙ୍କାଙ୍କଠାରୁ ଟିପ୍ସ ନେଇପାରିବେ। ପ୍ରିୟଙ୍କାଙ୍କ ଭଳି ସ୍ଲିଭ୍‌ଲେସ୍‌ ଅନାରକଲି ସୁଟ୍‌କୁ ଆପଣ ନବରାତ୍ରୀ ସମୟରେ ପିନ୍ଧିପାରିବେ। ପ୍ରିୟଙ୍କାଙ୍କ ଏହି ସିମ୍ପଲ ଲୁକ୍‌ ବହୁତ ସୁନ୍ଦର ଥିଲା।

ଡିପ୍‌ ଗ୍ରୀନ୍‌ ସରାରାରେ ଦାଣ୍ଡିଆ

ନବରାତ୍ରୀ ସମୟରେ ଦାଣ୍ଡିଆ କରିବାକୁ କିଏ ଭଲ ନ ପାଏ! ଏପରିସ୍ଥଳେ ଦାଣ୍ଡିଆ ନାଇଟ୍‌ରେ ଲେହେଙ୍ଗା ବଦଳରେ ପ୍ରିୟଙ୍କା ଚୋପ୍ରାଙ୍କଠାରୁ ଟିପ୍ସ ନେଇ ସରାରା ଟ୍ରାଏ କରିପାରିବେ। ପ୍ରିୟଙ୍କାଙ୍କ ଏହି ଡିପ୍‌ ଗ୍ରୀନ୍‌ ରଙ୍ଗର ସରାରା ଉପରେ ସିଲ୍‌ଭର ରଙ୍ଗର ହେଭି ୱାର୍କ ହୋଇଥିଲା। ଦାଣ୍ଡିଆ ପାଇଁ ଏହା ଏକଦମ୍‌ ପରଫେକ୍ଟ। ନିଜର ଏହି ଲୁକ୍‌ ସହିତ ପ୍ରିୟଙ୍କର ହେଭି ଇଅରରିଙ୍ଗସ୍‌ ଓ ମାଙ୍ଗଟିକା ସହିତ ପିନ୍ଧିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ