ପରୋପକାରୀ ପାଇଲଟ: କୁନି ଝିଙ୍କକୁ ବଞ୍ଚାଇବା ପାଇଁ ରୋକିଲେ ବିମାନ


ଆଜି ବି ଦୁନିଆରେ ଅନେକ ସହୃଦୟ ବ୍ୟକ୍ତି ଅଛନ୍ତି। ଖାସ ସେମାନଙ୍କ ପାଇଁ ଜୀବଜଗତରେ ଭାରସାମ୍ୟ ରଖାଯାଇ ପାରୁଛି। ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସ୍କଟଲାଣ୍ଡରେ ଜଣେ ପାଇଲଟ ବିମାନ ଉଡ଼ାଣ ପାଇଁ ଉଦ୍ୟତ ହେଉଥିବା ବେଳେ ହଠାତ୍‌ ଏପରି କିଛି ଘଟିଲା, ଯାହା ଦେଖି ପାଇଲଟ ଜଣକ ତତ୍‌କ୍ଷଣାତ ରନୱେରେ ବିମାନଟିକୁ ଅଟକାଇ ଦେଇଥିଲେ। ଏହାର କାରଣ ଜାଣିଲେ ଆପଣଙ୍କ ହୃଦୟ ତରଳିଯିବ। ଉକ୍ତ ପାଇଲଟଙ୍କ ପ୍ରତି ସମ୍ମାନ ନ ଜଣାଇ ରହିପାରିବେ ନାହିଁ।

‘ମେଟ୍ରୋ’ର ରିପୋର୍ଟ ଅନୁଯାୟୀ, ସ୍କଟଲାଣ୍ଡର ଷ୍ଟର୍ନୋୱେ ବିମାନବନ୍ଦର ଠାରେ ଜନୈକ ପାଇଲଟ ଏଲ୍‌ଏମ୍‌ ୧୫୬ ନାମକ ବିମାନ ଉଡ଼ାଇବାକୁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍‌ ସେ ଏକ କୁନି ଝିଙ୍କକୁ ରନୱେରେ ଦେଖିବାକୁ ପାଇଲେ। ଏଥିରେ ବିଚଳିତ ହୋଇ ସେ ତତ୍‌କ୍ଷଣାତ୍‌ ବିମାନଟିକୁ ସେ ରନୱେରେ ହିଁ ରୋକିଦେଇଥିଲେ। ଏଥିସହ କୁନି ଝିଙ୍କଟିକୁ ରନୱେ ପାରହେବାକୁ ଦେଇଥିଲେ। ଏଥିପାଇଁ ବିମାନ ଦୁଇ ମିନିଟ ବିଳମ୍ବରେ ଉଡ଼ାଣ ଭରିଥିଲା। ପାଇଲଟ ଜଣକ ଯାତ୍ରୀମାନଙ୍କୁ ଏହାର କାରଣ ଜଣାଇଥିବାରୁ ସେମାନଙ୍କ ଅସନ୍ତୋଷ ପ୍ରକାଶ ପାଇ ନ ଥିଲା।

ଜଣେ ଯାତ୍ରୀ ଏହି ଖବରକୁ ଟ୍ବିଟ କରି କହିଛନ୍ତି ଯେ କୁନି ଝିଙ୍କଟିକୁ ବଞ୍ଚାଇବାକୁ ତଥା ବିମାନକୁ ଏକ ଆକସ୍ମିକ ଦୁର୍ଘଟଣାରୁ ରକ୍ଷା କରିବାକୁ ଯାଇ ସହୃଦୟ ପାଇଲଟ ଜଣକ ଏପରି ପଦକ୍ଷେପ ନେଇଥିଲେ। ସମ୍ପୃକ୍ତ ଏୟାରଲାଇନ୍ସର ନିର୍ଦେଶକ ମଧ୍ୟ ସମାନ ଢଙ୍ଗରେ ଏହା ‘ମିରର’କୁ ଜଣାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ