ନବରାତ୍ରୀ ବ୍ରତ ସମୟରେ ଗର୍ଭବତୀ ମହିଳା ଏପରି ନିଅନ୍ତୁ ନିଜର ଯତ୍ନ


ଶାରଦୀୟ ନବରାତ୍ରୀ ୨୯ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଅନେକ ଲୋକ ୯ ଦିନ ଯାକ ଉପବାସ ରଖିଥାଆନ୍ତି। କିନ୍ତୁ ଗର୍ଭବତୀ ମହିଳାଙ୍କୁ ଏହି ସମୟରେ ବହୁତ ସାବଧାନତା ଅବଲମ୍ବନ କରିବା ଉଚିତ। ଗର୍ଭବତୀ ଥିବା ସମୟରେ ମହିଳାଙ୍କୁ ଅଧିକ ପୋଷକତତ୍ତ୍ବର ଆବଶ୍ୟକତା ରହିଛି। ତେଣୁ ଗର୍ଭବତୀ ମହିଳାଙ୍କୁ ବ୍ରତ ରଖିବାବେଳେ ସାବଧାନତା ଅବଲମ୍ବନ କରିବା ଉଚିତ, ଯାହାଫଳରେ ଉଭୟ ମା’ ଓ ପିଲା ସୁସ୍ଥ ରହିବେ।

ଏପରି ମହିଳା ବ୍ରତ ରଖନ୍ତୁନି

୩ ମାସରୁ କମ୍‌ ସମୟର ଗର୍ଭବତୀ ମହିଳା ବ୍ରତ ରଖିବା ଉଚିତ ନୁହେଁ। କାରଣ ଏହି ସମୟରେ ଭୋକିଲା ରହିବା ଫଳରେ ଅସ୍ତବ୍ୟସ୍ତ ଲାଗିବା ସହିତ ବାନ୍ତି ସମସ୍ୟା ହୋଇପାରେ।

ନିର୍ଜଳା ଉପବାସ ରଖନ୍ତୁନି

ଗର୍ଭବତୀ ମହିଳାଙ୍କୁ ନିର୍ଜଳା ବ୍ରତ ରଖିବା ଉଚିତ ନୁହେଁ। ଗର୍ଭବତୀ ଥିବା ସମୟରେ ମହିଳାଙ୍କୁ ପ୍ରତ୍ୟେକ ଦୁଇ ଘଣ୍ଟାରେ କିଛି ନା କିଛି ଖାଇବା ଉଚିତ। ଖାଇବା ସମୟ ମଧ୍ୟରେ ବ୍ୟବଧାନ ରହିବା ଉଚିତ ନୁହେଁ।

ଶରୀରରେ ରକ୍ତାଭାବ ହେବାକୁ ଦିଅନ୍ତୁନି

ଗର୍ଭବତୀ ଥିବା ସମୟରେ ମହିଳାଙ୍କଠାରେ ରକ୍ତାଭାବ ଅର୍ଥାତ୍‌ ଏନିମିଆ ହେବା ଅଭିଯୋଗ ଦେଖିବାକୁ ମିଳିଥାଏ। ଏପରିସ୍ଥଳେ ବ୍ରତ ରଖିବା ପୂର୍ବରୁ ପରୀକ୍ଷାନିରୀକ୍ଷା ନିହାତି କରାଇ ନେବା ଉଚିତ। ଯଦି ଆପଣଙ୍କ ଶରୀରରେ ରକ୍ତାଭାବ ରହିଛି, ତେବେ ବ୍ରତ ରଖିବାବେଳେ ଆଇରନ୍‌ଯୁକ୍ତ ଖାଦ୍ୟ ଭରପୂର ମାତ୍ରାରେ ସେବନ କରନ୍ତୁ। ଯାହାଫଳରେ ଆପଣଙ୍କୁ ଦୁର୍ବଳ ଲାଗିବ ନାହିଁ।

ପ୍ରତ୍ୟେକ ଦୁଇ ଘଣ୍ଟାରେ ଖାଦ୍ୟ ଖାଆନ୍ତୁ

ଗର୍ଭବତୀ ମହିଳାଙ୍କୁ ବ୍ରତ ରଖିବା ସମୟରେ ମଧ୍ୟ ପ୍ରତ୍ୟେକ ଦୁଇ ଘଣ୍ଟାରେ କିଛି ନା କିଛି ଖାଇବା ଉଚିତ। ଯାହାଫଳରେ ଶରୀରରେ ପୋଷକତତ୍ତ୍ବର ଅଭାବ ହେବ ନାହିଁ। ଏଥିପାଇଁ ଆପଣ ଡ୍ରାଏ ଫ୍ରୁଟ୍‌ ଓ ଫଳ ସେବନ କରିପାରିବେ।

ଭରପୂର ପାଣି ପିଅନ୍ତୁ

ବ୍ରତ ସମୟରେ ଗର୍ଭବତୀ ମହିଳା ଅଧିକରୁ ଅଧିକ ପାଣି ପିଅନ୍ତୁ। ଏହାଦ୍ବାରା ଡିହାଇଡ୍ରେସନ୍‌ ସମସ୍ୟା ହେବ ନାହିଁ। ଆପଣ ପଇଡ଼ ପାଣି କିମ୍ବା ଜୁସ୍‌ ମଧ୍ୟ ପିଇ ପାରିବେ।

କ୍ୟାଲସିୟମ ପାଇଁ କ୍ଷୀର
ବ୍ରତ ସମୟରେ ଗର୍ଭବତୀ ମହିଳା କ୍ୟାଲ୍‌ସିୟମର ଅଭାବ ପୂରା କରିବା ଲାଗି ଦିନରେ ୨ରୁ ୩ ଥର କ୍ଷୀର ପିଅନ୍ତୁ। ଏହା ଆପଣଙ୍କ ଶରୀରର କ୍ୟାଲ୍‌ସିୟମ ଅଭାବ ଦୂର କରିବା ସହିତ ଏନର୍ଜି ମଧ୍ୟ ଦେବ।

ସାତ୍ତ୍ବିକ ଭୋଜନ ଲାଭଦାୟକ
ବ୍ରତ ରଖିବାର ଆଉ ଏକ ଫାଇଦା ହେଉଛି ଯେ ଏହି ସମୟରେ ଆପଣଙ୍କୁ ସିଝା ଓ ସାତ୍ତ୍ବିକ ଭୋଜନ କରିଥାନ୍ତି। ଏଭଳି ଖାଦ୍ୟ ଉଭୟ ମା’ ଓ ପିଲାଙ୍କ ପାଇଁ ଲାଭଦାୟକ ହୋଇଥାଏ।

ଠିକ୍‌ ସମୟରେ ଔଷଧ ସେବନ
ବ୍ରତ କରିବା ସମୟରେ ଗର୍ଭବତୀ ମହିଳାଙ୍କୁ ନିଜ ଔଷଧ ସେବନ କରିବାକୁ ଭୁଲିବା ଉଚିତ ନୁହେଁ। ଠିକ୍‌ ସମୟରେ ଔଷଧ ସେବନ ସହିତ ବିଶ୍ରାମ କରନ୍ତୁ ଓ ପ୍ରଚୁର ନିଦ ଶୁଅନ୍ତୁ।

କିଛି ଶାରୀରିକ କାର୍ଯ୍ୟ କରନ୍ତୁ
ଏହି ସମୟରେ ଆପଣ କେତେକ ହାତଗଣତି ଜିନିଷ ଉପରେ ନିର୍ଭର କରନ୍ତି। ତେଣୁ ହାଲୁକା ପୁଲୁକା ଶାରୀରିକ କାର୍ଯ୍ୟକଳାପ କରନ୍ତୁ। ଲଗାତର ଗୋଟିଏ ସ୍ଥାନରେ ବସି ରହନ୍ତୁନି। କାରଣ ଏହାଦ୍ବାରା ଏସିଡିଟି ହୋଇପାରେ। ଏଥିସହିତ କଠିନ ବ୍ୟାୟାମ କିମ୍ବା ଭାରୀ କାମ କରିବାଠାରୁ ଦୂରେଇ ରହନ୍ତୁ।

ତେଲଛଣା ଓ ମିଠାଠାରୁ ଦୂରେଇ ରହନ୍ତୁ

ଅଧିକ ତେଲଛଣା ଖାଦ୍ୟ ଖାଇବାଠାରୁ ଦୂରେଇ ରହନ୍ତୁ। ଏଥିସହିତ ବ୍ରତ ରଖିବାବେଳେ ଗର୍ଭବତୀ ମହିଳାଙ୍କୁ ଚା’, କଫି ମଧ୍ୟ ସେବନ କରିବା ଉଚିତ ନୁହେଁ। ନବରାତ୍ରୀ ସମୟରେ ଅଧିକ ମାତ୍ରାରେ ମିଠା ସେବନ କରାଯାଏ। କିନ୍ତୁ ଆପଣ ଏହାଠାରୁ ଦୂରେଇ ରହନ୍ତୁ। ଏହାଦ୍ବାରା ଆପଣଙ୍କୁ ବାନ୍ତି ଲାଗିପାରେ। ଏହା ବଦଳରେ ଫଳ ଖାଆନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ