ଉତ୍ତମ ସ୍ବାସ୍ଥ୍ୟ
କୋଲେଷ୍ଟ୍ରଲ ନିୟନ୍ତ୍ରଣ ପାଇଁ ଅମୋଘ ଅସ୍ତ୍ର ଅଁଳା

କୋଲେଷ୍ଟ୍ରଲ ଶରୀର ଭିତରେ ଜମା ହୋଇଥିବା ଚର୍ବି ଜାତୀୟ ପଦାର୍ଥ, ଯାହା କୋଷିକାଗୁଡ଼ିକୁ ଶକ୍ତି ଯୋଗାଇଥାଏ। ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ରହିଛି। ଗୋଟିଏ ହେଲା ଗୁଡ୍ କୋଲେଷ୍ଟ୍ରଲ (ଏଚ୍ଡିଏଲ୍) ଓ ବ୍ୟାଡ୍ କୋଲେଷ୍ଟ୍ରଲ (ଏଲ୍ଡିଏଲ୍)। ଶରୀରରେ ଉଭୟ କୋଲେଷ୍ଟ୍ରଲର ମାତ୍ରାରେ ବାଲାନ୍ସ ରହିବା ଆବଶ୍ୟକ। ନଚେତ୍ ହୃଦ୍ରୋଗ ଆଶଙ୍କା ୩ ଗୁଣା ବଢ଼ିଯାଏ। ଅଧିକାଂଶ ଲୋକେ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ଲାଗି ଔଷଧ ସେବନ କରନ୍ତି। କିନ୍ତୁ ଘରୋଇ ଉପାୟରେ ମଧ୍ୟ ଏହି ସମସ୍ୟାର ସମାଧାନ କରାଯାଇପାରିବ। ଏଠାରେ ଅଁଳା ଜୁସ୍ର ଉପକାରିତା ସମ୍ପର୍କରେ ସୂଚନା ଦିଆଯାଇଛି। ଯାହା କେବଳ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରି ନ ଥାଏ, ବରଂ ଏହାଦ୍ବାରା କୋଲୋନ ମଧ୍ୟ ସଫା ହୋଇଥାଏ। ଯାହାଫଳରେ ଆପଣ ହୃଦ୍ରୋଗରୁ ରକ୍ଷା ପାଇପାରିବେ।
ଅଁଳାର ଗୁଣ
ଗବେଷଣା ଅନୁସାରେ ଭିଟାମିନ୍ ସି’, ଆଣ୍ଟିଅକ୍ସିଡାଣ୍ଟ ଓ ଖଣିଜତତ୍ତ୍ବରେ ଭରପୂର ହୋଇଥିବା କାରଣରୁ ଅଁଳାର ସେବନ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ ଓ କୋଲୋନକୁ ସଫା କରିବାରେ ସାହାଯ୍ୟ କରେ। ସେହିପରି ଅଁଳା ଟୋଟାଲ କୋଲେଷ୍ଟ୍ରଲ (ଟିସି), ଏଲ୍ଡିଏଲ୍(ଲୋ ଡେନ୍ସିଟି ଲିପୋପ୍ରୋଟିନ୍) ଓ ଟ୍ରାଇଗ୍ଲିସେରାଇଡ୍ (ଟିଜି) ସ୍ତରକୁ କମ୍ କରିଦିଏ। ଯାହାଫଳରେ ହୃଦ୍ରୋଗ ଆଶଙ୍କା ବହୁତ ମାତ୍ରାରେ କମ୍ ହୋଇଯାଏ।
ଅଁଳା ଜୁସ୍ର ପ୍ରସ୍ତୁତି
ସର୍ବପ୍ରଥମେ ବ୍ଲେଣ୍ଡରରେ ୧୦୦ ଗ୍ରାମ୍ ଅଁଳା, ୫୦ ଗ୍ରାମ୍ ମିଶ୍ରି ଓ ଆବଶ୍ୟକ ଅନୁସାରେ ପାଣି ମିଶାଇ ସ୍ମୁଦ୍ ବ୍ଲେଣ୍ଡ କରନ୍ତୁ। ଏବେ ଜୁସ୍କୁ ଛଣାରେ ଛାଣି ଗ୍ଲାସ୍ରେ ଢାଳନ୍ତୁ। ପ୍ରତ୍ୟେକ ଦିନ ସକାଳ କିମ୍ବା ମଧ୍ୟାହ୍ନରେ ଏହି ଜୁସ୍ ସେବନ କରନ୍ତୁ। କିନ୍ତୁ ଧ୍ୟାନରେ ରଖନ୍ତୁ, ତାଜା ଅଁଳା ଜୁସ୍ ପିଅନ୍ତୁ। ଏହାଦ୍ବାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିବ ଓ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ। ଅଁଳା ଜୁସ୍ ପିଇବା ସହିତ ଏଥିରେ ତିଆରି ଚବନପ୍ରାଶ୍, ମୁରବ୍ବା କିମ୍ବା ଆଚାର ମଧ୍ୟ ଖାଇପାରିବେ। ଏହାବ୍ୟତୀତ ଆପଣ ଏହାର ସାଲାଡ଼ ମଧ୍ୟ ଖାଇପାରିବେ।
ମଧୁମେହ ରୋଗୀଙ୍କ ପାଇଁ ଅଁଳା ଲାଭଦାୟକ
ଯଦି ଆପଣ ମଧୁମେହ ରୋଗୀ, ତେବେ ଏହା ଆପଣଙ୍କ ପାଇଁ ଏହା ବହୁତ କାମରେ ଆସିବ। ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତି ଅଁଳା ରସକୁ ମହୁ ସାଙ୍ଗରେ ସେବନ କରିବା ଉଚିତ। ଯାହାଫଳରେ ଏଥିରୁ ବହୁତ ମାତ୍ରାରେ ଆରାମ ମିଳିପାରିବ।
ରକ୍ତାଭାବ ଦୂର କରେ
ରକ୍ତରେ ହିମୋଗ୍ଲୋବିନ୍ କମ୍ ହୋଇଥିଲେ, ପ୍ରତ୍ୟେକ ଦିନ ଅଁଳା ରସ ସେବନ କରିବା ଲାଭଦାୟକ ହେବ। ଏହା ଶରୀରରେ ଲାଲ୍ ରକ୍ତ କୋଷିକା ତିଆରି କରିବାରେ ସାହାଯ୍ୟ କରେ। ଏହା ରକ୍ତାଭାବ ହେବାକୁ ମଧ୍ୟ ଦେବ ନାହିଁ।
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ
ଅଁଳା ସେବନ କରିବା ଦ୍ବାରା ମେଟାବଲିଜମ୍ ବୁଷ୍ଟ ହୋଇଥାଏ ଓ ଏହା ଶରୀରକୁ ଏନର୍ଜି ମଧ୍ୟ ଦେଇଥାଏ। ଏଥିସହିତ ଏହା ଭୋକ ମଧ୍ୟ ନିୟନ୍ତ୍ରଣରେ ମଧ୍ୟ ରହିଥାଏ। ଯାହାଫଳରେ ଆପଣ ଓଭରଇଟିଂରୁ ମଧ୍ୟ ରକ୍ଷା ପାଇପାରିବେ ଓ ଓଜନ ହ୍ରାସରେ ମଧ୍ୟ ସାହାଯ୍ୟ ମିଳିଥାଏ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ