ପ୍ରତ୍ୟେକ ପିତାଙ୍କ ପାଇଁ ପ୍ରେରଣାଦାୟୀ ‘ଦ ଫ୍ୟାମିଲି ମ୍ୟାନ୍’


ୱେବ୍‌ ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ୍‌’ ଏବେ ବହୁତ ଚର୍ଚ୍ଚାରେ ରହିଛି। ଏହି ୱେବ୍‌ ସିରିଜ୍‌ରେ ଶ୍ରୀକାନ୍ତ ତିୱାରୀ ନାମକ ଚରିତ୍ରରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ଅଭିନୟ କରୁଛନ୍ତି। ଜଣେ ଦାୟିତ୍ବସମ୍ପନ୍ନ ପିତା ଓ ଜଣେ ଦକ୍ଷ ଗୁପ୍ତଚର ଭାବେ ଅଭିନୟ କରିଥିବା ମନୋଜଙ୍କୁ ତାଙ୍କ ଚରିତ୍ରରେ ନିଖୁଣ ଅଭିନୟ ପାଇଁ ଢେର ପ୍ରଶଂସା କରାଯାଉଛି। ଏହି ୱେବ୍‌ ସିରିଜ୍‌ରେ ମଧ୍ୟବିତ୍ତ ଶ୍ରେଣୀ ପରିବାରରେ ଆସୁଥିବା ଖୁସି ଓ ସମସ୍ୟାକୁ ଖୁବ୍‌ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଛି। ଯେମିତି ପ୍ରତ୍ୟେକ ମଧ୍ୟବିତ୍ତ ପରିବାରରେ ଘଟିଥାଏ। ଏହି ୱେବ୍‌ ସିରିଜ୍‌ରେ ମନୋଜ ବାଜପେୟୀଙ୍କ ଚରିତ୍ରରୁ ପ୍ରତ୍ୟେକ ପିତାଙ୍କୁ ଏସବୁ ଶିଖିବା ଉଚିତ।

ମିଛ କହିବା ଭଲ

ୱେବ୍‌ ସିରିଜ୍‌ରେ ମନୋଜ ବାଜପେୟୀ ଟିକେ ଟିକେ କଥାରେ ମିଛ କହୁଥିବା ଦେଖିବାକୁ ମିଳୁଛି। ଏହାର କାରଣ ପିଲାଙ୍କୁ ତାଙ୍କ ସିକ୍ରେଟ୍‌ ମିଶନ୍‌ ସମ୍ପର୍କରେ ଜଣା ନ ପଡ଼ୁ। ଜଣେ ଦାୟିତ୍ବବାନ ପିତାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ସାଧାରଣତଃ ପରିବାର ଲୋକେ ଚିନ୍ତିତ ହୋଇଯାଆନ୍ତି। ତେଣୁ ଏଭଳି ସ୍ଥିତିରେ ଆପଣ ନିଜ ପିଲାଙ୍କୁ ମିଛ କହିଲେ, ଏଥିରେ କୌଣସି ଭୁଲ୍‌ ନାହିଁ।

କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ

ୱେବ୍‌ ସିରିଜ୍‌ରେ ମନୋଜ ବାଜପେୟୀଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଉଭୟ ବହୁତ ଦୁଷ୍ଟାମୀ କରୁଛନ୍ତି। କିନ୍ତୁ ମନୋଜ ସେମାନଙ୍କର ବଡ଼ ବଡ଼ ଭୁଲ୍‌କୁ ମଧ୍ୟ ହସରେ ଉଡ଼ାଇ ଦେଇ ଜଣେ ବନ୍ଧୁ ଭଳି ବ୍ୟବହାର କରୁଛନ୍ତି। ଆପଣ ମଧ୍ୟ ପିଲାଙ୍କ ସହିତ ବନ୍ଧୁ ଭଳି ବ୍ୟବହାର କରି ସେମାନଙ୍କର ଆହୁରି ନିକଟତର ହୋଇପାରିବେ।

ପରିବାରକୁ ସମୟ ଦେବା

ୱେବ୍‌ ସିରିଜ୍‌ରେ ମନୋଜ ବାଜପେୟୀ ଓ ତାଙ୍କ ପିଲାଙ୍କ ମଧ୍ୟରେ ଏକ ମଜ୍‌ବୁତ ବଣ୍ଡିଂ ଦେଖିବାକୁ ମିଳୁଛି। ପିଲାଙ୍କ ପାଇଁ ବ୍ରେକ୍‌ଫାଷ୍ଟ ତିଆରି କରିବା, ସ୍କୁଲ୍‌ରୁ ଘରକୁ ନେବା ଆଣିବା କରିବା ସହିତ ସେମାନଙ୍କ ସହିତ କ୍ବାଲିଟି ଟାଇମ୍‌ ବିତାଇବା ଆଦି ଦେଖିବାକୁ ମିଳୁଛି। ଚାକିରି କରୁଥିବା ପିତାଙ୍କୁ ଏସବୁ କଥା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। 

ପୁଅ ଓ ଝିଅଙ୍କୁ ଏକା ଭଳି ବ୍ୟବହାର

‘ଦ ଫ୍ୟାମିଲି ମ୍ୟାନ୍‌’ ୱେବ୍‌ ସିରିଜ୍‌ରେ ମନୋଜ ବାଜପେୟୀ ନିଜ ପୁଅ ଓ ଝିଅଙ୍କ ସହିତ ଏକା ଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଉଭୟଙ୍କ ଆବଶ୍ୟକତାକୁ ବରାବର ଧ୍ୟାନ ରଖିବା ସହିତ ଭୁଲ୍‌ କଲେ ଉଭୟଙ୍କୁ ଦଣ୍ଡ ଦେବା ବଦଳରେ ପ୍ରେମର ସହିତ ବୁଝାଉଥିବା ଦେଖିବାକୁ ମିଳୁଛି।

ପିଲାଙ୍କ ପାଇଁ ଟାଇମ୍‌ ପାସ୍‌ ଡାଡି
ଏହି ୱେବ୍‌ ସିରିଜ୍‌ରେ ସବୁଠାରୁ ବଡ଼ କଥା ଦେଖିବାକୁ ମିଳୁଛି ଯେ ଘରେ କିଏ କେତେ ବି ଚୁପ୍‌ଚାପ ଥାଉ ନା କାହିଁକି, ମନୋଜ ବାଜପେୟୀ ଘରେ ପ୍ରବେଶ କରିବା ମାତ୍ରେ ଗହଳି ଚହଳି ଆରମ୍ଭ ହୋଇଯାଏ। କେତେବେଳେ ପିଲାଙ୍କ ସାମ୍ନାରେ ପତ୍ନୀଙ୍କ ଏଣୁତେଣୁ ପ୍ରଶ୍ନ ତ ଆଉ କେତେବେଳେ ପିଲାଙ୍କ ଦୁଷ୍ଟାମୀ ଦର୍ଶକଙ୍କ ମନୋରଞ୍ଜନ କରୁଛି। ସାଧାରଣ ଜୀବନରେ ମଧ୍ୟ ପ୍ରତ୍ୟେକ ପିତା ସନ୍ଧ୍ୟାରେ ନିଜ ପରିବାର ସହ ଏଭଳି ଖୁସି ମିଜାଜରେ ସମୟ ବିତାଇବା ଉଚିତ ବୋଲି ଏହି ୱେବ୍‌ ସିରିଜ୍‌ଟି ପ୍ରେରଣା ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ