ହେଆରଷ୍ଟାଇଲ୍‌ କରିବାବେଳେ ଧ୍ୟାନରେ ରଖନ୍ତୁ ଏସବୁ


ନିଜ ଲୁକ୍ସରେ କିଛି ପରିବର୍ତ୍ତନ କରିବା କିମ୍ବା ଟ୍ରେଣ୍ଡ ଅନୁସରଣ କରିବା ପାଇଁ ପ୍ରତ୍ୟେକ ଝିଅ ଅଲଗା ଅଲଗା ପ୍ରକାରର ହେଆର ଷ୍ଟାଇଲ୍‌ ଫଲୋ କରିଥାନ୍ତି। କିନ୍ତୁ ଅନେକେ ସମୟରେ ଅଲଗା ଅଲଗା ହେଆରଷ୍ଟାଇଲ୍‌ କରିବାର ଫଳ ଆପଣଙ୍କ କେଶକୁ ଭୋଗିବାକୁ ପଡ଼ିପାରେ। ତେବେ ଚାଲନ୍ତୁ ଜାଣିବା ହେଆରଷ୍ଟାଇଲ୍‌ କରିବା ସମୟରେ କେଉଁ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ।

କେଶକୁ ଟାଇଟ୍‌ରେ ବାନ୍ଧିବା
ହେଆରଷ୍ଟାଇଲ୍‌ କରିବାବେଳେ କେଶକୁ ଟାଇଟ୍‌ରେ ବାନ୍ଧିବାରୁ ଦୂରେଇ ରହନ୍ତୁ। ବିଶେଷକରି ଗରମ ଦିନେ ଯଦି ଆପଣଙ୍କୁ କୌଣସି ପାର୍ଟି କିମ୍ବା କାର୍ଯ୍ୟକ୍ରମରେ ଦୀର୍ଘ ସମୟ ଯାଏ ରହିବାର ଅଛି, ତେବେ ଟାଇଟ୍‌ରେ ହେଆରଷ୍ଟାଇଲ୍‌ କରିବା ଦ୍ବାରା କେଶକୁ କ୍ଷତି ପହଞ୍ଚିପାରେ। କେଶକୁ ଟାଇଟ୍‌ କରି ବାନ୍ଧିବା ଦ୍ବାରା ଏଥିରେ ପବନ ବାଜି ନ ଥାଏ। ଫଳରେ କେଶ ମୂଳରେ ଝାଳ ବହି ଏହା ଖରାପ ହୋଇପାରେ। କେଶକୁ ଟାଇଟ୍‌ କରି ବାନ୍ଧିବା ଦ୍ବାରା କେଶ ଦୁର୍ବଳ ମଧ୍ୟ ହୋଇଯାଏ।

ହେଆର ସ୍ପ୍ରେ
କେଶକୁ ଅଲଗା ଲୁକ୍‌ ଦେବା ଲାଗି କେତେକ ମହିଳା ଅନେକ ଗୁଡ଼ିଏ ହେଆର ସ୍ପ୍ରେ ବ୍ୟବହାର କରନ୍ତି। କେମିକାଲ ଯୁକ୍ତ ହେଆର ସ୍ପ୍ରେ ଯଦିଓ କିଛି ସମୟ ପାଇଁ ଆପଣଙ୍କୁ ଭଲ ଲୁକ୍‌ ଦେଇଥାଏ, କିନ୍ତୁ ଦୀର୍ଘ ଦିନ ଯାଏ ଏହା ବ୍ୟବହାର କରିବା ଦ୍ବାରା କେଶ ପ୍ରତି କ୍ଷତି ପହଞ୍ଚିପାରେ। ଯଥାସମ୍ଭବ କେଶକୁ ପ୍ରାକୃତିକ ଭାବେ ସେଟ୍‌ କରନ୍ତୁ।

କେଶର ଅଡ଼ୁଆ ନ ଛଡ଼ାଇବା
ଆଜିକାଲି ମେସି ହେଆରଷ୍ଟାଇଲ୍ ବହୁତ ଟ୍ରେଣ୍ଡରେ ରହିଛି। କେଶକୁ ଏକ ନିଆରା ଲୁକ୍‌ ଦେବା ଲାଗି ଏହାକୁ ଯଥାସମ୍ଭବ ଅଡ଼ୁଆ କରି ରଖାଯାଏ। ଏହି କାରଣରୁ ଆପଣଙ୍କ କେଶ ଝଡ଼ିବା କିମ୍ବା ଶୁଷ୍କ ହେବାରେ ଲାଗେ। ଏପରିସ୍ଥଳେ କେଶକୁ ଭଲ ଭାବେ କୁଣ୍ଡାଇ ଅଡ଼ୁଆ ଛଡ଼ାଇ ହେଆରଷ୍ଟାଇଲ୍‌ କରନ୍ତୁ। ଯାହାଫଳରେ ଆପଣଙ୍କ କେଶକୁ ଅଧିକ କ୍ଷତି ପହଞ୍ଚିବ ନାହିଁ।

ବବି ପିନ୍ସର ଭୁଲ୍‌ ଭାବେ ବ୍ୟବହାର

ଯଦି ଆପଣ ଚାହୁଛନ୍ତି ଆପଣଙ୍କ ହେଆରଷ୍ଟାଇଲ୍‌ ଦୀର୍ଘ ସମୟ ଯାଏ ଆପଣଙ୍କ ହେଆରଷ୍ଟାଇଲ୍‌ ଖରାପ ନ ହୁଏ, ତେବେ ବବି ପିନ୍ସକୁ ଠିକ୍‌ ଭାବେ ବ୍ୟବହାର କରନ୍ତୁ। ଏହାର ବବି ପାର୍ଟକୁ ବାହାର ପଟକୁ ନ ରଖି ଭିତର ପଟକୁ ରଖନ୍ତୁ। ଫ୍ଲାଟ୍‌ ଅଂଶକୁ ବାହାର ପଟକୁ ରଖନ୍ତୁ। ଏହାଫଳରେ ହେଆରଷ୍ଟାଇଲ୍‌ ଠିକ୍‌ ଜାଗାରେ ରହିବ ଏଥିସହିତ ଏହା କେଶକୁ କ୍ଷତି ପହଞ୍ଚିବ ନାହିଁ।

ଠିକ୍‌ ହେଆରଷ୍ଟାଇଲ୍‌ ଚୟନ ନ କରିବା
ଅନେକ ସମୟରେ ଅନ୍ୟକୁ କପି କରି ସେମାନଙ୍କ ହେଆରଷ୍ଟାଇଲ୍‌ ଅନୁସରଣ କରିଥାନ୍ତି। ଏପରି କରିବା ଦ୍ବାରା ଆପଣଙ୍କ କେଶକୁ ମଧ୍ୟ କ୍ଷତି ପହଞ୍ଚିପାରେ। ହୁଏତ ଆପଣଙ୍କ କେଶ ଉକ୍ତ ହେଆରଷ୍ଟାଇଲ୍‌କୁ କ୍ୟାରି କରି ନ ପାରେ ଓ କେଶ ଉପୁଡ଼ିପାରେ। ତେଣୁ ସବୁବେଳେ ଆପଣଙ୍କ ଚେହେରାକୁ ମାନିବା ଭଳି ହେଆରଷ୍ଟାଇଲ୍‌ ଚୟନ କରନ୍ତୁ।

ହେଆର ଡ୍ରାୟର

କେଶ ଦୀର୍ଘ ସମୟ ଯାଏ ଘନ ଦେଖାଯିବା ଲାଗି ହେଆର ଡ୍ରାୟର ବ୍ୟବହାର କରିବା କମ୍‌ କରନ୍ତୁ। ହେଆର ଡ୍ରାୟର କେଶର ଆଦ୍ରତାକୁ ଶୋଷି ନିଏ। ଯାହାଫଳରେ ଆପଣଙ୍କ କେଶ ଶୁଷ୍କ ଓ ବେଜାନ ହେବାରେ ଲାଗେ। ତେଣୁ କେଶ ସଫା କରିବା ପରେ ପ୍ରାକୃତିକ ଉପାୟରେ କେଶ ଶୁଖାନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ