ପୂର୍ବ ଭାରତ ହେବ ଇସ୍ପାତ୍ ହବ୍: ଧର୍ମେନ୍ଦ୍ର

ଭାରତର ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ପାଇଁ ଇସ୍ପାତ ଶିଳ୍ପର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଆଗାମୀ ଦିନରେ ଦ୍ରୁତ ଗତିରେ ଅଭିବୃଦ୍ଧି ହେବାକୁ ଯାଉଛି। ଏହି ପୃଷ୍ଠଭୂମିରେ ଦେଶର ଇସ୍ପାତ ଶିଳ୍ପ ପାଇଁ ଏହା ଏକ ବଡ଼ ସୁଯୋଗ ସୃଷ୍ଟି ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଇସ୍ପାତ ଶିଳ୍ପ ପକ୍ଷରୁ ଆୟୋଜିତ ‘ଚିନ୍ତନ ଶିବିର’ କର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବ ଭାରତକୁ ଇସ୍ପାତ୍ ହବ୍ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ଆଉ ଧିରେଧିରେ ବିକାଶ ନୁହେଁ ବରଂ ବିକାଶ ଓ ଜୀବନଶୈଳି ମାମଲାରେ ବଡ଼ ଡିଆଁ ମାରିବାକୁ ଭାରତବାସୀ ପ୍ରସ୍ତୁତ ବୋଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି। ଏହି ପୃଷ୍ଠଭୂମିରେ ଇସ୍ପାତ ଉତ୍ପାଦନ ଦେଶରେ ବଢୁଥିବା ବଡ଼ ଆବଶ୍ୟକତା ଆଧାରରେ ଆଗକୁ ଯିବ ବୋଲି ସେ କହିଛନ୍ତି। ଭାରତକୁ ୫ ଟ୍ରିଲିୟନ ୟୁଏସ୍ ଡଲାର ଅର୍ଥନୀତିର କେନ୍ଦ୍ରବିନ୍ଦୁ କରିବା ପାଇଁ ଇସ୍ପାତ ଶିଳ୍ପର ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ବିଶ୍ୱର ସବୁ କମ୍ପାନୀ ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି। ଆଜିର ‘ଚିନ୍ତନ ଶିବିର’ କାର୍ଯ୍ୟକ୍ରମ ଏହି ବିଷୟ ଉପରେ ବିଚାର କରିବାର ଆବଶ୍ୟକତା ଅଛି ଯେ ଭାରତ ଇସ୍ପାତ କ୍ଷେତ୍ରରେ ବିଶ୍ୱରେ କିପରି ନେତୃତ୍ୱ ନେଇପାରିବ। ଭାରତର ଇସ୍ପାତ୍ ଶିଳ୍ପକୁ ମୂଲ୍ୟ କମ୍ କରିବା, ନୂଆ ବ୍ୟବସାୟିକ ମଡେଲ ଏବଂ ଅନୁସନ୍ଧାନ ଓ ବିକାଶରେ କାର୍ଯ୍ୟ କରିବା ପାଇଁ ସୁନିଶ୍ଚିତ କରିବାକୁ ପଡ଼ିବ। ‘ଭାରତର ପ୍ରାକୃତିକ ସମ୍ବଳରୁ ଜିରୋ ଉତ୍ପାଦନ’ ଦୃଷ୍ଟାନ୍ତ ଉପରେ ସମସ୍ତ ଅଧିକାରୀଙ୍କୁ କାମ କରିବାର ଆବଶ୍ୟକତା ରହିଛି। ଇସ୍ପାତ ମୂଲ୍ୟ ବୃଦ୍ଧି ପାଇଁ ସରକାର ସମସ୍ତ ସହଯୋଗ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଧର୍ମେନ୍ଦ୍ର ମତବ୍ୟକ୍ତ କରିଛନ୍ତି।

ଏକ ବୃହତ ଘରୋଇ ବଜାର ଏବଂ ଗତିଶୀଳ ଅର୍ଥନୀତି ସହିତ ଭାରତର ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଆଜି ଆରମ୍ଭ ହୋଇଥିବା ଅଭିଯାନ ପରିପ୍ରେକ୍ଷୀରେ ଦେଶରେ ଇସ୍ପାତର ସଠିକ୍ ବ୍ୟବହାରକୁ ବୃଦ୍ଧି କରିବା ଏବଂ ଅଧିକ ମଜବୁତ୍ କରିବା ପାଇଁ ’ଇସ୍ପାତି ଇରାଦା’ ସହିତ କାମ କରିବାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର ଶିଳ୍ପ ସହ ଜଡ଼ିତ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଭାରତୀୟ ଇସ୍ପାତ ଶିଳ୍ପର ବିକାଶ କରିବା ପାଇଁ ଭାରତ ସରକାର ସହଯୋଗ କରିବା ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ଯେ, ଭାରତର ଇସ୍ପାତ କ୍ଷେତ୍ରକୁ ମଜବୁତ୍ କରିବା ପାଇଁ ଇସ୍ପାତ ଶିଳ୍ପର ସମସ୍ତ ଅଂଶୀଦାରଙ୍କୁ ସାମିଲ୍‌ କରି ଭବିଷ୍ୟତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ଅଭିଯାନର ପ୍ରସଙ୍ଗ ‘ଇସ୍ପାତି ଇରାଦା’ ଏବଂ ଏହାର ଲଗୋ କେନ୍ଦ୍ରମନ୍ତ୍ରୀ, ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଇସ୍ପାତ୍ ରାଷ୍ଟ୍ରମନ୍ତ୍ରୀ ଫଗାନ୍ ସିଂହ କୁଲସ୍ତେଙ୍କ ଗ୍ରହଣରେ ଶୁଭାରମ୍ଭ ହୋଇଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ