୧୭୮ ବର୍ଷର ପୁରୁଣା କମ୍ପାନୀ 'ଥୋମାସ୍‌ କୁକ୍‌' ବନ୍ଦ: ଅନ୍ଧାରରେ ୨୦,୦୦୦ କର୍ମଚାରୀ


ବ୍ରିଟେନର ୧୭୮ ବର୍ଷର ପୁରୁଣା କମ୍ପାନୀ ' ଥୋମାସ୍‌ କୁକ୍‌ ' ସବୁଦିନ ପାଇଁ ବନ୍ଦ ହେବାକୁ ଘୋଷଣା କରିଛି। ଆର୍ଥିକ ସଙ୍କଟ ଯୋଗୁଁ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କମ୍ପାନୀ ବ୍ୟାଙ୍କଗୁଡ଼ିକରୁ ସହାୟତା ମାଗିଥିଲା। ମାତ୍ର କୌଣସି ସହଯୋଗ ନ ମିଳିବାରୁ କମ୍ପାନୀ ବନ୍ଦ କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ନ ଥିଲା ବୋଲି କମ୍ପାନୀ ଘୋଷଣା କରିଛି।

ଥୋମାସ୍‌ କୁକ୍‌କୁ ଅନ୍ତିମ ସମୟରେ ରୟାଲ ବ୍ୟାଙ୍କ ଅଫ୍‌ ସ୍କଟଲ୍ୟାଣ୍ଡ ଅତିରିକ୍ତ ୨୦ କୋଟି ପାଉଣ୍ଡ ଦେବାକୁ ମନା କରିଦେଲା। ଫଳରେ ବାଧ୍ୟ ହୋଇ ଏହି୧୭୮ ବର୍ଷର ପୁରୁଣା କମ୍ପାନୀକୁ ବନ୍ଦ କରାଯାଇଛି। ଏହା ଦ୍ୱାରା ପ୍ରାୟ ୨୦ , ୦୦୦ ହଜାର କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ଯେଉଁଥିରେ ୟୁକେର ୯ ହଜାର କର୍ମଚାରୀ ରହିଛନ୍ତି। ଏହା ସହିତ ଛୁଟି କଟାଇବାକୁ ଫ୍ଲାଇଟ୍‌ ବୁକିଂ କରିଥିବା ପ୍ରାୟ ଦେଢ଼ ଲକ୍ଷ ଯାତ୍ରୀମାନେ ମଧ୍ୟ ଫସି ରହିଛନ୍ତି। ସେମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ହେଲ୍ପ ଲାଇନ୍‌ ନମ୍ବର +୪୪ ୧୭୫୩ ୩୩୦ ୩୩୦ ଜାରି କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ