ଘରୋଇ ଜିନିଷରେ ଚମକାନ୍ତୁ କବାଟ ଝରକା କାଚ


ଆଧୁନିକ ଯୁଗରେ ଲୋକେ ନିଜ ଘରକୁ ନୂଆ ମେକ୍‌ଓଭର ଦେବା ଲାଗି ସବୁପ୍ରକାରର ଚେଷ୍ଟା କରୁଛନ୍ତି। ଏପରିକି ଘରର କବାଟ ଝରକାରେ କାଚ ଲଗାଉଥିବା ଦେଖିବାକୁ ମିଳୁଛି। ଘରର ଡେକୋରେସନ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏହି କାଚକୁ ନିୟମିତ ସଫା କରିବା ସମ୍ଭବ ନୁହେଁ। ନିୟମିତ କାଚ ସଫା ନ କରିବା ଫଳରେ କାଚ ଉପରେ ଧୁଳି ମାଟି ଜମା ହୋଇ ଅସ୍ପଷ୍ଟ ଦେଖାଯାଏ। ଯାହାଫଳରେ କାଚର ଚମକ ମଧ୍ୟ ଫିକା ପଡ଼ିଯାଏ। ଘଣ୍ଟା ଘଣ୍ଟା ରଗଡ଼ି ସଫା କଲେ ମଧ୍ୟ ଏହାର ଚମକ ପୂର୍ବଭଳି ହୋଇ ନ ଥାଏ। ଯଦି ଆପଣ ମଧ୍ୟ ସବୁବେଳେ ଏହି ସମସ୍ୟାରେ ପଡ଼ୁଛନ୍ତି, ଏହାକୁ ସଫା କରିବା ଲାଗି କେତେକ ଘରୋଇ ଟିପ୍ସ ଦିଆଯାଉଛି। ଏହାକୁ ବ୍ୟବହାର କରି କେବଳ କବାଟ ଝରକା ନୂହେଁ, ଆଇନା, କାର୍‌ର କାଚ ଆଦିକୁ ସହଜରେ ଚମକାଇ ପାରିବେ।

ଖାଇବା ସୋଡ଼ା
କାଚ କିମ୍ବା ମିରର ଚମକାଇବା ପାଇଁ ଖାଇବା ସୋଡ଼ା ବହୁତ କାମ ଦେଇଥାଏ। ସ୍ପଞ୍ଜ କିମ୍ବା ନରମ କପଡ଼ାରେ ଅଳ୍ପ ଖାଇବାସୋଡ଼ା ନେଇ କାଚ ଉପରେ ରଗଡ଼ନ୍ତୁ। ପରେ ସଫା କପଡ଼ାରେ ପାଣି ସହାୟତାରେ ଏହାକୁ ସଫା କରନ୍ତୁ। ଏପରି କରିବା ଦ୍ବାରା କାଚ ଚମକି ଉଠିବ।

ଡିଷ୍ଟିଲ୍ଡ ୱାଟର

ଡିଷ୍ଟିଲ୍ଡ ୱାଟରରେ ମଧ୍ୟ କାଚ ଚମକି ଉଠିବ। କାରଣ ଏହି ପାଣିରେ ମିନେରାଲ୍ସ ରହିଥାଏ, ଯାହା ସହଜରେ କାଚକୁ ସଫା କରିବାରେ ସାହାଯ୍ୟ କରେ।

ଭିନେଗାର
ଦର୍ପଣ କିମ୍ବା ଘରର ଝରକାରେ ଲାଗିଥିବା କାଚ ସଫା କରିବା ଲାଗି ଏହା ସବୁଠାରୁ ଉତ୍ତମ ବିକଳ୍ପ। ଆପଣ ଚାହିଲେ ହ୍ବାଇଟ୍‌ ଭିନେଗାର କିମ୍ବା ଡିଷ୍ଟିଲ୍ଡ ଭିନେଗାର ବ୍ୟବହାର କରିପାରିବେ। ଭିନେଗାରକୁ ଏକ ସ୍ପ୍ରେ ବୋତଲରେ ଢାଳି କାଚ ଉପରେ ସିଞ୍ଛନ୍ତୁ। ଏହା ପରେ କୌଣସି କଟନ କପଡ଼ାରେ ଏହାକୁ ସଫା କରନ୍ତୁ।

ସେଭିଂ କ୍ରିମ୍‌

ସେଭିଂ କ୍ରିମ୍‌ ମଲ୍ଟି ପର୍ପୋସ୍‌ ହୋଇଥାଏ, କାରଣ ଏହାଦ୍ବାରା ଘରର କାଚ ମଧ୍ୟ ସହଜରେ ଚମକି ଉଠିବ। ଯଦି ଘରର କବାଟ, ଝରକା କିମ୍ବା କାର୍‌ର କାଚ ଉପରେ ଧୁଳି ବସିଯାଇଛି, ତେବେ ସେଭିଂ କ୍ରିମ୍‌ ବ୍ୟବହାର କରନ୍ତୁ। କାଚ ଉପରେ ଏକ ପତଳା ଲେୟାରର ସେଭିଂ ଫୋମ୍‌ ଲଗାଇ ଏହାକୁ ନରମ କପଡ଼ାରେ ସଫା କରନ୍ତୁ। ଏହାଫଳରେ କାଚର ଚମକ ଦୀର୍ଘ ସମୟ ଯାଏ ରହିବ।

ଖବରକାଗଜ

ଖବର କାଗଜ ପଢ଼ିବା ବ୍ୟତୀତ କାଚ ଚମକାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଖବର କାଗଜକୁ ପାଣିରେ ବୁଡ଼ାଇ କାଚ ଉପରେ ହାଲୁକା ଭାବେ ବୁଲାନ୍ତୁ। ଆପଣ ପାଣି ସ୍ଥାନରେ ଭିନେଗାର ମଧ୍ୟ ବ୍ୟବହାର କରିପାରିବେ। ଏପରି କରିବା ଦ୍ବାରା କାଚର ଚମକ ଅକ୍ଷୂଣ୍ଣ ରହିବ।

କ୍ଲବ୍‌ ସୋଡ଼ା

କ୍ଲବ୍‌ ସୋଡ଼ା ମିରର ଚମକାଇବା ପାଇଁ ଉତ୍ତମ ପଦ୍ଧିତି ଉଠେ। କ୍ଲବ୍‌ ସୋଡ଼ାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଦିଅନ୍ତୁ। ମଇଳା କାଚ ଉପରେ ଏହାକୁ ସିଞ୍ଛନ୍ତୁ। ଏହାର କିଛି ସମୟ ପରେ ଏହାକୁ କଟନ୍‌ କପଡ଼ାରେ ପୋଛି ଦିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ