ସାଇନସ୍‌ ଯନ୍ତ୍ରଣା ଦୂର କରିବ ଏହି ମସାଜ


ସାଇନୋସାଇଟିସ ଯନ୍ତ୍ରଣା ଯେଉଁ ଲୋକେ ଭୋଗିଛନ୍ତି, ତାହା ସେହିମାନେ ହିଁ ବୁଝିପାରିବେ। ସାଧାରଣ ଥଣ୍ଡା କାଶ ହେଲେ ମଧ୍ୟ ଲୋକେ ଚିନ୍ତିତ ହୋଇପଡ଼ନ୍ତି। ମୁଣ୍ଡବିନ୍ଧା, କାଶ, ଜ୍ବର ଓ ଚେହେରା ଫୁଲିବା ଭଳି ସମସ୍ୟା ହୋଇ ସ୍ଥିତି ଖରାପ ହୋଇଯାଏ। ସାଇନୋସାଇଟିସ ଏଭଳି ଏକ ସ୍ଥିତି, ଯେଉଁଥିରେ ଥଣ୍ଡା କିମ୍ବା ଆଲର୍ଜି କାରଣରୁ ସାଇନସ୍‌ ଫୁଲି ଯାଇଥାଏ। ଅନେକ ଲୋକେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି କେତେକ ବିଶେଷ ମସାଜ କରିଥାନ୍ତି, ଯାହା ମାଧ୍ୟମରେ ଆପଣ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ସାଇନୋସାଇଟିସ ଯନ୍ତ୍ରଣା ସହଜରେ ଆରାମ ଦେଇପାରିବ। ଏଥିପାଇଁ ଆପଣଙ୍କୁ କେତେକ ବିଶେଷ ପଏଣ୍ଟସ୍‌ ଉପରେ ମସାଜ କରିବା ଆବଶ୍ୟକ। ଆମ ଶରୀରରେ ସାଇନସ୍‌ର ୪ ଯୋଡ଼ି ରହିଛି। ଏହା ଚେହେରାର ଅଲାଗ ଅଲଗା ଅଂଶରେ ରହିଥାଏ। ଏହା ଉପରେ ମସାଜ କରିବା ଦ୍ବାରା ଆପଣଙ୍କ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ।

ଫ୍ରଣ୍ଟଲ ସାଇନସ୍‌ ପଏଣ୍ଟ
ଫ୍ରଣ୍ଟଲ ସାଇନସ୍‌ ପଏଣ୍ଟ ମଥାର ମଝିରେ ରହିଛି। ଦୁଇ ହାତର ତର୍ଜନୀ ଓ ମଧ୍ୟମ ଆଙ୍ଗୁଠିକୁ ମଥାର ଦୁଇ ସାଇଡ୍‌ ଆଇବ୍ରୋ ଉପରେ ରଖନ୍ତୁ। ୩୦ ସେକେଣ୍ଡ ଯାଏ ଗୋଲ ଗୋଲ କରି ମସାଜ କରନ୍ତୁ।

ମସ୍କିଲାରୀ ସାଇନସ୍‌
ମସ୍କିଲାରୀ ସାଇନସ୍‌ ୪ଟି ସାଇନସ୍‌ ମଧ୍ୟରୁ ସବୁଠରୁ ବଡ଼ ହୋଇଥାଏ। ଏହା ନାକର ଠିକ୍‌ ପାଖରେ ଚିକ୍‌ ବୋନ୍ସ ତଳେ ଓ ଜୋ ଲାଇନ୍‌ ଉପରେ ରହିଛି। ନିଜ ତର୍ଜନୀ ଓ ମଧ୍ୟମ ଆଙ୍ଗୁଠିରେ ଏହି ଅଂଶ ଉପରେ ୩୦ ସିକେଣ୍ଡ ଯାଏ ଆଙ୍ଗୁଠିରେ ଗୋଲ ଗୋଲ କରି ମସାଜ କରନ୍ତୁ।

ସ୍ପେନଏଡ୍‌ସ ସାଇନସ୍‌
ଏଥିପାଇଁ ନାକର ହାଡ଼, ଆଖି ଓ କାନ ମଝି ଅଂଶକୁ ଦୁଇ ଆଙ୍ଗୁଠିରେ ମସାଜ କରନ୍ତୁ। ଆପଣ ଏହି ମସାଜକୁ ଦୋହରାଇ ପାରିବେ ମଧ୍ୟ। ଏହାବ୍ୟତୀତ ଆପଣ ବାମ୍ଫ ମଧ୍ୟ ନେଇପାରିବେ କିମ୍ବା ଗରମ କପଡ଼ାରେ ସେକି ହୋଇପାରିବେ। ଯଦିଓ ଆପଣ ମନଇଚ୍ଛା କିଛି ଉପାୟ ଅବଲମ୍ବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ଆପଣଙ୍କୁ ଉତ୍ତମ ଉପାୟ ପରାମର୍ଶ ଦେଇ ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ