ମୋଦିଙ୍କୁ ଭନ୍‌ସାଲୀଙ୍କ ଜନ୍ମଦିନ ଭେଟି: ଆସୁଛି ‘ମନ ବୈରାଗୀ’


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜର ୬୯ତମ ଜନ୍ମଦିନ ପାଳନ କରିଛନ୍ତି। ପିଏମ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ନିର୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ମଧ୍ୟ ତାଙ୍କୁ ଏକ ସ୍ପେସାଲ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଭନ୍‌ସାଲୀ ଏକ ସ୍ପେସାଲ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି, ଯାହାର ଫାଷ୍ଟ ଲୁକ୍‌ ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଫିଲ୍ମର ନାମ ରହିଛି ‘ମନ ବୈରାଗୀ’।

ପାଖାପାଖି ୧ ଘଣ୍ଟା ଅବଧିର ଏହି ଫିଲ୍ମକୁ ସଞ୍ଜୟ ଲୀଲା ଭନ୍‌ସାଲୀ ଓ ମହାବୀର ଜୈନ୍‌ ପ୍ରଯୋଜନା କରୁଛନ୍ତି। ପିଏମ୍‌ ମୋଦିଙ୍କ ଏହି ଫିଲ୍ମର ପୋଷ୍ଟର ବାହୁବଲୀ ଫେମ୍‌ ପ୍ରଭାସ ଲଞ୍ଚ କରିଛନ୍ତି। ପୋଷ୍ଟରରେ ଜଣେ ଯୁବକଙ୍କ ଚେହେରା ନଜର ଆସୁଛି। ଫିଲ୍ମ ‘ମନ ବୈରାଗୀ’ର ଏହି ଫାଷ୍ଟ ଲୁକ୍‌ରେ ‘ଯେବେ ମୁଁ ନିଜକୁ ଭେଟିଲି’ ଟ୍ୟାଗ୍‌ଲାଇନ୍‌ ଦିଆଯାଇଛି। ଏହି ଫିଲ୍ମ ସମ୍ପର୍କରେ ଭନ୍‌ସାଲୀ କହିଛନ୍ତି ଯେ ଏହି ଫିଲ୍ମର ୟୁନିଭର୍ସାଲ ଅପିଲ ଓ ସନ୍ଦେଶ ତାଙ୍କୁ ବହୁତ ଭଲ ଲାଗିଛି। ଏହା ଏପରି ଏକ ଅନାଲୋଚିତ କାହାଣୀ, ଯାହା ସାରା ଦୁନିଆକୁ ଜଣାଇବା ଦରକାର ବୋଲି ଭନ୍‌ସାଲୀ ମନେ କରିଥିବାକହିଛନ୍ତି।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଅଭିନେତା ବିବେକ ଓବେରୟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ନିର୍ମାଣ କରି ଚଳିତ ବର୍ଷ ମେ’ ମାସରେ ରିଲିଜ୍‌ କରିଥିଲେ। ସଞ୍ଜୟ ଲୀଲା ଭନ୍‌ସାଲୀ ‘ମନ ବୈରାଗୀ’ ସିନେମାର ପ୍ରଯୋଜନା ଦାୟିତ୍ବ ନେଇଥିବାବେଳେ ସଞ୍ଜୟ ତ୍ରିପାଠୀ ଏହାର ନିର୍ଦେଶନା ଦେବାକୁ ଯାଉଛନ୍ତି। ‘ମନ ବୈରାଗୀ’ ସିନେମାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନର ସେହି ଭାଗକୁ ପ୍ରଦର୍ଶନ କରାଯିବ, ଯାହା ଆଜି ପର୍ଯ୍ୟନ୍ତ କାହାରିକୁ ଜଣାନାହିଁ ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ