ଆଇଫା ରକ୍‌ସର ଗ୍ରୀନ୍‌ କାର୍ପେଟ୍‌ରେ ସେଲିବ୍ରିଟିଙ୍କ ଜଲୱା


ବଲିଉଡ୍‌ର ସବୁଠାରୁ ପ୍ରସିଦ୍ଧ ଆୱାର୍ଡ ଶୋ’ ଆଇଫାର ଆୟୋଜନ ଚଳିତ ବର୍ଷ ମୁମ୍ବାଇରେ ଆୟୋଜନ କରାଯାଉଛି। ଏଥିସହ ଏଥର ଏହାକୁ ଆଇଫା ରକ୍‌ସ ୨୦୧୯ ଭାବେ ନାମକରଣ କରାଯାଇଛି। ଏହା ପୂର୍ବରୁ ପ୍ରତ୍ୟେକ ବର୍ଷ ଆଇଫା ଆୱାର୍ଡ ବିଦେଶରେ ଆୟୋଜିତ କରାଯାଉଥିଲା। ସୋମବାର ଏହି ପୁରସ୍କାର ପ୍ରଦାନ ସମାରୋହ ଆରମ୍ଭ ହୋଇଛି, ଯେଉଁଥିରେ ବଲିଉଡ୍‌ର ଅନେକ କଳାକାର ନଜର ଆସୁଛନ୍ତି। ଏହି ସମାରୋହରେ କ୍ୟାଟ୍ରିନା କୈଫ୍‌ଙ୍କଠାରୁ ଆରମ୍ଭ କରି ରକୁଲ ପ୍ରୀତ ସିଂ, ରାଧିକା ଆପ୍ଟେ, ଅଲୀ ଫଜଲ, ସୌନ୍ଦର୍ଯ୍ୟା ଶର୍ମା, ଶ୍ରୀରାମ ରାଘବାନ, ଭିକ୍କି କୌଶଲ ପ୍ରମୁଖ ଆଇଫାର ଗ୍ରୀନ୍‌ କାର୍ପେଟ୍‌ରେ ନଜର ଆସିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଆଇଫା ରକ୍‌ସର ହୋଷ୍ଟ ଅଲୀ ଫଜଲ ଓ ରାଧିକା ଆପ୍ଟେ କରୁଛନ୍ତି। ଏହି ଦୁଇ ସେଲିବ୍ରିଟି ଗ୍ରୀନ୍‌ କାର୍ପେଟ୍‌ ଉପରେ ବହୁତ ଷ୍ଟାଇଲିଶ ଅନ୍ଦାଜରେ ଏଣ୍ଟ୍ରି କରିଥିଲେ। ଚଳିତ ବର୍ଷ ଆଇଫା ଆୱାର୍ଡସ ୨୦୧୯ ମୁମ୍ବାଇରେ ୧୮ ସେପ୍ଟେମ୍ବରରେ ହେବାକୁ ଯାଉଛି। ଆୟୁଷ୍ମାନ ଖୁରାନା ମଧ୍ୟ ଏହି କାର୍ଯ୍ୟକ୍ରମର ହୋଷ୍ଟ କରିବେ ବୋଲି ଜଣାପଡ଼ିଛି। ମିଳିଥିବା ଖବର ଅନୁସାରେ ଏଥର ଆଇଫା ରକ୍‌ସରେ ଆୟୁଷ୍ମାନଙ୍କ ଫିଲ୍ମ ‘ଅନ୍ଧାଧୁନ’କୁ ସବୁଠାରୁ ଅଧିକ ୧୩ଟି ନୋମିନେସନ ମିଳିଛି। ସେହିପରି ନିର୍ଦଶକ ମେଘନା ଗୁଲଜାରଙ୍କ ସିନେମା ‘ରାଜି’ ଓ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ‘ପଦ୍ମାବତ’କୁ ୧୦ଟି ଲେଖାଏ ନୋମିନେସନ୍‌ ମିଳିଥିବାବେଳେ ରଣବୀର କପୁରଙ୍କ ସିନେମା ‘ସଞ୍ଜୁ’କୁ ୭ଟି ନୋମିନେସନ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ