ନୀନାଙ୍କ କମାଲ, ହାତେଇଲେ ଆଇଆଇଏଫ୍‌ଏଫ୍‌ବିର ଦୁଇ ବଡ଼ ପୁରସ୍କାର


ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦା ପର୍ଯ୍ୟନ୍ତ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ପ୍ରଶଂସାର ପାତ୍ର ପାଲଟିଥିବା ଅଭିନେତ୍ରୀ ନୀନା ଗୁପ୍ତାଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ନୀନାଙ୍କୁ ବୋଷ୍ଟନର ଭାରତୀୟ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ (ଆଇଆଇଏଫ୍‌ଏଫ୍‌ବି) ଦୁଇଟି ପୁରସ୍କାର ମିଳିଛି। ‘ବଧାଇ ହୋ’ ଅଭିନେତ୍ରୀ ନୀନାଙ୍କୁ ଏହି ଫିଲ୍ମୋତ୍ସବରେ ‘ଦ ଲାଷ୍ଟ କଲର’ ଫିଲ୍ମରେ ଉତ୍କୃଷ୍ଟ ଅଭିନୟ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଥିବାବେଳେ  ତାଙ୍କ ଅଭିନୀତ ଏହି ଫିଲ୍ମକୁ ମଧ୍ୟ ସର୍ବଶ୍ରେଷ୍ଠ ଫିଚର ଫିଲ୍ମର ପୁରସ୍କାର ମିଳିଛି। ନିଜ ପ୍ରଶଂସକଙ୍କ ପ୍ରେମ ଓ ସମର୍ଥନ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ଲେଖି ନୀନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ନୀନା ନିଜ ପେସାଗତ ଜୀବନକୁ ନେଇ ଯେତିକି ଚର୍ଚ୍ଚିତ, ତାହାଠାରୁ କାହିଁ କେତେ ଅଧିକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି। ନୀନା ବହୁତ କମ୍‌ ବୟସରେ ବିନା ବାହାଘରରେ ମା’ ହେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ତାଙ୍କୁ ସାହସିକତାର ସହ ଦୁନିଆକୁ ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ସେ ହାର୍‌ ମାନି ନ ଥିଲେ। ୨୦୧୭ରେ ନୀନା ସୋସାଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯାହା ଇଣ୍ଡଷ୍ଟ୍ରୀରେ ହଙ୍ଗାମା ମଚାଇ ଦେଇଥିଲା।

ନୀନା ସୋସାଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ ଯେ ସେ ମୁମ୍ବାଇରେ ରହୁଛନ୍ତି ଓ ସେ ଜଣେ ଅଭିନେତ୍ରୀ। ସେ ସିନେମାରେ ଭଲ ଅଭିନୟ କରିବାକୁ ଚାହୁଛନ୍ତି। ନୀନାଙ୍କ ଏହି ପୋଷ୍ଟ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବୟସ୍କ ଅଭିନେତ୍ରୀଙ୍କ ସହିତ ହେଉଥିବା ବ୍ୟବହାରକୁ ନେଇ ଅନେକଗୁଡ଼ିଏ ଟ୍ବିଟ୍‌ ଭାଇରାଲ ହୋଇଥିଲା। ଅନେକ ସେଲିବ୍ରିଟି ନୀନାଙ୍କ ସମର୍ଥନରେ ଆଗକୁ ଆସିଥିଲେ। ଏହାପରେ ତାଙ୍କୁ ‘ବଧାଇ ହୋ’ ଭଳି ସୁପରହିଟ୍‌ ସିନେମା ମଧ୍ୟ ମିଳିଥିଲା। ସୂଚନାଯୋଗ୍ୟ ଯେ ଆଗକୁ ନୀନା ‘ସନ୍ଦୀପ ଔର ପିଙ୍କି ଫେରାର’, କଙ୍ଗନା ରାନାୱତଙ୍କ ‘ପଙ୍ଗା’ ଓ ଅକ୍ଷୟ କୁମାରଙ୍କ ସହିତ ‘ସୂଯ୍ୟବଂଶୀ’ ସିନେମାରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ