ଟ୍ରେଣ୍ଡରେ ନ୍ୟୁଡ୍‌ କଲର, ସ୍କିନ୍‌ ଟୋନ୍‌କୁ ଖାପଖୁଆଇ ବାଛନ୍ତୁ ଶେଡ୍‌ସ୍‌


ବ୍ରାଇଟ୍‌ ଓ ନିଅନ କଲର ଫ୍ୟାଶନ୍‌ ଟ୍ରେଣ୍ଡରେ ବହୁତ ଦିନ ହେଲାଣି ଛାଇ ହୋଇରହିଛି। କିନ୍ତୁ ନ୍ୟୁଡ୍‌ ଭଳି ସୋଫିଷ୍ଟିକେଟେଡ ଶେଡସ୍‌ ମଧ୍ୟ ରାମ୍ପରେ ନିଜ ଜଲୱା ଦେଖାଇବାରେ ଲାଗିଛି। ଏପରିକି ବିବାହ ଭଳି ପାରମ୍ପରିକ ଅବସର ପାଇଁ ଚମକିଲା ରଙ୍ଗର ପୋଷାକ ଚୟନ କରାଯାଉଥିବାବେଳେ ଏବେ ନ୍ୟୁଡ୍‌ ଶେଡସ୍‌ ତନ୍ମଧ୍ୟରେ ନିଜ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛି।

ହଲିଉଡ୍‌ରୁ ବଲିଉଡ୍‌ ପର୍ଯ୍ୟନ୍ତ କ୍ରେଜ୍‌

ହଲିଉଡ୍‌ରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ରାମ୍ପ ଓ ରେଡ୍‌ କାର୍ପେଟ୍‌ରେ ନ୍ୟୁଡ୍‌ ରଙ୍ଗର ପୋଷାକ ପିନ୍ଧି ଚାଲୁଥିବା ଦେଖିବାକୁ ମିଳୁଛି। ଏହି ରଙ୍ଗ କର୍ପୋରେଟ୍‌ ଆଟାୟରର ମଧ୍ୟ ଅଂଶବିଶେଷ ହୋଇଛି। ଏଥିପାଇଁ ନିଜ ସ୍କିନ୍‌ ଟୋନ୍‌କୁ ମ୍ୟାଚ୍‌ କରି ଶେଡ୍‌ ଚୟନ କରିପାରିବେ।

ମେକ୍‌ଅପ୍‌ରେ ବି ନ୍ୟୁଡ୍‌ କଲର
କପଡ଼ାରେ ନ୍ୟୁଡ୍‌ କଲର ସହିତ ଏବେ ନ୍ୟୁଡ୍‌ କଲରର କସ୍ମେଟିକ୍‌ ମଧ୍ୟ ଖୁବ୍‌ ପ୍ରଚଳନରେ ରହିଛି। ଏହା ଭାରତୀୟ ସ୍କିନ୍‌ ଟୋନ୍‌କୁ ସୁଟ୍‌ କରିଥାଏ। ଯଦି ଆପଣ ପ୍ରଥମ ଥର ନ୍ୟୁଡ୍‌ ମେକ୍‌ଅପ୍‌ କରୁଛନ୍ତି, ତେବେ ପ୍ରଥମେ ଟେଷ୍ଟ କରି ଦେଖନ୍ତୁ ଏହା ଆପଣଙ୍କ ଉପରେ କିଭଳି ମ୍ୟାଚ୍‌ କରୁଛି।

ଏଭଳି ଚୟନ କରନ୍ତୁ ଶେଡସ୍‌
ଆଇ ଶ୍ୟାଡୋ ପାଇଁ ଏଭଳି ଶେଡ୍‌ ଚୟନ କରନ୍ତୁ, ଯାହା ଆପଣଙ୍କ ସ୍କିନ୍‌ ଟୋନ୍‌ଠାରୁ ହାଲୁକା। ଲିପ୍‌ଷ୍ଟିକ୍‌ ପାଇଁ ମଧ୍ୟ ସମାନ ଉପାୟ ଅବଲମ୍ବନ କରନ୍ତୁ। କିନ୍ତୁ କପଡ଼ା ଚୟନ କରିବାବେଳେ ଆପଣଙ୍କ ସ୍କିନ୍‌ ଟୋନ୍‌ଠାରୁ ଡାର୍କ ଶେଡ୍‌ ଚୟନ କରନ୍ତୁ।

ଏଭଳି ବାଲାନ୍ସ କରନ୍ତୁ
ସେଲିବ୍ରିଟି ମେକ୍‌ଅପ୍‌ ଆର୍ଟିଷ୍ଟ ନେହାଙ୍କ କହିବାନୁସାରେ ନ୍ୟୁଡ୍‌ କଲର ଚୟନ କରିବାବେଳେ ବାଲାନ୍ସ ରଖିବା ନିହାତି ଦରକାର। ଯଦି ଆପଣ ଲିପ୍‌ସ ନ୍ୟୁଡ୍‌ ରଖୁଛନ୍ତି, ତେବେ ଏଥିସହିତ ସ୍ମୋକି ଆଇଜ୍‌ ଖୁବ୍‌ ମାନିବ। ଯଦି ଆପଣ ଆଖି ମେକ୍‌ଅପ୍‌କୁ ନ୍ୟୁଡ୍‌ ରଖୁଛନ୍ତି, ତେବେ ଲାଲ୍‌ ଓ ୱାଇନ୍‌ ରଙ୍ଗର ଲିପ୍‌ଷ୍ଟିକ୍‌ ଖୁବ୍‌ ମାନିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ