ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି: ପ୍ରଭାବିତ ହେବନି ଭାରତରେ ତୈଳ ଯୋଗାଣ


ସାଉଦି ଆରବର ତୈଳ ଖଣିରେ ବଡ଼ ଧରଣର ଡ୍ରୋନ୍‌ ଆକ୍ରମଣ ପରେ ସେଠାରେ ତୈଳ ଉତ୍ତୋଳନ ପାଖାପାଖି ୫୦ ପ୍ରତିଶତ ହ୍ରାସ ପାଇଛି। ତେଣୁ ସାଉଦି ଆରବରୁ ତୈଳ ଆମଦାନି କରୁଥିବା ରାଷ୍ଟ୍ରଗୁଡ଼ିକ ମନରେ ଛନକା ପଶିଥିଲା ବେଳେ ଭାରତ ମଧ୍ୟରୁ ଏଥିରୁ ବାଦ ପଡ଼ି ନାହିଁ। ମାତ୍ର ଏହିପରି ଏକ ସ୍ଥିତିରେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସେ ସାଉଦି ଆରବର ତୈଳ ଉତ୍ତୋଳନ କରୁଥିବା ବଡ଼ ସଂସ୍ଥା ଅର୍ମାକୋର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହ କଥା ହୋଇଛନ୍ତି। ଅର୍ମାକୋ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ଯେ ଭାରତକୁ ଯେଉଁ ତୈଳ ରପ୍ତାନୀ ହେଉଥିଲା ସେଥିରେ କୌଣସି ଉଣା କରାଯିବ ନାହିଁ। ଭାରତ ତା’ର ଆବଶ୍ୟକତା ଅନୁସାରେ ତୈଳ ପାଇବାରେ କୌଣସି ଅସୁବିଧା ନାହିଁ। ଏଣୁ ଦେଶରେ ତୈଳ ଯୋଗାଣକୁ ଏହା କୌଣସି ମତେ କରିପାରିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏଥିସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ରିୟାଦ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଏନେଇ କଥା ହୋଇଛନ୍ତି। ଅର୍ମାକୋ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହ ତୈଳ ରପ୍ତନୀ ବାବଦରେ କଥା ହୋଇ କିପରି କାର୍ଯ୍ୟ ସୁରୁଖୁରୁରେ ଚାଲିପାରିବ, ସେଥିପାଇଁ ଗୁରୁତ୍ବ ଦେବାକୁ କହିଛନ୍ତି। ସାଉଦି ଆରବର ଅଶୋଧିତ ତୈଳ ଖଣି ଉପରେ ଡ୍ରୋନ ଆକ୍ରମଣ ହେଲେ ବି ଭାରତକୁ ତୈଳ ରପ୍ତାନୀ କମିବ ନାହିଁ ବୋଲି ଧର୍ମେନ୍ଦ୍ର ସ୍ପଷ୍ଟ କରି ପ୍ରକାଶ ପାଇଥିବା ଅନେକ କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି।

ଭାରତ ବିଶ୍ବର ତୃତୀୟ ବୃହତ ତୈଳ ବ୍ୟବହାରକାରୀ ରାଷ୍ଟ୍ର। ଏହିପରି ଭାବେ ଭାରତ ଇରାକ ବାଦ ଦ୍ବିତ୍ବୀୟ ସର୍ବାଧିକ ଅଶୋଧିତ ତୈଳ ସାଉଦି ଆରବରୁ ହିଁ ଆମଦାନି କରିଥାଏ। ୨୦୧୮-୧୯ରେ ସାଉଦି ଆରବ ଭାରତକୁ ମୋଟ୍‌ ୪୦.୩୩ ନିୟୁତ ଟନ୍‌ ଆଶୋଧିତ ତୈଳ  ରପ୍ତନୀ କରିଛି। ଅନ୍ୟପକ୍ଷରେ ଭାରତ ୨୦୧୮-୧୯ ବର୍ଷରେ ମୋଟ୍‌ ୨୦୭.୩ ନିୟୁତ ଟନ୍‌ ଆଶୋଧିତ ତୈଳ ବାହାର ରାଷ୍ଟ୍ରରୁ ଆମଦାନି କରିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ