ଡ୍ରୋନ୍‌ ଆକ୍ରମଣ କାରଣରୁ ସାଉଦି ଆରବର ତୈଳ ଉତ୍ପାଦନ ହ୍ରାସ


ଶୁକ୍ରବାର ସାଉଦି ଆରବର ପ୍ରମୁଖ ତୈଳ ଖଣି ଅଞ୍ଚଳରେ ୟେମେନ୍‌ର ହାଉତି ବିଦ୍ରୋହୀମାନେ ୧୦ଟି ଡ୍ରୋନ୍‌ରେ ଆକ୍ରମଣ କରିଥିବା ବେଳେ ଏହାର ପ୍ରଭାବ ତୈଳ ଉତ୍ପାଦନ ଉପରେ ପଡ଼ିଛି। ଡ୍ରୋନ୍‌ ଆକ୍ରମଣ ଫଳରେ ଦେଶର ସର୍ବବୃହତ୍‌ ଅଶୋଧିତ ତୈଳ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ରେ ବିସ୍ଫୋରଣ ହେବା ଫଳରେ ତୈଳ ଉତ୍ପାଦନରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଏପରି ଆକ୍ରମଣ ପାଇଁ ଆମେରିକାର ପ୍ରମୁଖ କୂଟନୀତିଜ୍ଞମାନେ ଇରାନ୍‌କୁ ସମାଲୋଚନା କରିଛନ୍ତି। ଇରାନ୍‌ ସମର୍ଥିତ ୟେମେନ୍‌ର ହାଉତି ବିଦ୍ରୋହୀମାନେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ସାଉଦି ଆରବର ଖଣି ଅଞ୍ଚଳରେ ଏହା ସବୁଠାରୁ ଭୟଙ୍କର ଆକ୍ରମଣ ଘଟଣା ବୋଲି କୁହାଯାଉଛି।

ଏହି ବିସ୍ଫୋରଣ ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍‌ ସଲମାନ୍‌ଙ୍କ ସହ ଟେଲିଫୋନ୍‌ ମାଧ୍ୟମରେ ଆଲୋଚନା କରିଛନ୍ତି। କିନ୍ତୁ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ କୌଣସି ପ୍ରକାର ସୂଚନା ଦେବାକୁ ଟ୍ରମ୍ପ୍‌ ପଛାଇଛନ୍ତି। ଏହି ଆକ୍ରମଣ ଘଟାଇଥିବା ବିଦ୍ରୋହୀମାନେ ୟେମେନ୍‌ ସହ ଜଡ଼ିତ ବୋଲି କୌଣସି ପ୍ରମାଣ ନାହିଁ। ବରଂ ଇରାନ୍‌କୁ ଏହି ଆକ୍ରମଣ ପାଇଁ ଦାୟୀ କରାଯିବା ଉଚିତ ବୋଲି ଆମେରିକା ବୈଦେଶିକ ସଚିବ ମାଇକ୍‌ ପମ୍ପିଓ କହିଛନ୍ତି। ସେହିପରି ସାଉଦି ଆରବଠାରୁ ୟେମେନ୍‌ ଅପେକ୍ଷା ଇରାନର ଦୂରତା କମ୍‌ ଥିବାରୁ ଇରାନ୍‌ ପକ୍ଷରୁ କ୍ରୁଜ୍‌ ମିସାଇଲ୍‌ର ପରୀକ୍ଷା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ତେଣୁ ସାଉଦି ଓ ଆମେରିକା ଅଧିକାରୀମାନେ ମିଳିତ ଭାବେ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି। ଶୁକ୍ରବାରର ଆକ୍ରମଣ କାରଣରୁ ସାଉଦି ଆରବ ତୈଳ ଉତ୍ପାଦନ ପରିମାଣ ୫୦ ପ୍ରତିଶତ ପର୍ଯ୍ୟନ୍ତ କମିଛି। ପ୍ରତିଦିନ ୫.୭ ନିୟୁତ ବ୍ୟାରେଲ୍‌ ତୈଳ ଉତ୍ପାଦନ କରୁଥିବା ପ୍ଲାଣ୍ଟ୍‌ର ଉତ୍ପାଦନ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା ବୋଲି ସାଉଦି ଆରବର ଶକ୍ତି ମନ୍ତ୍ରୀ ଅବଦୁଲ୍‌ଅଜିଜ୍‌ ବିନ୍‌ ସଲମାନ୍‌ କହିଛନ୍ତି। ତାଙ୍କ କହିବାନୁସାରେ, ଗ୍ୟାସ୍‌ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି ଓ ପ୍ରତିଦିନ ୨ ନିୟୁତ କ୍ୟୁବିକ୍‌ ଫିଟ୍‌ ଗ୍ୟାସ୍‌ ଉତ୍ପାଦିତ ହେଉଥିଲେ ହେଁ ଏହା ୫୦ ପ୍ରତିାତକୁ ହ୍ରାସ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।