ଦ ଗାର୍ଡିଅନର ସର୍ବଶ୍ରେଷ୍ଠ ୧୦୦ ଫିଲ୍ମରେ ‘ଗ୍ୟାଙ୍ଗସ୍‌ ଅଫ୍‌ ୱେସେପୁର’, ଏକମାତ୍ର ଭାରତୀୟ ସିନେମା


ଫିଲ୍ମ ନିର୍ମାତା ତଥା ନିର୍ଦେଶକ ଅନୁରାଗ କଶ୍ୟପ ତାଙ୍କ ପ୍ରତି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ସମୀକ୍ଷକଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ଅନୁରାଗ ପୂର୍ବରୁ କରିଥିବା ଏକ କାମ ପାଇଁ ଏବେ ସାରା ବିଶ୍ବରେ ତାଙ୍କ ଦକ୍ଷତାର ଭୁରି ଭୁରି ପ୍ରଶଂସା କରାଯାଉଛି। ଅନୁରାଗଙ୍କ ନିର୍ଦେଶିତ ସିନେମା ‘ଗ୍ୟାଙ୍ଗସ୍‌ ଅଫ୍‌ ୱେସେପୁର’ ଏକମାତ୍ର ଭାରତୀୟ ସିନେମା ଭାବେ ବିଶ୍ବପ୍ରସିଦ୍ଧ ବ୍ରିଟିଶ ଦୈନିକ ‘ଦ ଗାର୍ଡିଅନ’ର ସର୍ବଶ୍ରେଷ୍ଠ ସିନେମା ତାଲିକାରେ ସ୍ଥାନ ପାଇଛି।

‘ଦ ଗାର୍ଡିଅନ’ ପକ୍ଷରୁ ଏକବିଂଶ ଶତାବ୍ଦୀର ୧୦୦ ସର୍ବଶ୍ରେଷ୍ଠ ସିନେମାର ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଫିଲ୍ମ ଭାବେ ‘ଗ୍ୟାଙ୍ଗସ୍‌ ଅଫ୍‌ ୱେସେପୁର’ ସ୍ଥାନ ପାଇଛି। ଅନୁରାଗ କଶ୍ୟପ ଶନିବାର ଇନ୍‌ଷ୍ଟାଗ୍ରାମ୍‌ରେ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ଆକ୍ସନ୍‌ ଡ୍ରାମା ଫିଲ୍ମ ତାଲିକାର ୫୯ତମ ସ୍ଥାନ ହାସଲ କରିଛି। ଅନୁରାଗ ଲେଖିଛନ୍ତି ଯେ ଏହି ତାଲିକାରେ ସ୍ଥାନ ପାଇଥିବାରୁ ସେ ବହୁତ ଗର୍ବିତ। କିନ୍ତୁ ତାଙ୍କ ସିନେମାଟି ତାଲିକାର ଏହି ସ୍ଥାନରେ ରହିବ ବୋଲି ସେ କେବେ ବି ଭାବି ନ ଥିଲେ। କାରଣ ତାଙ୍କ ପସନ୍ଦର ଏପରି ଅନେକ ସିନେମା ରହିଛି, ଯାହା ‘ଗ୍ୟାଙ୍ଗସ୍‌ ଅଫ୍‌ ୱେସେପୁର’ଠାରୁ ନିମ୍ନରେ ରହିବା ଉଚିତ ନୁହେଁ। ‘ଦ ଡାର୍କ ନାଇଟ୍‌’ ସିନେମାର ସ୍ଥାନ ତାଲିକାର ଆହୁରି ଉପରେ ରହିବାର ଥିଲା। ତାଲିକାର ପ୍ରଥମ ସ୍ଥାନରେ ରହିଥିବା ପଲ୍‌ ଥୋମାସ୍‌ ଆଣ୍ଡରସନ୍‌ଙ୍କ ୨୦୦୭ର ଫିଲ୍ମ ‘ଦେଆର ୱିଲ୍‌ ବି ବ୍ଲଡ୍‌’ ସହ ସେ ଏକମତ। କାରଣ ୨୧ତମ ଶତାବ୍ଦୀରେ ଏହା ତାଙ୍କର ସବୁଠାରୁ ପସନ୍ଦର ସିନେମା ବୋଲି ଅନୁରାଗ ଲେଖିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ