ବବ୍‌ କଟ୍‌ରେ ବିଦ୍ୟାଙ୍କ ହ୍ୟୁମାନ୍‌ କମ୍ପ୍ୟୁଟର ଅବତାର


କିଛି ଦିନ ତଳେ ‘ମିଶନ ମଙ୍ଗଳ’ ସିନେମାରେ ବିଦ୍ୟା ବାଲନ ଜଣେ ବୈଜ୍ଞାନିକ ଚରିତ୍ରରେ ଅଭିନୟ କରିଥିଲେ। ଏହା ବକ୍ସ ଅଫିସ୍‌ରେ ଭଲ କଲେକ୍ସନ୍‌ କରିଛି। ଏବେ ବିଦ୍ୟା ହ୍ୟୁମାନ୍‌ କମ୍ପ୍ୟୁଟର ଚରିତ୍ରରେ ଅବତ୍ତୀର୍ଣ୍ଣ ହେବାକୁ ଯାଉଛନ୍ତି। ବିଦ୍ୟାଙ୍କ ଆଗାମୀ ସିନେମା ‘ଶକୁନ୍ତଳା ଦେବୀ’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ବିଦ୍ୟା ପୂରାପୁରି ଅଲଗା ଏକ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ ଯେ ହ୍ୟୁମାନ୍‌ କମ୍ପ୍ୟୁଟର ନାମରେ ଜଣାଶୁଣା ଶକୁନ୍ତଳା ଦେବୀଙ୍କ ବାୟୋପିକ୍‌ର ଟିଜର ଓ ଏଥିରେ ମୁଖ୍ୟ ଭୁମିକାରେ ଅଭିନୟ କରୁଥିବା ବିଦ୍ୟାଙ୍କ ଫାଷ୍ଟ ଲୁକ୍‌ ସୋସାଲ ମିଡିଆରେ ରିଲିଜ୍‌ ହୋଇଛି। ଶକୁନ୍ତଳା ଦେବୀଙ୍କ ବାୟୋପିକ୍‌ର ଟିଜରକୁ ବିଦ୍ୟା ନିଜ ଟ୍ବିଟର ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି। ବିଦ୍ୟା ଏହାର କ୍ୟାପ୍‌ସନରେ ଲେଖିଛନ୍ତି ସେ ତାଙ୍କର ସମସ୍ତ ଶବ୍ଦକୁ ନେଇ ଅସାଧାରଣ ଥିଲେ। ଜାଣନ୍ତୁ ଏହି ହ୍ୟୁମାନ କମ୍ପ୍ୟୁଟରଙ୍କ କାହାଣୀ ସମ୍ପର୍କରେ। ଏହି ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ କରିବା ସହିତ ଫିଲ୍ମ ନିର୍ମାତା ଏହାର ଶୁଟିଂ ଆରମ୍ଭ ହେବା ଓ ରିଲିଜ୍‌ ଡେଟ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ‘ଶକୁନ୍ତଳା ଦେବୀ’ ସିନେମା ଆସନ୍ତା ବର୍ଷ ମଧ୍ୟ ଭାଗ ଆଡ଼କୁ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। 

ଏହି ପୋଷ୍ଟରରେ ବିଦ୍ୟା ଲାଲ୍‌ ରଙ୍ଗର ଚଉଡ଼ା ଧଡ଼ିଯୁକ୍ତ ସୁନ୍ଦର ଶାଢ଼ିରେ ନଜର ଆସୁଛନ୍ତି। ଏଥିରେ ବିଦ୍ୟା ବବ୍‌ କଟ ହେଆରଷ୍ଟାଇଲ୍‌ କରିଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ହ୍ୟୁମାନ୍‌ କମ୍ପ୍ୟୁଟର ନାମରେ ଜଣାଶୁଣା ଶକୁନ୍ତଳା ଦେବୀ ଜଣେ ନାମୀ ଗଣିତଜ୍ଞ ଅଟନ୍ତି। ଯିଏ ନିଜର ବୁଦ୍ଧିମତା ଦମ୍‌ରେ ଯେ କୌଣସି କମ୍ପ୍ୟୁଟରକୁ ମାତ୍‌ ଦେଇପାରନ୍ତି। ତାଙ୍କର ଏହି ଦକ୍ଷତା ପାଇଁ ୧୯୮୨ରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡରେ ତାଙ୍କ ନାମ ସ୍ଥାନ ପାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ