ରାନୁଙ୍କ ପରେ ଏବେ ବିନୋଦ: ତାଙ୍କ କଣ୍ଠରେ ଆଶିକୀ ଗୀତ ଭାଇରାଲ


କିଛିଦିନ ପୂର୍ବେ ପଶ୍ଚିମବଙ୍ଗର ରାନୁମଣ୍ଡଳ ଲତା ମଙ୍ଗେଶକରଙ୍କ ଗୀତ ଗାଇ ରାତାରାତି ତାରକା ପାଲଟିଯାଇଥିବା ବେଳେ ଏବେ ଅନୁରୂପ ଭାବେ ଜଣେ ଉବର କ୍ୟାବ ଡ୍ରାଇଭର ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ଆଶିକୀ’ର ‘ନଜର କେ ସାମନେ...ଗୀତଟି ଗାଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ବିନୋଦ ନାମକ ଲକ୍ଷ୍ନୌର ଏହି ଡ୍ରାଇଭର ଗାଇଥିବା କୁମାର ସାନୁଙ୍କ ଏହି ଗୀତଟି ସୋସାଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କ କ୍ୟାବରେ ଭଡ଼ାରେ ଯାଉଥିବା ଜଣେ ବ୍ୟକ୍ତି ଏହି ଭିଡିଓଟିକୁ ଅପ୍‌ଲୋଡ଼ କରିଛନ୍ତି।

ସୋସାଲ ମିଡିଆରେ #savePriyanshu@crowngourav ନାମକ ଜଣେ ୟୁଜର ବିନୋଦଙ୍କ ଏହି ୫୫ ସେକେଣ୍ଡର ଭିଡିଓଟିକୁ ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କ କଣ୍ଠର ଲାଳିତ୍ୟ ଅତି ଉଚ୍ଚକୋଟିର। ତାଙ୍କ କଣ୍ଠରେ ଆଶିକୀର ‘ନଜର କେ ସାମନେ’ ଗୀତଟି ବେଶ୍‌ ଶ୍ରୁତିମଧୁର ହୋଇଥିଲା। ମୋତେ କ୍ୟାବରେ ଆଣି ଗନ୍ତବ୍ୟସ୍ଥଳରେ ଛାଡ଼ିବା ପରେ ସେ ଏହି ଗୀତଟିକୁ ମୋତେ ଶୁଣାଇଥିଲେ। ତାଙ୍କର ଏପରି ଚମତ୍କାର କଣ୍ଠସ୍ବର ଶୁଣି ମୁଁ ଆଚମ୍ବିତ ହୋଇଥିଲି। ଏଣୁ ଏହି ଭିଡିଓଟିକୁ ଶେୟାର ନ କରି ରହିପାରିଲି ନାହିଁ।

ଏହି ଭିଡିଓଟି ପୋଷ୍ଟ ହେବା ପରେ ଅନେକ ୟୁଜର୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି। କେହି କେହି ତାଙ୍କ ଠିକଣା ଓ ଫୋନ ନମ୍ବର ଜାଣିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ଧୀରେ ଧୀରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବେ ପଶ୍ଚିମବଙ୍ଗର ରାନୁ ମଣ୍ଡଳ ନାମକ ଜଣେ ମହିଳା ଲତା ମଙ୍ଗେଶକରଙ୍କର ‘ଏକ ପ୍ୟାର କା ନଗମା ହୈ’ ଗୀତଟିକୁ ରେଳଷ୍ଟେସନରେ ଗାଇବୁଲୁଥିବା ବେଳେ ଜଣେ ସହୃଦୟ ବ୍ୟକ୍ତି ଭିଡିଓ ଶୁଟ୍‌ କରି ସୋସାଲ ମିଡିଆରେ ପୋଷ୍ଟ କରିଥିଲେ। ରାତାରାତି ସେ ଏଭଳି ଲୋକପ୍ରିୟ ହୋଇଗଲେ ଯେ ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତକାର ହିମେଶ ରେଶମିଆ ତାଙ୍କୁ ଡାକି ଏକ ନୂଆ ଫିଲ୍ମର ୩ଟି ଗୀତ ରେକର୍ଡ କରାଇ ସାରିଲେଣି। ଏବେ ଏହିକ୍ରମରେ ବିନୋଦ ଯେ ରାତାରାତି ତାରକା ପାଲଟି ନ ଯିବେ, ଏକଥା କିଏ କହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ