ଜାଣନ୍ତି କି ସୁନ୍ଦର ଓ ଶକ୍ତ ନଖର ରହସ୍ୟ ରସୁଣ!


ମହିଳାଙ୍କ ହାତର ସୌନ୍ଦର୍ଯ୍ୟରେ ନଖର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପ୍ରାଣହୀନ ଓ ଦୁର୍ବଳ ନଖ ଖରାପ ବ୍ୟକ୍ତିତ୍ବକୁ ଦର୍ଶାଇଥାଏ। ଆପଣ ଚାହିଲେ ଯେତେ ମେକ୍‌ଅପ୍‌ କରନ୍ତୁ ନା କାହିଁକି, ଯେ ପର୍ଯ୍ୟନ୍ତ ଆପଣଙ୍କ ନଖ ଭଲ ଦେଖାଯିବ ନାହିଁ, ଆପଣଙ୍କ ସୌନ୍ଦର୍ଯ୍ୟ ଫିକା ପଡ଼ିଯିବ। ଆଜିକାଲି ମହିଳା ଓ ଯୁବତୀମାନେ ନଖରେ ନେଲ୍‌ ଆର୍ଟ କରୁଥିବା ଦେଖିବାକୁ ମିଳୁଛି। ତେବେ ଯେ ପର୍ଯ୍ୟନ୍ତ ଆପଣଙ୍କ ନଖ ଶକ୍ତ ଓ ଲମ୍ବା ନ ହେବ, ନେଲ୍‌ ଆର୍ଟ କରିବା ବେକାର। ତେବେ ନଖକୁ ସୁନ୍ଦର କରିବାର ଏକ ବହୁତ ସହଜ ଉପାୟ ମଧ୍ୟ ରହିଛି। ରସୁଣ ବ୍ୟବହାର କରି ଆପଣ ନଖକୁ ସୁନ୍ଦର ଓ ମଜବୁତ କରିପାରିବେ।

ରସୁଣରେ ଥିବା ମ୍ୟାଗ୍ନେସିୟମ, ଫସ୍‌ଫରସ ଓ ପୋଟାସିୟମ ନଖକୁ ଶକ୍ତ କରିଥାଏ। ଏହାକୁ ନଖରେ ଲଗାଇବା ଫଳରେ ରକ୍ତ ସଞ୍ଚାର ବଢ଼ିଥାଏ ଓ ଏଥିରେ ଚମକ ମଧ୍ୟ ଆସିଥାଏ। ଅନେକ ସମୟରେ ସଂକ୍ରମଣ ପାଇଁ ମଧ୍ୟ ନଖ ଭାଙ୍ଗିବାରେ ଲାଗିଥାଏ। କିନ୍ତୁ ନଖରେ ରସୁଣ ଲଗାଇ ଏହି ସମସ୍ୟାକୁ ଦୂର କରାଯାଇପାରିବ। ନଖରେ ରସୁଣ ଲଗାଇବା ପାଇଁ ଗୋଟିଏ ରସୁଣ କୋଲାକୁ ଦୁଇ ଖଣ୍ଡ କରି କାଟନ୍ତୁ। ଏହି କଟା ରସୁଣକୁ ନଖରେ ୫ରୁ ୧୦ ମିନିଟ୍‌ ଯାଏ ରଗଡ଼ନ୍ତୁ। ଏପରି ପ୍ରତ୍ୟେକ ଦିନ କରିବା ପରେ ୧୦ ଦିନ ମଧ୍ୟରେ ନଖ ବଢ଼ିବା ଦେଖିବାକୁ ପାଇବେ। ଉତ୍ତମ ଓ ଶୀଘ୍ର ଫଳ ପାଇବା ଲାଗି ଏହି ଉପାୟ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ କରିପାରିବେ। 

ଏହାବ୍ୟତୀତ ନିୟମିତ ବ୍ୟବଧାନରେ ନଖ ପରିଷ୍କାର କରିବା ଉଚିତ। ନଖ ମଜବୁତ କରିବା ଲାଗି ନିଜ ଡାଏଟ୍‌ରେ ଭିଟାମିନ୍‌, ପୋଟାସିୟମ, ଫସ୍‌ଫରସ ଓ ଜିଙ୍କ୍‌ ଯୁକ୍ତ ଖାଦ୍ୟ ସାମିଲ୍‌ କରନ୍ତୁ। ଏହାବ୍ୟତୀତ ନଖ ସଫା ଓ ଦାଗମୁକ୍ତ କରିବା ଲାଗି ଆପଣ ଲେମ୍ବୁ ମଧ୍ୟ ବ୍ୟବହାର କରିପାରିବେ। ନଖ ଉପରେ ଲେମ୍ବୁ ଚୋପା ଘଷିବା ଫଳରେ ନଖ ସଫା ଓ ଶକ୍ତ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ