ଗଲ ଗାଟୋଟ୍‌ଙ୍କ ସହ ନଜର ଆସିବେ ଅଲୀ ଫଜଲ


ବଲିଉଡ୍‌ରେ ଏଭଳି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କୁ ଲଗାତର ବଲିଉଡ୍‌ ସହ ହଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିବାକୁ ସୁଯୋଗ ମିଳୁଛି। ଅଭିନେତା ଅଲୀ ଫଜଲଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଯାଇଛି। ଅଭିନେତ୍ରୀ ଜୁଡି ଡେଞ୍ଚଙ୍କ ସହ ‘ଭିକ୍ଟୋରିଆ ଏଣ୍ଡ ଅବ୍‌ଦୁଲ’ ସିନେମାରେ କାମ କରିସାରିଥିବା ଅଲୀଙ୍କ ହାତକୁ ଏବେ ଆଉ ଏକ ବଡ଼ ଅନ୍ତର୍ଜାତୀୟ ପ୍ରୋଜେକ୍ଟ ଆସିଛି। ଅଲୀ ‘ଡେଥ୍‌ ଅନ୍‌ ଦ ନାଇଲ’ ନାମକ ଏକ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି। ଏହାର ନିର୍ଦେଶନା କେନେଥ୍‌ ବ୍ରାନା ଦେବାକୁ ଯାଉଛନ୍ତି। ଏହି ସିନେମା ଏକ ଗୁଇନ୍ଦା ନଭେଲ୍‌ ଉପରେ ଆଧାରିତ।

ଏହି ଫିଲ୍ମରେ ମଧ୍ୟ ଅଲୀ ଗତ ଥର ଭଳି ବଡ଼ ଷ୍ଟାର କାଷ୍ଟଙ୍କ ସହିତ ନଜର ଆସିବେ। ଏହି ସିନେମାରେ ‘ୱଣ୍ଡର ୱିମେନ୍‌’ ଫେମ୍‌ ଗଲ ଗାଟୋଟ ଓ ଆର୍ମେ ହ୍ୟାମରଙ୍କ ସହ ଅଲୀ ନଜର ଆସିବେ। କୁହାଯାଉଛି, ଏହି ଫିଲ୍ମରେ ଜଣେ ଗୁପ୍ତଚର ଭୂମିକାରେ ଅଲୀ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅଲୀଙ୍କ ଚରିତ୍ର ବହୁତ ବଡ଼ ରହିଥିବା ଜଣାପଡ଼ିଛି। ଫିଲ୍ମର କାହାଣୀ ଏକ ମର୍ଡର ମିଷ୍ଟ୍ରି ଉପରେ ଆଧାରିତ। ଏହି ହତ୍ୟାକାଣ୍ଡ ନାଇଲରେ ଏକ କ୍ରୁଜ୍‌ରେ ହୋଇଥିଲା। ଫିଲ୍ମର କାହାଣୀ ଆଗକୁ ବଢ଼ିବା ସହିତ ଅନେକ ଗୁଡ଼ିଏ ହତ୍ୟା ହେବାରେ ଲାଗିଛି। ଏହି ଫିଲ୍ମର ଶୁଟିଂ ଚଳିତ ମାସରୁ ଲଣ୍ଡନ ଓ ୟୁରୋପର କେତେକ ଲୋକେସନ୍‌ରୁ ଆରମ୍ଭ ହୋଇଯିବ। ଅଲୀ କହିଛନ୍ତି ଯେ ଏହି ପ୍ରୋଜେକ୍ଟରେ କାମ କରିବା ନେଇ ବହୁତ ଉତ୍ସାହିତ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ