ଶରୀର ପାଇଁ ଗୁଳୁଚିର ଫାଇଦା ଅନେକ, ଜାଣନ୍ତୁ ଏସବୁ


ଗିଲୋୟ ବା ଗୁଳୁଚି ଏକ ଔଷଧୀୟ ଗଛ। ଏହାର ଔଷଧୀୟ ଗୁଣ ପାଇଁ ଆୟୁର୍ବେଦିକ ଜଡ଼ିବୁଟି ହିସାବରେ ଏହାକୁ ବ୍ୟବହାର କରାଯାଏ। ଗୁଳୁଚିର ପତ୍ର, ଫୁଲ, ଚେର, ଡାଙ୍ଗ ଇତ୍ୟାଦି ସବୁକିଛି ଔଷଧୀୟ ଗୁଣରେ ଭରପୂର ରହିଛି, ଯାହାକି ଶରୀର ପାଇଁ ବେଶ୍‌ ଲାଭଦାୟକ ମଧ୍ୟ ହୋଇଥାଏ। ଗୁଳୁଚିର ଔଷଧୀୟ ଗୁଣ କାରଣରୁ ଏହାକୁ ଅମୃତ ବୋଲି ମଧ୍ୟ କୁହାଯାଏ। ଏହାର ପତ୍ର ହୃଦୟାକୃତିର ହୋଇଥାଏ। ଏହି କାରଣରୁ ଏହାକୁ ହାର୍ଟ ଲିଫ୍‌ଡ ମୁନ୍‌ସିଡ୍‌ ବୋଲି ମଧ୍ୟ କୁହାଯାଏ। ଚାଲନ୍ତୁ ଜାଣିବା ଗୁଳୁଚିର ଫାଇଦା ସମ୍ପର୍କରେ।

ଡେଙ୍ଗୁ ପାଇଁ ଫାଇଦା
ଜ୍ବର ଓ ଅନ୍ୟ ରୋଗର ଚିକିତ୍ସା ଗୁଳୁଚି ମାଧ୍ୟମରେ କରାଯାଇଥାଏ। କାରଣ ଏହାର ପ୍ରକୃତି ଜ୍ବରନାଶକ ଅଟେ। ତେଣୁ ବିପଦପୂର୍ଣ୍ଣ ରୋଗର ପ୍ରଭାବକୁ କମ୍‌ କରିଥାଏ। ବିଶେଷକରି ଏହା ରକ୍ତରେ ପ୍ଲେଟ୍‌ଲେଟ୍‌ସ କାଉଣ୍ଟ ବଢ଼ାଇବା ସହିତ ଡେଙ୍ଗୁ ଜ୍ବରକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ। ଗୁଳୁଚି ସହିତ ତୁଳସୀ ପତ୍ର ସେବନ କଲେ, ଏହା ଡେଙ୍ଗୁ ସହିତ ଲଢ଼ିବାକୁ ଅଧିକ ସାହାଯ୍ୟ କରେ।

ଓଜନ ହ୍ରାସ କରିବାରେ କରେ ସାହାଯ୍ୟ

ଗୁଳୁଚି ଜୁସ୍‌ ରୋଗପ୍ରତିରୋଧକ ଶକ୍ତି ଓ ମେଟାବଲିଜମ୍‌କୁ ବଢ଼ାଇ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଗୁଳୁଚି ହଜମ ଶକ୍ତିକୁ ଉତ୍ତମ କରିଥାଏ, ଯାହାଫଳରେ ଓଜନ ହ୍ରାସ ହେବା ସହଜ ହେବ। ମୋଟାପଣ କମ୍‌ କରିବା ଲାଗି ଗୁଳୁଚି ଓ ତ୍ରିଫଳା ଚୂର୍ଣ୍ଣକୁ ସକାଳ ଓ ସନ୍ଧ୍ୟାରେ ମହୁ ସହିତ ମିଶାଇ ସେବନ କରିବା ଉଚିତ। ଏହାକୁ ନିୟମିତ ସେବନ କରିବା ଦ୍ବାରା ମୋଟାପଣ ହ୍ରାସ ପାଇଁ ଫାଇଦା ମିଳିଥାଏ।

ମହୁ ସହିତ ଗୁଳୁଚି ଜୁସ୍‌
ଯଦି ଆପଣ ଓଜନ ହ୍ରାସ କରିବା ଲାଗି ଗୁଳୁଚି ଜୁସ୍‌ ସେବନ କରିବାକୁ ଚାହୁଛନ୍ତି, ତେବେ ଅଧଗ୍ରାମ୍‌ ଗୁଳୁଚି ଜୁସ୍‌ରେ ଏକ ଚାମଚ ମହୁ ମିଶାଇ ଏହାକୁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ପିଅନ୍ତୁ। ଆପଣ ଚାହିଲେ ଏହାକୁ ବଟରମିଲ୍କ ଅର୍ଥାତ୍‌ ଛାଛ୍‌ ସହିତ ପିଇ ପାରିବେ। ଏପରି କରିବା ଦ୍ବାରା ଓଜନ ହ୍ରାସ କରିବାରେ ସାହାଯ୍ୟ ମିଳିଥାଏ।

ଏଥିପ୍ରତି ଧ୍ୟାନ ଦିଅନ୍ତୁ
ଗୁଳୁଚି ୫ ବର୍ଷ କିମ୍ବା ତାହାଠାରୁ ଅଧିକ ବୟସର ପିଲାଙ୍କ ପାଇଁ ସୁରକ୍ଷିତ। ତେବେ ୫ ବର୍ଷର କମ୍‌ ପିଲାଙ୍କୁ ଏହାର ଖେରାକ ଦୁଇ ସପ୍ତାହରୁ ଅଧିକ ଦିଆଯିବା ଉଚିତ ନୁହେଁ ଏବଂ ଏହା ମଧ୍ୟ ଆୟୁର୍ବେଦିକ ଡାକ୍ତରଙ୍କ ବିନା ପରାମର୍ଶରେ ଦିଆଯିବା ଉଚିତ ନୁହେଁ। ଯଦି ଆପଣ ମଧୁମେହ ପାଇଁ ଔଷଧ ଖାଉଛନ୍ତି, ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଜଡ଼ିବୁଟି ସେବନ କରିବା ଉଚିତ ନୁହେଁ। ଗୁଳୁଚି କୋଷ୍ଠକାଠିନ୍ୟ ଓ କମ୍‌ ରକ୍ତ ଶର୍କରା ସମସ୍ୟା ସୃଷ୍ଟି କରିପାରେ। ଗର୍ଭବତୀ ମହିଳା ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ