କାଷ୍ଟିଂ କାଉଚ୍‌ ପାଇଁ ଇଣ୍ଡଷ୍ଟ୍ରୀ ଛାଡ଼ିଥିଲି: ଚାହତ ଖାନ୍ନା


ବଲିଉଡ୍‌ ଅଭିନେତା ରାମ କପୁର ଓ ଅଭିନେତ୍ରୀ ସାକ୍ଷୀ ତୱଁରଙ୍କ ଲୋକପ୍ରିୟ ଟିଭି ଶୋ’ ‘ବଡେ ଅଚ୍ଛେ ଲଗତେ ହୈ’ମାଧ୍ୟମରେ ନିଜ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଚାହତ ଖାନ୍ନା ଦୀର୍ଘ ଦିନ ହେଲାଣି ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିଥିଲେ। ଏବେ ସେ ସଞ୍ଜୟ ଦତ୍ତଙ୍କ ଅଭିନୀତ ସିନେମା ‘ପ୍ରସ୍ଥାନମ’ ମାଧ୍ୟମରେ କମ୍‌ବ୍ୟାକ୍‌ କରୁଛନ୍ତି। କିନ୍ତୁ ଏହି କମ୍‌ବ୍ୟାକ୍‌ ପୂର୍ବରୁ ଚାହତ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିଥିବାର କାରଣ ଉପରୁ ପରଦା ଉଠାଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ ଚାହତ କାଷ୍ଟିଂ କାଉଚ୍‌ କାରଣରୁ ନିଜର ଏକ ଉତ୍ତମ କ୍ୟାରିଅରକୁ ଛାଡ଼ି ଦେଇଥିଲେ। ଏକ ସାକ୍ଷାତକାରରେ ଚାହତ ନିଜ ସହିତ ଘଟିଥିବା ଘଟଣା ସମ୍ପର୍କରେ କହିଛନ୍ତି। ଚାହତ କହିଛନ୍ତି ଯେ ସେ ଏପରି ଅନେକ ଅଭିନେତ୍ରୀଙ୍କୁ ଜାଣିଛନ୍ତି, ଯେଉଁମାନେ ଏଭଳି ପରିସ୍ଥିତିରେ ଚୁପ୍‌ ରହିବା ଠିକ୍‌ ଭାବନ୍ତି। ଏଭଳି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କ ନାମ ସାମ୍ନାକୁ ଆସିବା ଉଚିତ ଥିଲା। କିନ୍ତୁ କେହି ସେମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ନ ଥିଲେ। ତାଙ୍କ ହିସାବରେ କାହାରି ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ‘ମି ଠୁ’ର ଅପେକ୍ଷା କାହିଁକି କରିବ ବୋଲି ଚାହତ କହିଛନ୍ତି।

ସୂଚନାଯୋଗ୍ୟ ଯେ ‘ପ୍ରସ୍ଥାନମ’ର ନିର୍ଦେଶନା ଦେବ କଟ୍ଟା ଦେଇଛନ୍ତି। ଫିଲ୍ମରେ ଚାହତଙ୍କ ସହ ସଞ୍ଜୟ ଦତ୍ତ, ମନୀଷା କୋଇରାଲା, ଜ୍ୟାକି ଶ୍ରଫ୍‌, ଚଙ୍କି ପାଣ୍ଡେ, ଅଲୀ ଫଜଲ, ଅମାୟରା ଦସ୍ତୁର ଭଳି କଳାକାର ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ୨୦ ସେପ୍ଟେମ୍ବର ୨୦୧୯ରେ ସିନେମାଘରେ ରିଲିଜ୍‌ ହେବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।