ବଡ଼ ପରଦାରେ ଡ୍ରିମ୍‌ ଗାର୍ଲ ଓ ସେକ୍ସନ୍‌ ୩୭୫


ଶୁକ୍ରବାର ବଡ଼ ପରଦାରେ ଆୟୁଷ୍ମାନ ଖୁରାନା ଓ ନୁସରତ ଭରୁଚାଙ୍କ ଅଭିନୀତ ସିନେମା ‘ଡ୍ରିମ୍‌ ଗାର୍ଲ’ ଏବଂ ଅକ୍ଷୟ ଖାନ୍ନା ଓ ରିଚା ଚଢ଼ାଙ୍କ ଅଭିନୀତ ସିନେମା ‘ସେକ୍ସନ୍‌ ୩୭୫’ ରିଲିଜ୍‌ ହୋଇଛି। ଆୟୁଷ୍ମାନ ପୁଣିଥରେ ନିଜର ସାହସିକତା ଦେଖାଇ ଆଉଟ୍‌ ଅଫ୍‌ ଦ ବକ୍ସ କ୍ୟାରେକ୍ଟରେ ଅଭିନୟ କରିଛନ୍ତି। ପୂଜା ନାମକ ଜଣେ ଝିଅ ସ୍ବରରେ କଥା ହେଉଥିବା ଆୟୁଷ୍ମାନଙ୍କୁ ‘ଡ୍ରିମ୍‌ ଗାର୍ଲ’ ସିନେମା ପାଇଁ ଦର୍ଶକଙ୍କୁ ଉତ୍ତମ ପ୍ରତିକ୍ରିୟା ମିଳିଥିବାବେଳେ ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଆୟୁଷ୍ମାନଙ୍କ ପରଫରମାନ୍ସ ପାଇଁ ବଲିଉଡ୍‌ରେ ତାଙ୍କୁ ସାହସୀ ଅଭିନେତା ବୋଲି ମଧ୍ୟ କୁହାଯାଉଛି।

‘ଡ୍ରିମ୍‌ ଗାର୍ଲ’ର କାହାଣୀ ଅନୁଯାୟୀ କରମଭୀର ସିଂ ନାମକ ଜଣେ ଯୁବକ, ଯିଏ ଫ୍ରେଣ୍ଡଶିପ୍‌ କଲ୍‌ ସେଣ୍ଟରରେ ଚାକିରି କରନ୍ତି। ସେ ପୁରୁଷମାନଙ୍କ ସହ ପୂଜା ନାମରେ ମହିଳା ସ୍ବରରେ କଥା ହୁଅନ୍ତି। ତେବେ ସେହି ପୁରୁଷ କ୍ଲାଏଣ୍ଟମାନେ ଯେତେବେଳେ ପୂଜାଙ୍କ ପାଇଁ ପାଗଳ ହୋଇଯାଆନ୍ତି, ସେତେବେଳେ ଆୟୁଷ୍ମାନ ଓରଫ କରମଭୀରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅନ୍ଧାଧୁନ, ବଧାଇ ହୋ, ଆର୍ଟିକିଲ୍‌ ୧୫ ଭଳି ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ସିନେମା ଦେଇଥିବା ଆୟୁଷ୍ମାନଙ୍କଠାରୁ ଏହି ସିନେମାରେ ଅନେକ ଆଶା ରହିଛି। ‘ଡ୍ରିମ୍‌ ଗାର୍ଲ’ ସିନେମାରେ ଅନୁ କପୁର ମଧ୍ୟ ଗୁରୁତ୍ବପୁର୍ଣ୍ଣ ଭୂମିକାରେ ଦେଖିବାକୁ ମିଳୁଛନ୍ତି। ରାଜ ଶାଣ୍ଡିଲ୍ୟ ଏହାର ନିର୍ଦେଶକ ଭାବେ ‘ଡ୍ରିମ୍‌ ଗାର୍ଲ’ ସିନେମାରେ ଡେବ୍ୟୁ କରିଥିବାବେଳେ ଏକତା କପୁର ଓ ଶୋଭା କପୁର ପ୍ରଯୋଜନା ଦାୟିତ୍ବ ନେଇଛନ୍ତି।

ସେହିପରି ଅଜୟ ବହଲଙ୍କ ଦ୍ବାରା ନିର୍ଦେଶିତ ସିନେମା ‘ସେକ୍ସନ୍‌ ୩୭୫’ ମଧ୍ୟ ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ହାର୍ଡ ହିଟିଂ କୋର୍ଟ ରୁମ୍‌ ଡ୍ରାମା ସିନେମାରେ ଅକ୍ଷୟ ଖାନ୍ନା ଓ ରିଚା ଚଢ଼ା ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି। ଏହି ସିନେମାରେ ଅକ୍ଷୟ ଓ ରିଚାଙ୍କ ବ୍ୟତୀତ ମୀରା ଚୋପ୍ରା, ରାହୁଲ ଭଟ୍ଟ, କୃତ୍ତିକା ଦେଶାଇ, କୁମୁଦ ମିଶ୍ର ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ରେ ଥିବା ସେକ୍ସନ୍‌ ୩୭୫କୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ଅନେକ ଲୋକଙ୍କ ଆଖି ଖୋଲିଦେବ ବୋଲି କୁହାଯାଉଛି। ଏହି ଫିଲ୍ମକୁ କ୍ରିଟିକ୍ସଙ୍କ ଭଲ ପ୍ରତିକ୍ରିୟା ମିଳିଛି। ସୋସାଲ ମିଡିଆ ଓ ଦର୍ଶକ ମଧ୍ୟ ‘ସେକ୍ସନ୍‌ ୩୭୫’କୁ ଉତ୍ତମ ପ୍ରତିକ୍ରିୟା ଦେଇ କହିଛନ୍ତି ଏହା ଏକ ବ୍ରିଲିଆଣ୍ଟ ସିନେମା। ସିନେମାର କାହାଣୀ, ନିର୍ଦେଶନା ଓ ଅଭିନୟ ତିନୋଟି ଯାକ ଜବରଦସ୍ତ ହୋଇଛି ବୋଲି ଜଣେ ୟୁଜର ଲେଖିଛନ୍ତି। ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ ଫିଲ୍ମକୁ ୪ ଷ୍ଟାର୍‌ ରେଟିଂ ଦେଇ ଲେଖିଛନ୍ତି ଯେ ସେକ୍ସନ୍‌ ୩୭୫ ଏକ ମୋଷ୍ଟ ଏନ୍‌ଗେଜିଙ୍ଗ କୋର୍ଟରୁମ୍‌ ଡ୍ରାମା ସିନେମା ଅଟେ। ସିନେମାର କାହାଣୀ ଓ ନିର୍ଦେଶନା ବହୁତ ଭଲ ଥିବାବେଳେ ଅକ୍ଷୟ ଓ ରିଚା ଜବରଦସ୍ତ ପରଫରମାନ୍ସ ଦେଇଛନ୍ତି। ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉପସ୍ଥାପନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ