ଚର୍ଚ୍ଚାରେ ଦେଶୀଗାର୍ଲଙ୍କ ବ୍ଲାକ୍‌ ଡ୍ରେସ୍‌


ବଲିଉଡ୍‌ର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ ଏବେ ଗ୍ଲୋବାଲ ଷ୍ଟାର୍‌ ପାଲଟିଛନ୍ତି। ବିଶ୍ବର ଯେ କୌଣସି ଲୋକପ୍ରିୟ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ବୁଧବାର ରାତିରେ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କ ଫ୍ୟାଶନ୍‌ ୱିକ୍‌ରେ ଏକ ଶୋ’ରେ ସାମିଲ୍‌ ହୋଇଥିଲେ।

ସେକ୍ସି ଦେଖାଯାଉଥିଲେ ପ୍ରିୟଙ୍କା

ନ୍ୟୁୟର୍କ ଫ୍ୟାଶନ୍‌ ୱିକ୍‌ ୨୦୧୯ରେ ଲୋକପ୍ରିୟ ଫ୍ୟାଶନ୍‌ ଡିଜାଇନର ଓସ୍କାର ଦେ ଲା ରେନ୍ତାଙ୍କ ଶୋ’ରେ କ୍ବାଣ୍ଟିକୋ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ସାମିଲ୍‌ ହୋଇଥିଲେ। ଏହି ସମୟରେ ସେ ବହୁତ ସୁନ୍ଦର ଓ ସେକ୍ସି ଦେଖାଯାଉଥିଲେ।

ଲା ରେନ୍ତା ଡିଜାଇନ୍‌ କରିଥିଲେ ପ୍ରିୟଙ୍କାଙ୍କ ପୋଷାକ
ଏହି ସମୟରେ ପ୍ରିୟଙ୍କା ଓସ୍କାର ଦେ ଲା ରେନ୍ତାଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ପ୍ଲଞ୍ଜିଙ୍ଗ ନେକ୍‌ଲାଇନ୍‌ କଳା ରଙ୍ଗର ଫୁଲ୍‌ ସ୍ଲିଭ୍‌ସ ନି ଲେନ୍‌ଥ ପୋଷାକ ପିନ୍ଧିଥିଲେ। ଏହାର ତଳ ଭାଗ ପେନ୍‌ସିଲ୍‌ ସ୍କର୍ଟ ଥିଲା ଉପର ଭାଗ ମଧ୍ୟ ବ୍ଲାକ୍‌ ଟପ୍‌ ଥିଲା।

ପୋଷାକର ଆକର୍ଷଣ ମିଡ୍‌ରିଫ୍‌ କଟ୍‌ଆଉଟ୍‌

ଏହି ପୋଷାକର ବିଶେଷତ୍ବ ଥିଲା ଏହାର ଡିଜାଇନର ମିଡ୍‌ରିଫ୍‌ କଟ୍‌ଆଉଟ୍‌। ଏହି ବ୍ଲାକ୍‌ ପୋଷାକରେ ମିଡ୍‌ରିଫ୍‌ ପାଖରେ କଟ୍‌ଆଉଟ୍‌ ଡିଜାଇନ୍‌ ଥିଲା, ଯାହାକୁ ଗୋଲ୍ଡେନ୍‌ ରଙ୍ଗର ମେଟାଲ ନେଟ୍‌ ମାଟେରିଆଲରେ ତିଆରି କରାଯାଇଥିଲା। ଏହା ପ୍ରିୟଙ୍କାଙ୍କ କର୍ବସ୍‌କୁ ହାଇଲାଇଟ୍‌ କରୁଥିଲା।

ଏଥିସହିତ ଗୋଲ୍ଡେନ୍‌ ବ୍ୟାଗ୍‌ କ୍ୟାରି କରିଥିଲେ

ନିଜର ଏହି ବ୍ଲାକ୍‌ ଡ୍ରେସ୍‌କୁ ପ୍ରିୟଙ୍କା ବ୍ଲାକ୍‌ କଲରର ପେନ୍‌ସିଲ୍‌ ହିଲ୍‌, ଗୋଲ୍ଡେନ୍‌ ରଙ୍ଗର ଡିଜାଇନର ବ୍ୟାଗ ଓ ଡିପ୍‌ ମେରୁନ୍‌ ରଙ୍ଗର ବୋଲ୍ଡ ଲିପ୍‌ଷ୍ଟିକ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏହି ବ୍ଲାକ୍‌ ଲୁକ୍‌ରେ ପ୍ରିୟଙ୍କା ବହୁତ ସେକ୍ସି ନଜର ଆସୁଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ