ବର୍ଷାଦିନେ ବ୍ରୋକୋଲି ପଟାଟୋ ସୁପ୍‌ର ମଜା ନିଅନ୍ତୁ


ଏବେ ବର୍ଷାଦିନ ଚାଲୁଛି। ବର୍ଷାରେ ବାହାରେ କିଛି ଖାଇବା ବଦଳରେ ଘରେ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ସୁପ୍‌ ତିଆରି କରି ପିଇବା ଏକ ଉତ୍ତମ ବିକଳ୍ପ ଅଟେ। ଏଠାରେ ଘରେ କିଭଳି ଭାବେ ସୁପ୍‌ ତିଆରି କରିବେ ତାହାର ସୂଚନା ଦିଆଯାଇଛି। ରାତ୍ରି ଭୋଜନ ପୂର୍ବରୁ ଭୋକ ମେଣ୍ଟାଇବା ଲାଗି ସୁପ୍‌ଠାରୁ ଉତ୍ତମ ବିକଳ୍ପ କିଛି ହୋଇ ନ ପାରେ। ତେବେ ଚାଲନ୍ତୁ ଜାଣିବା ମେସ୍‌ଡ ବ୍ରୋକୋଲି ଆଳୁ ସୁପ୍‌ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୪ଟା ସିଝା ଆଳୁ, ୧ ଚାମଚ ଗୋଲମରିଚ ଗୁଣ୍ଡ, ୨କପ୍‌ ପାଣି, ୨ କପ୍‌ ବ୍ରୋକୋଲି, ୪ କପ୍‌ ଭେଜିଟେବଲ ଷ୍ଟକ୍‌, ସ୍ବାଦାନୁସାରେ ଲୁଣ, ୧ ଟେବଲ୍‌ସ୍ପୁନ୍‌ କ୍ରୀମ୍‌, ୨ ଖଣ୍ଡ ଫ୍ରାଏଡ୍‌ ବ୍ରେଡ୍‌।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସୁପ୍‌କୁ ତିଆରି କରିବା ଲାଗି ଆଳୁର ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ। ବ୍ରୋକୋଲିକୁ ମଧ୍ୟ ଛୋଟ ଛୋଟ କରି କାଟି ଅଲଗା ରଖନ୍ତୁ। ଏକ ପ୍ୟାନ୍‌ରେ ପାଣି ଓ ଭେଜିଟେବଲ୍‌ ଷ୍ଟକ୍‌ ମିଶାଇ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ। ଏହା ଭଲ ଭାବେ ଫୁଟିଗଲା ପରେ ଆଳୁ ପକାନ୍ତୁ। ଆଳୁ ଭଲ ଭାବେ ସିଝିଗଲା ପରେ ବ୍ରୋକୋଲି ପକାନ୍ତୁ। ଏଥିସହିତ ଗୋଲମରିଚ ଗୁଣ୍ଡ ଓ ଲୁଣ ମଧ୍ୟ ପକାନ୍ତୁ। ଏହାକୁ ସ୍ପୁନ୍‌ରେ ମାଶ୍‌ କରନ୍ତୁ। ପରିବାଗୁଡ଼ିକ ଗାଢ଼ ହେବା ଯାଏ ଅପେକ୍ଷା କରନ୍ତୁ। ଏହା ଗାଢ଼ ହୋଇଗଲା ପରେ ଗ୍ୟାସ୍‌ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ନର୍ମାଲ ତାପମାତ୍ରାକୁ ଆସିବା ପରେ ସୁପ୍‌କୁ ଗିନାକୁ ବାହାର କରି ଏହା ଉପରେ ଗୋଲମରିଚ ଗୁଣ୍ଡ ଓ କ୍ରୀମ୍‌ରେ ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ବ୍ରୋକୋଲି ପଟାଟୋ ସୁପ୍‌। ଆପଣ ଚାହିଲେ ବ୍ରେଡ୍‌ ସହିତ ମେନ୍‌ କୋର୍ସ ଭାବେ ଏହାକୁ ଖାଇ ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ