ନାଇଟ୍‌ ଶିଫ୍ଟରେ କାର୍ଯ୍ୟରତ ମହିଳାଙ୍କ ଶୀଘ୍ର ହୋଇଯାଏ ମେନୋପୋଜ୍‌


ହ୍ୟୁମାନ୍‌ ରିପ୍ରଡକ୍ସନ୍‌ ଜର୍ଣ୍ଣାଲରେ ପ୍ରକାଶିତ ଏକ ଗବେଷଣା ଫଳାଫଳ ଅନୁସାରେ ରାତି ଶିଫ୍ଟରେ କାମ କରୁଥିବା ମହିଳାମାନଙ୍କର ଉପଯୁକ୍ତ ବୟସ ପୂର୍ବରୁ ମେନୋପୋଜ୍‌ ହୋଇପାରେ। ଡେଲି ମେଲ୍‌ରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ମହିଳାମାନେ ୨୦ ମାସ ଯାଏ ରାତି ଶିଫ୍ଟରେ କାମ କରିଥିଲେ, ସେମାନଙ୍କଠାରେ ଶୀଘ୍ର ମେନୋପୋଜ୍‌ ଆଶଙ୍କା ବଢ଼ିଯାଇଥିଲା। ସେହିପରି ଯେଉଁ ମହିଳାମାନେ ୨୦ ବର୍ଷରୁ ଅଧିକ ସମୟ ଯାଏ ନାଇଟ୍‌ ଶିଫ୍ଟରେ କାମ କରିଥିଲେ, ସେମାନଙ୍କଠାରେ ମେନୋପୋଜ୍‌ ହେବା ଆଶଙ୍କା ବହୁତ ମାତ୍ରାରେ ବଢ଼ି ଯାଇଥିଲା।

୯ ପ୍ରତିଶତ ବଢ଼ିଯାଏ ଆଶଙ୍କା

ରାତି ଶିପ୍ଟରେ କାମ କରିବା ଉଭୟ ମହିଳା ଓ ପୁରୁଷଙ୍କ ପାଇଁ କ୍ଷତିକାରକ ହୋଇପାରେ। ସ୍ମରଣଶକ୍ତି ହ୍ରାସ ପାଇବାଠାରୁ ଆରମ୍ଭ କରି ହାଡ଼ ଜନିତ ସମସ୍ୟା ଭଳି ଅନେକ ସମସ୍ୟାରେ ଏମାନେ ପଡ଼ିପାରନ୍ତି। କିନ୍ତୁ ଡେଲି ମେଲ୍‌ ପ୍ରକାଶିତ ଗବେଷଣା ଫଳାଫଳ ଅନୁସାରେ ଯେଉଁ ମହିଳାମାନେ ୨୦ ମାସ ଯାଏ ରାତି ଶିଫ୍ଟରେ କାମ କରୁଥିଲେ, ସେମାନଙ୍କର ମେନୋପୋଜ୍‌ ଆଶଙ୍କା ୯ ପ୍ରତିଶତ ଯାଏ ବଢ଼ି ଯାଇଥିଲା। ସେହିପରି ଯେଉଁ ମହିଳାମାନେ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନାଇଟ୍‌ ଶିଫ୍ଟରେ କାମ କରୁଥିଲେ, ସେମାନଙ୍କଠାରେ ମେନୋପୋଜ୍‌ ଆଶଙ୍କା ୭୩ ପ୍ରତିଶତ ଯାଏ ବଢ଼ି ଥିବା ଦେଖାଯାଇଥିଲା। ଏହି ଗବେଷଣାର ମୁଖ୍ୟ ଗବେଷକ ଡେଭିଡ୍‌ ଷ୍ଟକ୍‌ କହିଛନ୍ତି ଯେ ଯେଉଁ ମହିଳାମାନଙ୍କର ୪୫ ବର୍ଷ ପୂର୍ବରୁ ମେନୋପୋଜ୍‌ ହୋଇଯାଇଥିଲା, ଏହାର ପ୍ରମୁଖ କାରଣ ରାତି ଶିଫ୍ଟରେ କାମ କରିବା ଥିଲା। ଏହା ଉପରେ ଆହୁରି ଅଧିକ ଗବେଷଣା ହେବା ଦରକାର ବୋଲି ଡେଭିଡ୍‌ କହିଛନ୍ତି।

ରାତିରେ ଚାପଯୁକ୍ତ ହର୍ମୋନ୍‌ ଆକ୍ଟିଭ୍‌ ରହିଥାଏ
ହ୍ୟୁମାନ୍‌ ରିପ୍ରଡକ୍ସନ୍‌ ଜର୍ଣ୍ଣାଲରେ ପ୍ରକାଶିତ ଏହି ଗବେଷଣା ଫଳାଫଳ ଅନୁସାରେ ଦିନ ତୁଳନାରେ ରାତିରେ ଚାପ ସୃଷ୍ଟି କରୁଥିବା ହର୍ମୋନ ଅଧିକ ଆକ୍ଟିଭ୍‌ ରହିଥାଏ। ଯାହାଫଳରେ ଛୋଟ ଛୋଟ ଜିନିଷରେ ଆପଣ ଚାପରେ ପଡ଼ିପାରନ୍ତି। ଚାପ କାରଣରୁ ସେକ୍ସ ହର୍ମୋନ୍‌ ଏଷ୍ଟ୍ରୋଜନ୍‌ ସୃଷ୍ଟି ହେବାରେ ବାଧା ଆସିଥାଏ, ଯାହା ମେନୋପୋଜ୍‌ର କାରଣ ପାଲଟିପାରେ। ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ରାତିରେ କାମ କରୁଥିବା ମହିଳମାନେ ଓଭ୍ୟୁଲେସନ୍‌କୁ ମଧ୍ୟ ରୋକିଥାଏ। ଯଦି ଆପଣ ଦିନ ଶିଫ୍ଟରେ କାମ କରୁଛନ୍ତି, ତେବେ ଆପଣଙ୍କ ମେନୋପୋଜ୍‌ ଚାରିରୁ ପାଞ୍ଚ ବର୍ଷ ବଢ଼ିଯାଏ। ଏହି ଗବେଷଣା ୮୦ ହଜାରରୁ ଅଧିକ ନର୍ସଙ୍କ ଉପରେ କରାଯାଇଥିଲା। ଏହି ଗବେଷଣାରେ ୨୨ ବର୍ଷରୁ ଅଧିକ ସମୟ ଶିଫ୍ଟରେ କାମ କରୁଥିବା ମହିଳା ନର୍ସଙ୍କୁ ସାମିଲ୍‌ କରାଯାଇଥିଲା।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ କ୍ଷତିକାରକ
ଯେଉଁ ମହିଳାମାନେ ରାତି ଶିଫ୍ଟରେ କାମ କରୁଛନ୍ତି, ସେମାନଙ୍କର ଓଷ୍ଟିଓପୋରୋସିସ୍‌ ଓ ସ୍ମରଣ ଶକ୍ତି ସମସ୍ୟା ହେବାରେ ଲାଗେ। ଡାକ୍ତର ସଞ୍ଜୟ ମହାଜନଙ୍କ କହିବାନୁସାରେ ନିଦ ଆମର ବାୟୋଲୋଜିକାଲ ସାଇକଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଏବଂ ଏହାର ଅନିୟମିତତା କାରଣରୁ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟା ହୋଇପାରେ। ଅନିୟମିତ ନିଦ ଓ ଅଧା ନିଦର ଅନେକ କାରଣ ହୋଇପାରେ। ଏହି କାରଣରୁ ନାଇଟ୍‌ ଶିଫ୍ଟରେ କାମ କରିବା ଏକ ବଡ଼ କାରଣ। ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ନାଇଟ୍‌ ଶିଫ୍ଟରେ କାମ କରିବା ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ କ୍ଷତି ପହଞ୍ଚାଏ। ଅନ୍ୟ ଏକ ଗବେଷଣାରୁ ଜଣାପଡ଼ିଛି ଯେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ବ୍ରେନ୍‌ ପରଫରମାନ୍ସ ଉପରେ ସିର୍କାଡିଆନୋ ପ୍ରଭାବ (୨୪ ଘଣ୍ଟାର ଜୈବିକ ଚକ୍ର) ଏତେ ଅଧିକ ମାତ୍ରାରେ ହୋଇଥାଏ ଯେ ନାଇଟ୍‌ ଶିପ୍ଟ ପୂରା ହେବା ପରେ ସେମାନେ ମାତ୍ରାଧିକ ଦୁର୍ବଳ ଅନୁଭବ କରିଥାନ୍ତି। କମ୍‌ ନିଦ କାରଣରୁ ଧ୍ୟାନ ଲଗାଇବାରେ ମଧ୍ୟ ସମସ୍ୟା ହୋଇଥାଏ ବୋଲି ଗବେଷଣାରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।