ପୁଣି ବିବାହ କରିବେ କାମ୍ୟା


ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଦ୍ବିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଟିଭି ସିରିଅଲ ‘ଶକ୍ତି: ଅସ୍ତିତ୍ବ କେ ଏହସାସ’ରେ ପ୍ରୀତୋ ଚରିତ୍ରରେ ଅଭିନୟ କରୁଥିବା କାମ୍ୟା ଦିଲ୍ଲୀରେ ରହୁଥିବା ଶଲଭ ଡାଙ୍ଗଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଶଲଭ ହେଲ୍‌ଥକେୟାର ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ। କାମ୍ୟା ନିଜର ଏକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଶଲଭଙ୍କ ସହିତ ସାକ୍ଷାତ କରିଥିଲେ। ଏହାପରେ ଉଭୟ ପରସ୍ପରର ନିକଟତର ହେବାରେ ଲାଗିଥିଲେ। ଏହି ଲଭ୍‌ ବାର୍ଡ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ବଣ୍ଟି ନେଗି ନାମକ ଜଣେ ବିଜ୍‌ନେସ୍‌ମ୍ୟାନ୍‌ଙ୍କୁ କାମ୍ୟା ବିବାହ କରିଥିଲେ। କିନ୍ତୁ ୨୦୧୩ରେ ଏହି ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା।

ମିଡିଆକୁ ସାକ୍ଷାତକାର ଦେଇ କାମ୍ୟା କହିଛନ୍ତି ଯେ ଆସନ୍ତା ବର୍ଷ ଏହି ସମୟ ଆଡ଼କୁ ସେ ଜଣେ ବିବାହିତ ମହିଳା ହୋଇ ସାରିଥିବେ। ସେ ଫେବ୍ରୁଆରୀରେ ଶଲଭଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ସାକ୍ଷାତର ଏକ ମାସ ପରେ ଶଲଭ ତାଙ୍କୁ ପ୍ରପୋଜ କରିଥିଲେ। ଦ୍ବିତୀୟ ଥର ବିବାହ କରିବା ନିଷ୍ପତ୍ତି ନେବା ତାଙ୍କ ପାଇଁ ସହଜ ନ ଥିଲା ବୋଲି କାମ୍ୟା କହିଛନ୍ତି। କାମ୍ୟା ଆହୁରି ମଧ୍ୟ କହିଛନ୍ତି ଯେ ପୁଣିଥରେ ବିବାହ କରିବା ତାଙ୍କ ପାଇଁ ବହୁତ ବଡ଼ ନିଷ୍ପତ୍ତି ଥିଲା। ଏ ସମ୍ପର୍କରେ ସେ ବହୁତ ଚିନ୍ତା କରିଥିଲେ। ଗୋଟିଏ ବିବାହ ଓ ଅନେକ ଥର ହୃଦୟ ଭାଙ୍ଗିବା ପରେ ତାଙ୍କ ପାଇଁ ପ୍ରେମର ପରିଭାଷା ପୂରା ବଦଳି ଯାଇଥିଲା। ଏପରିକି ଏମିତି ଏକ ସମୟ ଆସିଥିଲା, ଯେଉଁ ସମୟରେ ସେ ବିବାହର ପୂରା ବିରୋଧୀ ହୋଇଯାଇଥିଲେ। କିନ୍ତୁ ଶଲଭ ପୁଣିଥରେ ତାଙ୍କ ମନରେ ପ୍ରେମ ଓ ବିବାହ ପ୍ରତି ବିଶ୍ବାସ ସୃଷ୍ଟି କଲେ। ସେ ଏବେ ପୁଣିଥରେ ୧୬ ବର୍ଷର ଝିଅ ଭଳି ହୋଇ ଯାଇଛନ୍ତି, ଯିଏ ପୂରା ପ୍ରେମରେ ପଡ଼ି ଯାଇଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ବିବାହ କରିବାକୁ ଯୋଜନା କରୁଥିବା କାମ୍ୟା ଆସନ୍ତା ମାସରେ ଶଲଭଙ୍କ ସହ ଦୁବାଇରେ ଛୁଟି କଟାଇବାକୁ ପ୍ରସ୍ତୁତ ହେଉଛନ୍ତି। କାମ୍ୟାଙ୍କର ୯ ବର୍ଷର ଜଣେ ଝିଅ ଓ ଶଲଭଙ୍କର ୧୦ ବର୍ଷର ପୁଅ ଈଶାନ ମଧ୍ୟ ଅଛନ୍ତି। ସେମାନେ ନିଜର ନୂଆ ପରିବାରକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ବୋଲି କାମ୍ୟା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ