ପ୍ରଭାସଙ୍କ କ୍ରେଜ୍‌: ସାକ୍ଷାତ କରିବା ଜିଦ୍‌ରେ ପ୍ରଶଂସକଙ୍କ ଆତ୍ମହତ୍ୟା ଧମକ


‘ବାହୁବଲୀ’ ଅଭିନେତା ପ୍ରଭାସଙ୍କୁ ନେଇ ପ୍ରଶଂସକଙ୍କ ଦୀୱାନଗୀ ଅନେକ ଥର ଦେଖିବାକୁ ମିଳିଥାଏ। ଏବେ ତେଲଙ୍ଗାନାର ଜଙ୍ଗମରେ ପ୍ରଭାସଙ୍କ ଜଣେ ଡାଇ ହାର୍ଡ ପ୍ରଶଂସକ ବୁଧବାର ଏପରି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ପ୍ରଭାସଙ୍କୁ ଦେଖା ହେବା ଜିଦ୍‌ ଧରି ଏହି ପ୍ରଶଂସକ ମୋବାଇଲ୍‌ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି।

ସୋସାଲ ମିଡିଆରେ ପ୍ରଭାସଙ୍କ ଏହି ପାଗଳ ପ୍ରଶଂସକ ମୋବାଇଲ୍‌ ଟାୱାର ଉପରେ ଚଢ଼ିଥିବା ଫଟୋ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ମୁତବକ ପ୍ରଭାସଙ୍କ ପ୍ରଶଂସକ ଜଣକ ମୋବାଇଲ୍‌ ଟାୱାର ଉପରେ ଚଢ଼ି ସେଠାରୁ ଡେଇଁବାକୁ ଧମକ ଦେଇଥିଲେ। ଯଦି ପ୍ରଭାସଙ୍କ ସହ ମିଟିଂ ଆରେଞ୍ଜ କରା ନ ଯାଏ, ତେବେ ସେଠାରୁ ଡେଇଁ ପଡ଼ିବେ ବୋଲି କହିଥିଲେ। ପୋଲିସ ଓ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଶଂସକ ଜଣକ ତଳକୁ ଆସିବାକୁ ମନା କରି ଦେଇଥିଲେ। ତେବେ ଘଟଣାକୁ କିପରି ହ୍ୟାଣ୍ଡଲ କରାଗଲା, ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପ୍ରଭାସଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି କି ନାହିଁ, ତାହା ମଧ୍ୟ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ ଯେ ‘ବାହୁବଲୀ’ ସିନେମାରେ ଅଭିନୟ କରିବା ପରଠାରୁ ପ୍ରଭାସଙ୍କ ଫ୍ୟାନ୍‌ଡମ୍‌ ବଢ଼ିବାରେ ଲାଗିଛି। ସାରା ଭାରତରେ ତାଙ୍କୁ ସମସ୍ତେ ଭଲ ପାଇବା ସହ ପସନ୍ଦ ମଧ୍ୟ କରୁଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ପ୍ରଭାସଙ୍କ ‘ସାହୋ’ ସିନେମା ମାତ୍ର ୧୦ ଦିନରେ ବକ୍ସ ଅଫିସ୍‌ରେ ୫୪୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଲାଣି। ପ୍ରଭାସ ତାଙ୍କ ଆଗାମୀ ପ୍ରୋଜେକ୍ଟ ରାଧା କୃଷ୍ଣ କୁମାରଙ୍କ ସହ କରିବାକୁ ଯାଉଛନ୍ତି। ଏଥିରେ ପୂଜା ହେଗ୍‌ଡେ ଫିମେଲ୍‌ ଲିଡ୍‌ରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମଟି ୧୯୭୦ ମସିହାର ଲଣ୍ଡନର ପୃଷ୍ଠଭୂମିରେ ପରିକଳ୍ପନା କରାଯାଇଛି ବୋଲି ଜଣାପଡ଼ିଛି। ଏହି ରୋମାଣ୍ଟିକ୍‌ ଡ୍ରାମା ସିନେମା ୨୦୨୦ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ