ଡାଏଟ୍‌ରେ ସାମିଲ୍‌ କରନ୍ତୁ ରେନ୍‌ବୋ ଫୁଡ୍‌


ୱାର୍ଲ୍ଡ ନ୍ୟୁଟ୍ରିସନ୍‌ ୱିକ୍‌ ପ୍ରତ୍ୟେକ ବର୍ଷ ୧ରୁ ୭ ସେପ୍ଟେମ୍ବର ଯାଏ ପାଳନ କରାଯାଏ। ପୋଷକତତ୍ତ୍ବରେ ପରିପୂର୍ଣ୍ଣ ଖାଦ୍ୟ ଖାଇବା ପ୍ରତି ସଚେତନତା ସୃଷ୍ଟି କରିବା ଲାଗି ଏହି ୱିକ୍‌ ପାଳନ କରାଯାଏ। ପୋଷକତ୍ତ୍ବର ମୁଖ୍ୟ ଉତ୍ସ ଖାଦ୍ୟପେୟ ମଧ୍ୟରେ ଲୁଚି ରହିଛି। ଭିଟାମିନ୍‌ ଓ ପୋଷକତତ୍ତ୍ବରେ ଭରପୂର ଭୋଜନ ପାଇଁ ଖାଦ୍ୟରେ ଏଭଳି ଜିନିଷ ସାମିଲ୍‌ କରିବାକୁ ପଡ଼ିଥାଏ, ଯାହା ଆପଣଙ୍କୁ ପସନ୍ଦ ନୁହେଁ। ଆପଣଙ୍କୁ ନିଜ ଖାଦ୍ୟରେ ୭ ରଙ୍ଗର ଆହାର ସାମିଲ୍‌ କରିବା ଉଚିତ। ଏହା ଆପଣଙ୍କୁ ସ୍ବାସ୍ଥ୍ୟକର ରଖିବ। ଏହି ଖାଦ୍ୟକୁ ଇନ୍ଦ୍ରଧନୁ ବା ରେନ୍‌ବୋ ଫୁଡ୍‌ ବୋଲି କୁହାଯାଏ।

ସବୁଜ ରଙ୍ଗ
ଖାଦ୍ୟରେ ସବୁଜ ରଙ୍ଗର ଶାଗଜାତୀୟ ପନିପରିବା ନିହାତି ସାମିଲ୍‌ କରନ୍ତି। ଏହାଦ୍ବାରା ଆପଣଙ୍କୁ ଭରପୂର ଶକ୍ତି ମିଳିବ। ଏହି ରଙ୍ଗର ପନିପରିବାରେ ଭିଟାମିନ୍‌, ପୋଟାସିୟମ, ଆଣ୍ଟିଅକ୍ସିଡାଣ୍ଟ ସହିତ ଆଇରନ୍‌ ମଧ୍ୟ ରହିଛି। ସବୁଜ ପନିପରିବା ଆଖି ପାଇଁ ମଧ୍ୟ ଉତ୍ତମ ଓ ଏହା ଲିଭରକୁ ମଧ୍ୟ ସୁସ୍ଥ ରଖେ।

ଲାଲ୍‌ ରଙ୍ଗ
ଲାଲ୍‌ ରଙ୍ଗର ଫଳ ଓ ପନିପରିବା ମଧ୍ୟରେ ଟମାଟୋ, ତରଭୁଜ, ଷ୍ଟ୍ରବେରୀ, ଡାଳିମ୍ବ, ସେଓ ଆଦି ସାମିଲ୍‌ ରହିଛି। ଏଥିରେ ଥିବା ଗୁଣ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିବା ସହିତ ହୃତ୍‌ପିଣ୍ଡକୁ ସୁରକ୍ଷିତ ରଖିଥାଏ। ଏଭଳି ଖାଦ୍ୟରେ ଲାଇକୋପିନ୍‌, ଫାଇଟୋକେମିକାଲ ଓ ଆଣ୍ଟି-ଇନ୍‌ଫ୍ଲେମେଟୋରି ଗୁଣ ରହିଛି।

ବାଇଗଣୀ ରଙ୍ଗ
ବାଇଗଣୀ ରଙ୍ଗର ଖାଦ୍ୟ ପଦାର୍ଥରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ପିଲାଙ୍କ ଖାଦ୍ୟରେ ଏହା ନିହାତି ଭାବେ ସାମିଲ୍‌ କରିବା ଉଚିତ। ଜାମୁକୋଳି, ଅଙ୍ଗୁର, ବାଇଗଣ, ବେରିଜ୍‌ ଭଳି ଫଳ ଓ ପନିପରିବା ଡାଏଟ୍‌ରେ ସାମିଲ୍‌ କରନ୍ତୁ। ଏହାଦ୍ବାରା ପିଲାଙ୍କ ବୟସ ଅନୁସାରେ ଓଜନ ମଧ୍ୟ ବଢ଼ିଥାଏ। ଏହା ପିଲାଙ୍କ ମସ୍ତିଷ୍କକୁ ମଧ୍ୟ ତେଜ୍‌ କରେ।

କଳା ରଙ୍ଗ
କିଡ୍‌ନୀକୁ ସୁସ୍ଥ ରଖିବା ଲାଗି କଳା ରଙ୍ଗା ଖାଦ୍ୟ ପଦାର୍ଥର ମହତ୍ତ୍ବ ରହିଛି। ଏଥିପାଇଁ ଡ୍ରାଏ ଗ୍ରେପ୍‌ ଓ ବ୍ଲାକ୍‌ ଅଲିଭ୍‌ ଭଳି ଖାଦ୍ୟ ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ।

ଧଳା ରଙ୍ଗ
ସବୁଠାରୁ ଅଧିକ ପୋଷକତତ୍ତ୍ବ ଧଳା ରଙ୍ଗର ଖାଦ୍ୟରେ ରହିଛି। ଦୁଗ୍ଧ ଜାତୀୟ ଉତ୍ପାଦ, ଆଳୁ, ଭାତ, ପନୀର, ମଶ୍‌ରୁମ୍‌, କୋବି, ରସୁଣ ଆଦି ନିଜ ଡାଏଟ୍‌ର ସାମିଲ୍‌ କରନ୍ତୁ। ଜବରଦସ୍ତ ଫାଇଦା ମିଳିବ।

ନାରଙ୍ଗୀ ରଙ୍ଗ
ନାରଙ୍ଗୀ ରଙ୍ଗର ଖାଦ୍ୟ ପଦାର୍ଥରେ ଭିଟାମିନ୍‌ ସି’ ଭରପୂର ମାତ୍ରାରେ ରହିଛି। ରୋଗ ପ୍ରତିରୋଧକ ଶକ୍ତି ପାଇଁ ଏହା ବରଦାନ ସଦୃଶ। ଏହି ରଙ୍ଗର ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ, ଲାଇକୋପିନ୍‌, ପୋଟାସିୟମ ରହିଛି। ଏହା ହଜମ କ୍ରିୟା ଓ ହୃତ୍‌ପିଣ୍ଡକୁ ମଜ୍‌ବୁତ କରିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ