ପାକିସ୍ତାନକୁ ଅର୍ଶଦଙ୍କ ତାଚ୍ଛଲ୍ୟ: ରକେଟ୍‌ ଲଞ୍ଚ ଭିଡ଼ିଓ ଭାଇରାଲ


ବଲିଉଡ୍ ଅଭିନେତା ଅର୍ଶଦ ୱର୍ଶୀଙ୍କ ଏପରି ଏକ ଭିଡ଼ିଓ ଶେୟାର କରିଛନ୍ତି, ଯାହା ଏବେ ଜୋର୍‌ଦାର ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଅର୍ଶଦ ପାକିସ୍ତାନକୁ ବଡ଼ ଅଜବ ଅନ୍ଦାଜରେ ଥଟ୍ଟା କରିଥିବା ଦେଖିବାକୁ ମିଳିଛି। ଏବେ ଏହି ଭିଡ଼ିଓ ସୋସାଲ ମିଡିଆରେ ଛାଇ ଯାଇଛି। ଏହି ମଜାଦାର ଭିଡ଼ିଓ ଦେଖି ଆପଣଙ୍କ ହସ ରୋକିବ ନାହିଁ, ଏହା ନିଶ୍ଚିତ। ପାକିସ୍ତାନ ଲୋକେ ଏବେ ଭାରତର ‘ଚନ୍ଦ୍ରାୟନ ୨’କୁ ନେଇ ଭାରତ ସମ୍ପର୍କରେ ମିଛ ପ୍ରଚାର ଓ ପ୍ରସାର କରୁଥିବାବେଳେ ଅର୍ଶଦ ପାକିସ୍ତାନର ରକେଟ୍‌ ଲଞ୍ଚ ଭିଡ଼ିଓ ଶେୟାର କରି ମଜା ନେଉଛନ୍ତି।

ଟ୍ବିଟରରେ ଅର୍ଶଦ ଶେୟାର କରିଥିବା ଭିଡ଼ିଓ ‘ଚନ୍ଦ୍ରାୟନ ୨’ ସହିତ ସମ୍ବନ୍ଧିତ ଅଟେ, ଯେଉଁଥିରେ ପାକିସ୍ତାନକୁ ଜବରଦସ୍ତ ପରିହାସ କରାଯାଉଛି। ଏହି ଭିଡ଼ିଓରେ କେତେକ ଲୋକେ ମିଶି ରକେଟ୍‌ ଡିଜାଇନ୍‌ର ଏକ ବେଲୁନ୍‌କୁ ହାୱା ଭରି ଉଡ଼ାଉଥିବା ଦେଖିବାକୁ ମିଳୁଛି। ଯଦିଓ କେତେକ ଲୋକେ ଏହି ଭିଡ଼ିଓକୁ ପାକିସ୍ତାନର କହୁଥିବାବେଳେ ଆଉ କେତେକ ବାଂଲାଦେଶର ବୋଲି କହୁଛନ୍ତି। କିନ୍ତୁ ଅର୍ଶଦ ଏହି ଭିଡ଼ିଓ ଶେୟାର କରି ଲେଖିଛନ୍ତି ଯେ ପାକିସ୍ତାନ ବି ରକେଟ୍‌ ଲଞ୍ଚ କରିପାରେ ବୋଲି ତାଙ୍କର ଆଦୌ ଆଇଡିଆ ନ ଥିଲା। ଏବେ ଟ୍ବିଟର ୟୁଜର୍ସ ଅର୍ଶଦଙ୍କ ଏହି ଭିଡ଼ିଓ ଉପରେ ମଜାଦାର କମେଣ୍ଟମାନ କରିବାରେ ଲାଗିଛନ୍ତି।

ସୂଚନାଯୋଗ୍ୟ ଯେ ଅର୍ଶଦ ଖୁବ୍‌ଶୀଘ୍ର ‘ପାଗଲପନ୍ତୀ’ରେ ନଜର ଆସିବେ। ଏହି ସିନେମାରେ ଅନୀଲ କପୁର, ଜନ୍‌ ଆବ୍ରାହମ, ଇଲିଆନା ଡି’କ୍ରୁଜ୍‌ ଓ କୃତି ଖରବନ୍ଦାଙ୍କ ଭଳି କଳାକାର ଅଭିନୟ କରୁଛନ୍ତି। ଏହାବ୍ୟତୀତ ସେ ‘ମୁମ୍ବାଇ ସାଗା’ ସିନେମାରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଜନ୍‌ ଆବ୍ରାହମ, ସୁନୀଲ ଶେଟ୍ଟୀ ଓ ଇମ୍ରାନ ହାସମୀ ମଧ୍ୟ ଅଭିନୟ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ