ଏଇ ହ୍ୟାଣ୍ଡସମ୍‌ ହଙ୍କଙ୍କୁ ଡେଟ୍‌ କରୁଛନ୍ତି ଟାଇଗରଙ୍କ ଭଉଣୀ


ବଲିଉଡ୍‌ ଆକ୍ସନ୍‌ ହିରୋ ଟାଇଗର ଶ୍ରଫଙ୍କ ଭଉଣୀ ତଥା ଜ୍ୟାକି ଶ୍ରଫଙ୍କ ଝିଅ କୃଷ୍ଣା ଶ୍ରଫ ଏବେ ପ୍ରେମରେ ଉବୁଟୁବୁ ହେଉଛନ୍ତି। ଏହି ଖବର ଆଉ କିଏ ନୁହେଁ, ନିଜେ କୃଷ୍ଣା ସୋସାଲ ମିଡିଆ ଆକାଉଣ୍ଟରେ ପ୍ରଚାର କରୁଛନ୍ତି। କୃଷ୍ଣା ଓ ତାଙ୍କ ହ୍ୟାଣ୍ଡସମ୍‌ ବୟଫ୍ରେଣ୍ଡଙ୍କ ଖୁବ୍‌ ରୋମାଣ୍ଟିକ୍‌ ଫଟୋ ସୋସାଲ ମିଡିଆରେ ଶେୟାର କରିଛନ୍ତି।

ଏହି ଫଟୋରୁ ଜଣାପଡ଼ୁଛି କୃଷ୍ଣା ଏବେ ଲୋକପ୍ରିୟ ପ୍ରଫେସନାଲ ବାସ୍କେଟ୍‌ବଲ୍‌ ଖେଳାଳିଙ୍କୁ ଡେଟ୍‌ କରୁଛନ୍ତି। ଏହି ହ୍ୟାଣ୍ଡସମ୍‌ ହଙ୍କଙ୍କ ନାମ ଇବନ ହ୍ୟାମ୍‌ସ। ଇବନ କେବଳ କୃଷ୍ଣାଙ୍କ ନୁହେଁ, ଟାଇଗରଙ୍କ ମଧ୍ୟ ଜଣେ ଉତ୍ତମ ବନ୍ଧୁ। ଏବେ ସୋସାଲ ମିଡିଆରେ ଏହି ଲଭ୍‌ ବାର୍ଡ କୃଷ୍ଣା ଓ ଇବନଙ୍କ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କିଛି ଦିନ ତଳେ କୃଷ୍ଣା ନିଜ ବୟଫ୍ରେଣ୍ଡଙ୍କ ସମ୍ପର୍କରେ ସୋସାଲ ମିଡିଆରେ ସୂଚନା ଦେଇଥିଲେ। କିନ୍ତୁ ଔପଚାରିକ ଭାବେ ତାଙ୍କ ନାମ ନେଇ ନ ଥିଲେ। ତେବେ ଏହି ଫଟୋ ଶେୟାର କରିବା ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି। ଏହି ଫଟୋରେ କୃଷ୍ଣା ଓ ଇବନ ଖୁବ୍‌ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ