ଝାରସୁଗୁଡ଼ାରୁ ଆଉ ୨ ସହରକୁ ଉଡ଼ିବ ବିମାନ


ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ଆଉ ୨ଟି ସହରକୁ ଉଡ଼ିବ ବିମାନ ବନ୍ଦର। ଏଠାରୁ କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରିବ। ଏ ନେଇ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ବୁଧବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚନ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା। ଏହି ବୈଠକରେ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଛି। ମାତ୍ର କେବେଠାରୁ ଏବଂ କେଉଁ ସମୟରେ ଏହି ୨ଟି ବିମାନ ଉଡ଼ାଣ କରିବ ସେ ନେଇ ତାରିଖ ଓ ସମୟ ନିର୍ଦ୍ଧାରଣ କରାଯାଇ ନାହିଁ। ଆବଶ୍ୟକୀୟ ଭିତ୍ତିଭୂମି ପରେ ଖୁବ୍‌ଶୀଘ୍ର ବିମାନ ଚଳାଚଳ କରିବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ଝାରସୁଗୁଡ଼ାକୁ ୫ଟି ସହରରୁ ବିମାନ ଚଳାଚଳ କରୁଛି। ଏହି ବୈଠକରେ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ ରନଓ୍ବେ ଚଉଡ଼ା କରିବା କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଜୟପୁର ଏୟାରଷ୍ଟ୍ରିପ କାମ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର ସରିଥିବା ମୁଖ୍ୟ ଶାସନ ସଚିବ ତ୍ରିପାଠୀ ସୂଚନା ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ