ଚନ୍ଦ୍ରାବାବୁ ନାଇଡୁ ଏବଂ ତାଙ୍କ ପୁଅ ଗୃହବନ୍ଦୀ


ହାଇଦ୍ରାବାଦ‌: ଆନ୍ଧ୍ର ପ୍ରଦେଶର ସରକାରୀ ଦଳ ୱାଇଏସ୍‌ଆର୍‌ସିପି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମଧ୍ୟରେ ଏବେ କଡ଼ା ଟକ୍କର ଚାଲିଛି। ଏହା ଏବେ ଏକ ଭିନ୍ନ ମୋଡ଼ ନେବାକୁ ବସିଛି। ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରାବାବୁ ନାଇଡୁ ଏବଂ ତାଙ୍କ ପୁଅ ନାରା ଲୋକେଶଙ୍କୁ ବୁଧବାର ବିଜୟୱାଡ଼ା ନିକଟ ଉଣ୍ଡାବାଲ୍ଲିସ୍ଥିତ ତାଙ୍କ ଘରେ ନଜରବନ୍ଦୀ କରାଯାଇଛି।

ଜଣେ ଟିଡିପି ନେତାଙ୍କ ହତ୍ୟା ବିରୋଧରେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ‘ଚଲୋ ଆତ୍ମାକୁର’ ରାଲି ନିମନ୍ତେ ଆହ୍ବାନ ଦେଇଥିଲା। ଟିଡ଼ିପି ଗୁଣ୍ଟୁର୍‌ରେ ଏକ ମହା ରାଲି କରିବାକୁ ପ୍ରଶାସନଠାରୁ ଅନୁମତି ମାଗିଥିଲେ। କିନ୍ତୁ ପ୍ରଶାସନ ଅନୁମତି ମିଳି ନ ଥିଲା। ଏଥିସହିତ ବୁଧବାର ସକାଳେ ୮ଟାରେ ‘ଚଲୋ ଆତ୍କକୁର’ ଶୋଭଯାତ୍ରାରେ ବାହାରିଥିବା ବେଳେ ପୋଲିସ୍‌ ଉଭୟ ବାପ-ପୁଅକୁ ଅଟକାଇଥିଲା। ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତାଙ୍କୁ ନଜରବନ୍ଦୀ କରି ରଖିଛି। ଚନ୍ଦ୍ରାବାବୁ ଏବଂ ପୁଅ ନାରା ଲୋକେଶ ନିଜ ଘରେ ପୂର୍ବାହ୍ନ ୮ରୁ ରାତ୍ର ୮ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅନଶନ ଆରମ୍ଭ କରିଛନ୍ତି।  ନାଇଡୁଙ୍କ ଘର ବାହାରେ ଜମା ହୋଇଥିବା ଟିଡିପିର କେତେକ ସଦସ୍ୟ ଏହା ବିରୋଧରେ ପ୍ରତିବାଦ କରି ପୋଲିସ୍‌ ସହ ସଂଘର୍ଷ କରିଛନ୍ତି। ଶାସକ ୱାଇଏସ୍‌ଆର୍‌ସିପି ସ୍ୱେଚ୍ଛାଚାର ବିରୋଧରେ ଟିଡିପି ‘ଚଲୋ ଆତ୍ମାକୁର’ ପ୍ରତିବାଦ ଆୟୋଜନ କରିଛି। ଦଳ ଦାବି କରିଛି ଯେ ଗତ ତିନି ମାସ ହେବ ୱାଇଏସ୍‌ଆର୍‌ସିପିର ସମର୍ଥକମାନେ ତାଙ୍କର ବହୁ କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି। ତେବେ ଟଡିପିର ବହୁ ସମର୍ଥକଙ୍କୁ ପୋଲିସ୍‌ ଗିରଫ କରିଥିବା କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ