ଅଭାବନୀୟ: ଅସରାଏ ବର୍ଷାରେ ଭୁବନେଶ୍ବର ବିମାନବନ୍ଦର ସିଲିଂରୁ ଗଳୁଛି ପାଣି


ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦର ମାନ୍ୟତା ମିଳିଛି। ୨୦୧୮ ବର୍ଷରେ ଏହାମଧ୍ୟଦେଇ ସର୍ବାଧିକ ଯାତ୍ରୀ ଯାତ୍ରା କରିଥିବାରୁ ଏହି କୃତିତ୍ୱ ହାସଲ କରିଛି ବିମାନବନ୍ଦର। ସୁନା ଚାଲାଣ ନେଇ ବଦ୍‌ନାମ ମୁଣ୍ଡାଇ ଥିବା ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରେ ଏବେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିମାନବନ୍ଦରକୁ ଆନ୍ତର୍ଜାତୀୟ ମାନର କରିବାକୁ କୋଟି କୋଟି ଟଙ୍କ ଖର୍ଚ୍ଚ ହେଉଛି। ହେଲେ ଅସରାଏ ବର୍ଷାରେ ନୂଆ ଟର୍ମିନାଲ୍‌ ସିଲିଂର ଏକାଧିକ ସ୍ଥାନରୁ ପାଣି ଗଳି ବିମାନବନ୍ଦର ଭିତରେ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି।

ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ପାଖାପାଖି ରାତି ୯ଟା ବେଳେ ହୋଇଥିବା ବର୍ଷାରେ ନୂଆ ଟର୍ମିନାଲ୍‌ ସିଲିଂରୁ ବିଭିନ୍ନ ସ୍ଥାନରେ ପାଣି ଗଳି ଚାଲିଥିଲା। ଫଳରେ ବିମାନ ଯାତ୍ରା କରୁଥିବା ଯାତ୍ରୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  ପାଣି ଗଳୁଥିବା ସ୍ଥାନରେ ବିମାନବନ୍ଦର କର୍ତ୍ତୃପକ୍ଷ ବେଶ୍‌ ଖାମଖିଆଲି ଭାବେ ପ୍ଲାଷ୍ଟିକ୍‌ ବାଲ୍‌ଟିମାନ ଥୋଇ ନିଜ ଦାୟିତ୍ବ ମୁଣ୍ଡରୁ ଓହ୍ଲାଇ ଦେଇଥିବା ଭଳି ଆଚରଣ ମଧ୍ୟ ସାମ୍ନାକୁ ଆସିଛି। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲି ମନୋଭାବକୁ ନାପସନ୍ଦ କରିଛନ୍ତି ଯାତ୍ରୀ। ଅର୍ଥ ଖର୍ଚ୍ଚ କରି କମ୍‌ ସମୟ ବ୍ୟବଧାନରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବିମାନ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ବେଶ୍‌ କଷ୍ଟଦାୟକ ଓ ଅସନ୍ତୋଷର କାରଣ ପାଲଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ