ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ଉଦ୍ୟମ ଜାରି ରହିଛି: ଇସ୍ରୋ


ବେଙ୍ଗାଳୁରୁ: ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସ୍ଥାପନ ପାଇଁ ଇସ୍ରୋ ପକ୍ଷରୁ ଉଦ୍ୟମ ଜାରି ରହିଛି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବାର ୧୪ ଦିନ ଭିତରେ ଯଦି ଯୋଗାଯୋଗ ସମ୍ବବ ହୋଇପାରିଲା, ତାହେଲେ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି। ଏହା ମଧ୍ୟରେ ୪ ଦିନ ଅତିକ୍ରାନ୍ତ କରି ସାରିଥିଲା ବେଳେ ଇସ୍ରୋ ପକ୍ଷରୁ ଉଦ୍ୟମ ଜାରି ରହିଛି। ଉପଲବ୍ଧ ଜ୍ଞାନ କୌଶଳ ଭିତରେ ଯାହା ସମ୍ଭବ, ତାହା କରିବା ପାଇଁ ଇସ୍ରୋ ବୈଜ୍ଞାନିକ ମାନେ ଉଦ୍ୟମ ଜାରି ରଖିଛନ୍ତି ବୋଲି ଟ୍ବିଟ୍‌ ଜରିଆରେ ପ୍ରକାଶ କରାଯାଇଛି।

ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରି ନ ପାରିବା କାରଣରୁ ଇସ୍ରୋ ବୈଜ୍ଞାନିକ ନିରାଶ ହୋଇଛନ୍ତି। ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ଭାଙ୍ଗି ନାହିଁ, ଗୋଟିଏ ସ୍ଥାନରେ ସୁରକ୍ଷିତ ରହିଥିବା କୁହାଯାଇଛି। ମାତ୍ର ଏହା କେତେଦୂର କାର୍ଯ୍ୟକ୍ଷମ ହୋଇପାରିବ, ଏହାକୁ ନେଇ ସନ୍ଦେହ ଦୂର ହୋଇ ନାହିଁ। ପ୍ରତି ମୁହୂର୍ତ୍ତରେ ଯୋଗାଯୋଗ ପାଇଁ ବୈଜ୍ଞାନକମାନେ ଜ୍ଞାନ କୌଶଳର ପ୍ରୟୋଗ କରୁଛନ୍ତି।

ଯଦି ଇସ୍ରୋ ଲ୍ୟାଣ୍ଡର ସହ ଯୋଗାଯୋଗ କରିବାରେ ସଫଳ ହୁଏ, ତାହେଲେ ଭାରତ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ମୁନ୍‌ ମିଶନରେ ସଫଳତା ହାସଲ କରିବ। ପୂର୍ବରୁ ଆମେରିକା, ରୁଷିଆ ଓ ଚୀନ କୁ ଏପରି ସଫଳତା ମିଳି ସାରିଥିଲା ବେଳେ ଭାରତ ୪ର୍ଥ ରାଷ୍ଟ୍ର ଭାବେ ମୁନ ମିଶନକୁ ସଫଳ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ