କଂଗ୍ରେସକୁ ଗୁଡ୍‌ବାଏ କଲେ ଉର୍ମିଳା ମାତୋଣ୍ଡକର


ମୁମ୍ବାଇ: ମାତ୍ର ୬ ମାସରେ ରାଜନୀତିରେ ପ୍ରବେଶ କରି କଂଗ୍ରେସରେ ସାମିଲ ହୋଇଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ମୋହ ଭଗ୍ନ ହୋଇଛି। ସେ କଂଗ୍ରେସକୁ ଗୁଡବାଏ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ଉର୍ମିଳା ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଇସ୍ତଫା ପତ୍ରରେ ଉର୍ମିଳା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ଅନ୍ୟ ଦଳୀୟ ପଦ ଛାଡ଼ୁଥିବା ଦର୍ଶାଇଛନ୍ତି। ତାଙ୍କୁ କଂଗ୍ରେସ ଦଳରେ ସାମିଲ କରି ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଉର୍ମିଳା ଗତ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଥିଲା ବେଳେ ଉର୍ମିଳା ନିଜେ ମଧ୍ୟ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହେବାକୁ ଯାଉଥିଲା ବେଳେ ଉର୍ମିଳା ଦଳ ଛାଡ଼ିବା କଂଗ୍ରେସ ପାଇଁ ଆହ୍ବାନ ସୃଷ୍ଟି କରିଛି।

ମୁମ୍ବାଇ କଂଗ୍ରେସରେ ଅନ୍ତର୍ଦ୍ବନ୍ଦ୍ବ ପାଇଁ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ଦଳକୁ ସଂଗଠିତ କରି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ ହେବା ବଦଳରେ ଦଳୀୟ ପଦପଦବୀ ପାଇବା ପାଇଁ କେତେକ ନେତାଙ୍କ ମଧ୍ୟରେ ଲଢ଼େଇକୁ ସେ ଗ୍ରହଣ କରି ନ ପାରି ଦଳ ଛାଡ଼ିଥିବା କୁହାଯାଉଛି। ମାତ୍ର ସେ ତାଙ୍କ ବ୍ୟକ୍ତିଗତ ଚିନ୍ତାଧାରାକୁ ନେଇ ଲୋକଙ୍କ ସହ ରହିବେ ବୋଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ