ପ୍ରେମ ଓ ସଂଘର୍ଷର ଟ୍ରାଜିକ୍‌ ଫ୍ୟାମିଲି ଡ୍ରାମା ‘ଦ ସ୍କାଏ ଇଜ୍‌ ପିଙ୍କ୍‌’


ଦୀର୍ଘ ଦିନ ଯାଏ ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ‘ମାର୍ଗାରିଟା ୱିଥ୍‌ ଏ ଷ୍ଟ୍ର’ ଫେମ୍‌ ଫିଲ୍ମ ନିର୍ମାତା ସୋନାଲୀ ବୋଷଙ୍କ ଦ୍ବାରା ନିର୍ଦେଶିତ ଏହି ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ୧୧ ଅକ୍ଟୋବର ୨୦୧୯ରେ ବଡ଼ ପରଦାରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମର ଟ୍ରେଲର ଏତେ ମାତ୍ରାରେ ଦମ୍‌ଦାର ହୋଇଛି ଯେ ଏହା ରିଲିଜ୍‌ ହେବା ମାତ୍ରେ ଟ୍ବିଟରରେ ୱାର୍ଲ୍ଡୱାଇଡ୍‌ ଏହା ଟ୍ରେଣ୍ଡ କରିବାରେ ଲାଗିଛି।

ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଦୀର୍ଘ ୩ ବର୍ଷ  ପରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ଏହି ସିନେମାରେ ପ୍ରିୟଙ୍କାଙ୍କ ବ୍ୟତୀତ ଜାୟରା ୱସୀମ, ଫରହାନ ଅଖତର, ରୋହିତ ଶରଫ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ପୋଷ୍ଟର ସୋମବାରଠାରୁ ରିଲିଜ୍‌ ହୋଇଥିବାବେଳେ ମଙ୍ଗଳବାର ଏହାର ଟ୍ରେଲର ରିଲିଜ୍‌ ହୋଇଛି।

‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଟ୍ରେଲରରେ ରୋମାନ୍ସ, ଇମୋସନ୍ସ ଓ ଫ୍ୟାମିଲି ଲଭ୍‌ ଦେଖିବାକୁ ମିଳୁଛି। ଏହି ଫିଲ୍ମ ମୋଟିଭେସନାଲ ସ୍ପିକର ଆୟଶା ଚୌଧୁରୀଙ୍କ ଜୀବନୀ ଉପରେ ଆଧାରିତ, ଯିଏ ପଲ୍ମୋନାରୀ ଫାଇବ୍ରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ପ୍ରିୟଙ୍କା ଫିଲ୍ମରେ ଅଦିତି ଚୌଧୁରୀ ଓ ଫରହାନ ଫିଲ୍ମରେ ନିରେନ ଚୌଧୁରୀ ଚରିତ୍ରରେ ଅଭିନୟ କରୁଛନ୍ତି। ଉଭୟେ ପତି ପତ୍ନୀ ଭୂମିକାରେ ନଜର ଆସୁଥିବାବେଳେ ଜାୟରା ତାଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଟ୍ରେଲରର ଆରମ୍ଭ ଜାୟରାଙ୍କ ଆୱାଜରୁ ଆରମ୍ଭ ହୋଇଛି, ଯିଏ ନିଜ ମା’ ବାପାଙ୍କ ଟ୍ରାଜିକ୍‌ ଲଭ୍‌ ଷ୍ଟୋରୀ ସମ୍ପର୍କରେ କହୁଛନ୍ତି। ଉଭୟଙ୍କ ଜୀବନରେ ଜାୟରାଙ୍କ ଜନ୍ମ ପରେ ୟୁ ଟର୍ଣ୍ଣ ଆସିଛି। ଜାୟରା ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିବାବେଳେ ଝିଅକୁ ବଞ୍ଚାଇବା ଲାଗି ସେମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ୁଛି। ଏହି ଫିଲ୍ମ ପ୍ରେମ, ସଂଘର୍ଷ ଓ ଟ୍ରାଜିକ୍‌ ଫ୍ୟାମିଲି ଡ୍ରାମା ସିନେମା ଅଟେ। ଟ୍ରେଲର ଦେଖି ଅନୁମାନ କରାଯାଉଛି, ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର କାହାଣୀ ଦୀର୍ଘ ଦିନ ଯାଏ ଦର୍ଶକଙ୍କ ହୃଦୟରେ ରହିବ। ଏହି ସିନେମା ୨୫ଟି ଦେଶରେ ରିଲିଜ୍‌ ହେବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ